ଗତ ୪ ବର୍ଷ ମଧ୍ୟରେ ପାକିସ୍ଥାନ, ବାଂଲାଦେଶ, ଆଫଗାନିସ୍ତାନରୁ ୩୧୧୭ ସଂଖ୍ୟାଲଘୁଙ୍କୁ ଭାରତ ନାଗରିକତ୍ୱ ପ୍ରଦାନ କରିଛି

Spread the love

ନୁଆଦିଲ୍ଲୀ, ୨୨/୧୨/୨୦୨୧ (ସନ୍ଧାନ ନିଉଜ): ବିଗତ ୪ ବର୍ଷ ମଧ୍ୟରେ ୨୦୧୮, ୨୦୧୯, ୨୦୨୦ ଏବଂ ୨୦୨୧ ମସିହାରେ, ପାକିସ୍ତାନ, ବାଂଲାଦେଶ, ଏବଂ ଆଫଗାନିସ୍ତାନରୁ ୩୧୧୭ ସଂଖ୍ୟାଲଘୁଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରାଯାଇଛି ବୋଲି ରାଜ୍ୟସଭାରେ ଗୃହ ମନ୍ତ୍ରଣାଳୟର ମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି। ସେ ସୂଚନା ଦେଇଛନ୍ତି ଯେ ବର୍ଷ ୨୦୧୮,୨୦୧୯,୨୦୨୦ ଏବଂ ୨୦୨୧ରେ ହିନ୍ଦୁ, ଶିଖ, ଜୈନ ଏବଂ ଖ୍ରୀଷ୍ଟିଆନ ସଂଖ୍ୟାଲଘୁ ଗୋଷ୍ଠୀରୁ ପାକିସ୍ଥାନ, ବାଂଲାଦେଶ, ଏବଂ ଆଫଗାନିସ୍ତାନରୁ ପ୍ରାପ୍ତ ନାଗରିକତ୍ୱ ଆବେଦନ ସଂଖ୍ୟା ୮୨୪୪ ଥିଲା। ଏହି ସମୟ ମଧ୍ୟରେ ସରକାର ୩୧୧୭ ଆବେଦନକାରୀଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରିଛନ୍ତି।  ଭାରତ ସରକାରଙ୍କ ବିଦେଶ ନିତି ୧୯୪୬, ବିଦେଶିକଙ୍କ ରେଜିଷ୍ଟର ଆକ୍ଟ ୧୯୩୯, ଭାରତକୁ ପ୍ରବେଶ ପାଇଁ ପାସ୍ ପୋର୍ଟ ଆକ୍ଟ ୧୯୨୦ ଏବଂ ଭାରତୀୟ ନାଗରିକ ଆକ୍ଟ୧୯୫୫ ଅନୁଯାୟୀ ଶରଣାର୍ଥୀ ସମେତ ସମସ୍ତ ବିଦେଶୀ ନାଗରିକଙ୍କୁ ନାଗରିକତା ପ୍ରଦାନ କରାଯାଇଛି । 

Related Posts

About The Author

Add Comment