ଗଣେଷ ଭସାଣୀକୁ କେନ୍ଦ୍ରକରି ଗଣ୍ଡଗୋଳ ୪ ଜଣ ଗୁରୁତର

Spread the love

ଯାଜପୁର ସଦର, ୦୬ା୦୯: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ରାଉତରାପୁର ପଂଚାୟତରେ ଗଣେଷ ଭସାଣୀକୁ କେନ୍ଦ୍ରକରି ଗତକାଲି ରାତିରେ ଗୋଷ୍ଠୀ ସଂଘର୍ସ ଘଟିବାରୁ ୨ ଗୋଷ୍ଠୀଙ୍କ ମଧ୍ୟରେ ବଚସା ହେବାରୁ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ୪ ଜଣ ଗୁରୁତର ହୋଇଥିବା ଜଣାଯାଇଚି । ଏହି ଘଟଣାକୁ ନେଇ ଉଭୟଙ୍କ ପକ୍ଷରୁ ଧର୍ମଶାଳା ଥାନାରେ ଅଭିଯୋଗ କରାଯାଇଚି । ଏଠାରେ ସୂଚନା ଯୋଗ୍ୟ ଯେ, ରାଉତରାପୁର ଦୁଇ ସାହିଙ୍କ ମଧ୍ୟରେ ଗଣେଷ ପୂଜା ସରିବା ପରେ ଭସାଣୀ ପାଇଁ ମେଢ଼ ନଦୀକୁ ନେବାଲାଗି ଯାଉଥିବା ବେଳେ, ଅନ୍ୟ ପକ୍ଷର ଲୋକ ମାନେ ଏହାକୁ ବିରୋଧ କରିଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହେବାରୁ ଗଣ୍ଡଗୋଳର ଉର୍ଗ ରୁପ ଧାରଣ କରିଥିଲା । ଏହି ଗଣ୍ଡଗୋଳରେ ୪ ଜଣ ଗୁରତର ହେବାରୁ ସେମାନଙ୍କୁ ଧର୍ମଶାଳା ମେଡିକାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା । ସେମାନଙ୍କର ଅବସ୍ଥା ଗୁରତର ହେବାରୁ ସେମାନଙ୍କୁ କଟକ ମେଡିକାଲକୁ ପଠାଯାଇଚି । ଉଭୟଙ୍କ ପକ୍ଷରୁ ଧର୍ମଶାଳା ଥାନାରେ ଅଭିଯୋଗ କରାଯାଇଚି । ଅଭିଯୋଗକୁ ଭିତ୍ତିକରି ଧର୍ମଶାଳା ଥାନା ପୋଲିସ ତଦନ୍ତ କରୁଚି । ଏହି ଘଟଣାକୁ ନେଇ ରାଉତରାପୁର ଗ୍ରାମରେ ଉତ୍ତେଜନା ଦେଖିବାକୁ ମିଳିଚି ।

Related Posts

About The Author

Add Comment