ଗଣପତି ସାହୁଙ୍କ ଏକାଦଶାହ ଉପଲକ୍ଷେ ଶୋକସଭା

Spread the love
ଜେନାପୁର, ୧୩/୧୦(ସନ୍ଧାନ ନିଉଜ୍/ପ୍ରଶାନ୍ତ ସାମଲ) : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ରାଇଚନ୍ଦା ପଞ୍ଚାୟତ ରାଇଚନ୍ଦା ଗ୍ରାମର ଶ୍ରୀ ଗଣପତି ସାହୁଙ୍କ ଏକାଦଶାହ ଉପଲକ୍ଷେ ଶୋକସଭା ଆୟୋଜିତ ହୋଇଯାଇଛି ।ଏହି ଅବସରରେ ଆୟୋଜିତ ସଭାରେ ଶ୍ରୀ ପଙ୍କଜ କୁମାର ମଲ୍ଲ ସଭାପତିତ୍ୱ କରି ସ୍ବର୍ଗତ ସାହୁଙ୍କର ଆମର ଆତ୍ମାର ସଦଗଦି କାମନା କରିବା ସହ ତାଙ୍କର ସ୍ମୃତି ଚାରଣ କରିଥିଲେ। ଏଥିରେ ଅବସରପ୍ରାପ୍ତ ଶିକ୍ଷକ ରଘୁନାଥ ବେହେରା, ଶିକ୍ଷକ ବିଷ୍ଣୁ ଚରଣ ସାହୁ, ଶରତ ଚନ୍ଦ୍ର ସାହୁ, ବନମାଳୀ ରାଉତ, ପଙ୍କଜ କୁମାର ମଲ୍ଲ, ବରିଷ୍ଠ ସମ୍ବାଦିକ ବସନ୍ତ କୁମାର ନାୟକ, ପରମାନନ୍ଦ ସାହୁ, ଶଙ୍କର ପ୍ରତାପ ଦାସ, ବାବୁଲି ରାଉତ, ପ୍ରଭାତ କୁମାର ସାହୁ, ପ୍ରଶାନ୍ତ କୁମାର ସାମଲ, ବିନୋଦ କୁମାର ପରିଡ଼ା, ଅଶୋକ ଦାସ, ସୌମ୍ୟ ରଞ୍ଜନ ପଣ୍ଡା, ସୁଶାନ୍ତ ଗୋଛାୟତ,ସଚେତନ ନାଗରିକ ମଞ୍ଚର ଆବାହକ ଶ୍ରୀ ସରୋଜ କାନ୍ତ ବେହେରା, ସଦସ୍ୟ ସନ୍ତୋଷ କୁମାର ରାଉତ, ଯଶୋମନ୍ତ ସାହୁ, ସୌମ୍ୟ ସାହୁ ପ୍ରଭୂତି ଯୋଗ ଦେଇ ଦୁଇ ମିନିଟ ପାଇଁ ନିରବ ପ୍ରାର୍ଥନା କରିବା ସହ ପୁଷ୍ପ ଧୂପ ଦୀପ  ଅର୍ପଣ କରିଥିଲେ  ଓ ସାହୁଙ୍କ ପାଇଁ କିଛି କିଛି ମନ୍ତବ୍ୟ ରଖିଥିଲେ । ଶେଷରେ ତାଙ୍କର ଏକମାତ୍ର ପୁତ୍ର ତଥା ସାମ୍ବାଦିକ ସୁବ୍ରତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Related Posts

About The Author

Add Comment