ବାରିପଦା, ୦୭.୦୨.୨୦୨୧(ସନ୍ଧାନ ନିଉଜ୍):- ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ସମସ୍ତ ଫି ଛାଡ଼ କରିବା ପାଇଁ ଗଣ ଶିକ୍ଷାମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛି ଅଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) । ଗତବର୍ଷ ଯୁକ୍ତ ୨ ଛାତ୍ରଛାତ୍ରୀ ପରୀକ୍ଷା ଫି ଓ ହଷ୍ଟେଲ ଫି ଦେଇଥିବା ବେଳେ କରୋନା ପାଇଁ ଏହାର କୌଣସି ସୁବିଧା ହାସଲ କରିନାହାନ୍ତି । ମହାମାରୀ କରୋନା ପାଇଁ ଛାତ୍ରଛାତ୍ରୀଙ୍କ ପରିବାର ଆର୍ଥିକ ଅଭାବ ଭିତରେ ଗତି କରୁଥିବାରୁ ଛାତ୍ରଛାତ୍ରୀ ଏବେ କୌଣସି ଫି ଦେବାସ୍ଥିତିରେ ନାହାନ୍ତି । ତେଣୁ ଏହିସବୁ ବିଷୟକୁ ଆଖ୍ ଆଗରେ ରଖି ଯୁକ୍ତ ଛାତ୍ରଛାତ୍ରୀଙ୍କ ସ୍ବାର୍ଥ ଦୃଷ୍ଟିରୁ ସମସ୍ତ ଫି ଛାଡ କରିବା ପାଇଁ ଏବିଭିପି ଦାବି କରିଛି ।
ଗଣ ଶିକ୍ଷାମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛି ଅଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ
|
February 7, 2021 |