ଯାଜପୁର/ଧର୍ମଶାଳା , 11/07 (ସନ୍ଧାନ ନିଉଜ): ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଗଡ ମଧୁପୁର ସ୍ଥିତ ମଧୁପୁର ରାଜ ପରିବାର ର ଉଭୟ ଦୁଇ ଉତ୍ତରାଧିକାରୀ ଙ୍କ ମଧ୍ୟରେ ରାଜ ସମ୍ପତ୍ତି କୁ କେନ୍ଦ୍ରକରି ବିବାଦ ବଢୁ ଥିବା ବେଳେ ସମ୍ପୃକ୍ତ ଘଟଣା ର ସମାଧାନ ପାଇଁ କୋର୍ଟରେ ଦ୍ୱାରାସ୍ତ ହୋଇ ଛନ୍ତି କ୍ରିଷ୍ଣା ନନ୍ଦିନୀ ଧୀର ସାମନ୍ତ। ମଧୁପୁରଗଡ ରାଜ ପରିବାରରେ ରାଜା ବିରବର ବୃନ୍ଦାବନ ଚନ୍ଦ୍ର ଧୀର ନରେନ୍ଦ୍ର ଏବଂ ରାଜମାତା ଲୀଳାଦେବୀ ଙ୍କ ର ଏକ ମାତ୍ର କନ୍ୟା ପାଟ ଜେମା ଯାହାଙ୍କର ନାମ କ୍ରୀଷ୍ଣା ନନ୍ଦିନୀ ଦେବୀ ଓ ପୁଅ କୃଷ୍ନ ପ୍ରକାଶ ଧୀର ନରେନ୍ଦ୍ର ଥିଲେ । ରାଜା ବୃନ୍ଦାବନ ଚନ୍ଦ୍ର ଧୀର ନରେନ୍ଦ୍ର ଙ୍କ ମୃତ୍ୟୁ ପରେ ତାଙ୍କ ମାଆ ରାଜମାତା ଲୀଳାଦେବୀ ମୃତ୍ୟୁ ପୁର୍ବରୁ ତାଙ୍କ ଝିଅ କ୍ରୀଷ୍ଣା ନନ୍ଦିନି ଦେବି ଙ୍କ ପାଖରେ ଝାଡ଼ଖଣ୍ଡ ସ୍ଥିତ ବାସଭବନରେ ରହୁଥିଲେ ଏବଂ ସେ ମାଆ ଙ୍କର ସେଵା କରୁଥିଲେ। ପରବର୍ତ୍ତି ମୁହୂର୍ତ୍ତରେ ତାଙ୍କ ମାଆ ଲୀଳାଦେବୀ ତାଙ୍କ ର ମୂର୍ତ୍ୟୁ ପୁର୍ବରୁ ଝିଅ କ୍ରୀଷ୍ଣା ନନ୍ଦିନି ଦେବୀ ବା ବର୍ତ୍ତମାନ ର ବଡ଼ ଜେମାଙ୍କ ନାମରେ ରାଜମାତା ଙ୍କ ନାମରେ ଥିବା ସମସ୍ତ ସମ୍ପତ୍ତି ଉଇଲ କରିଦେଇ ଥିଲେ।
ଅନ୍ୟ ପକ୍ଷରେ କ୍ରିଷ୍ଣା ନନ୍ଦିନୀ ଦେବୀଙ୍କ ଅଭିଯୋଗ ରେ ଦର୍ଶାଇ ଛନ୍ତି କି ତାଙ୍କର ବାଲ୍ୟ ଜିବନ ସେ ରାଜ ଉଆସରେ କଟାଇ ଥିଲେ। କିନ୍ତୁ ତାଙ୍କର ଵିଭାଘର ପରେ ତାଙ୍କ ସାନଭାଇ କ୍ରିଷ୍ଣ ପ୍ରକାଶ ଧୀର ନରେନ୍ଦ୍ର ଙ୍କ ମୃତ୍ୟୁ ପରେ ସାନ ଝିଅ ଅପର୍ଣ୍ଣା ଧୀର ମଧୁପୁରଗଡ଼ ରାଜ ଉଆସରେ ରହୁ ଥିବା ବେଳେ , ସମସ୍ତ ସମ୍ପତ୍ତି ର ମାଲିକ ବୋଲି ନିଜକୁ ଦାବି କରୁଛନ୍ତି, କିନ୍ତୁ ଝିଆରୀ ଅପର୍ଣ୍ଣା ଧୀର ଙ୍କ କୌଣସି ପାରମ୍ପରିକ ରାଜଭିଷେକ ହୋଇ ନଥିବା ବେଳେ ,ନିଜକୁ ରାଣୀ ବୋଲି ଦାବି କରିବା ଦୁର୍ଭାଗ୍ୟଜନକ ବୋଲି ପାଟ ଜେମା ଅଭିଯୋଗ କରିଛନ୍ତି, ଫଳରେ ଉଭୟଙ୍କ ମଧ୍ୟରେ ସମ୍ପତ୍ତିର ବିବାଦ ତୀବ୍ର ରୂପ ନେଉଥିବା ବେଳେ , କ୍ରିଷ୍ଣା ନନ୍ଦିନୀ ଦେବୀଙ୍କୁ ରାଜ ଉଆସରେ ପ୍ରବେଶ କରିବାକୁ ଦେଉନାହାନ୍ତି, ଯେହେତୁ କ୍ରିଷ୍ଣା ନନ୍ଦିନୀ ଦେବୀ ବାହାରେ ରହୁଥିଲେ। ସେ ପ୍ରତିକ୍ରିୟାରେ ଏହା ଦୁଃଖ ଦାୟକ ଘଟଣା ବୋଲି ଅଭିଯୋଗ ଆଣିଛନ୍ତି ,ତେବେ ଏହି ଘଟଣା ସମ୍ପର୍କରେ ପ୍ରଥମେ ଧର୍ମଶାଳା ତହସିଲଦାର ଙ୍କ ନିକଟରେ ଅଭିଯୋଗ କରିଥିଲେ, ପରେ ସେ ଯାଜପୁର ଜିଲ୍ଲାପାଳ ଙ୍କ ସହିତ ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ କରି ଆଲୋଚନା କରିଥିବା ବେଳେ, ଉଭୟ ଙ୍କ ମଧ୍ୟରେ ଚାଲିଥିବା ସମ୍ପତ୍ତି ବିବାଦର ଖୁବଶୀଘ୍ର ସମାଧାନ ହେବା ସହିତ ନ୍ୟାୟ ପାଇବେ ବୋଲି ଆଶା ରଖିଛନ୍ତି ବୋଲି ସୂଚନା ମିଳିଛି ।
ଗଡମଧୁପୁର ରାଜ ପରିବାରରେ ତେଜୁଛି ସମ୍ପତ୍ତିର ବିବାଦ, ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ
|
July 11, 2021 |
![](https://sandhannews.com/wp-content/uploads/2021/07/gadamadhupur.jpg)