ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସ୍ୱାସ୍ଥ୍ୟ ବୀମା କାର୍ଡ ପ୍ରଦାନ ।

Spread the love

ଯାଜପୁର, ୦୧/୧୨/୨୦ (ସନ୍ଧାନ ନିଉଜ) : ଗୋପବନ୍ଧୁ କାର୍ଯ୍ୟରତ ସାମ୍ୱାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କ କାର୍ଡ ପ୍ରସ୍ତୁତ ହୋଇ ଜିଲ୍ଲା କାର୍ଯ୍ୟାଳୟର ସୂଚନା ଓ ଲୋକ ସଂପର୍କ ବିଭାଗରେ ଉପଲବ୍ଧ ହୋଇଚ୍ଥି । ଯାଜପୁର ଜିଲ୍ଲା ପକ୍ଷରୁ ରାଜ୍ୟ ସରକାରଙ୍କ ୱେବ୍ସାଇଟ୍ରେ ଉପଲବ୍ଧ ପଞ୍ଜିକୃତ ଗଣମାଧ୍ୟମ ତାଲିକା ଅନୁସାରେ ଆବେଦନ କରିଥିବା ୪୧୩ ଜଣ ମୁଦ୍ରିତ, ବୈଦୁତିକ ଓ ୱେବ୍ ଗଣମାଧ୍ୟମ ପ୍ରତିନିଧିଙ୍କ ନାମ ତାଲିକା ରାଜ୍ୟ ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟକୁ ପ୍ରେରଣ କରାଯାଇଥିଲା । ସେମାନଙ୍କର ସ୍ୱାସ୍ଥ୍ୟ ବୀମା କାର୍ଡ ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟରେ ପହଞ୍ଚିଚ୍ଥି । ବୀମା କାର୍ଡ ଗୁଡିକ ସଂଗ୍ରହ ସମୟରେ ନିଜର ମୂଳ ଅଥରିଟି ଲେଟର କିମ୍ୱା ଅବଧି ଥିବା ଗଣମାଧ୍ୟମ ପରିଚୟ ପତ୍ର ପ୍ରଦର୍ଶନ କରିବା ସହ ତାହାର ସ୍ୱାକ୍ଷର ସମ୍ୱଳିତ ତାହାର ଏକ ନକଲ ଦାଖଲ କରି ବୀମା ପରିଚୟ ପତ୍ରଟି ସରକାରୀ କାର୍ଯ୍ୟ ଦିବସ ମାନଙ୍କରେ ସଂଗ୍ରହ କରିପାରିବେ ବୋଲି ଜିଲ୍ଳ୍ା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଚ୍ଥି ।

Related Posts

About The Author

Add Comment