ଗଞ୍ଜେଇ ସହ କାର ଜବତ :୩ ଜଣ ଗିରଫ 

Spread the love

ବାଲିଗୁଡା,10/02.(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ପୋଲିସ ଏସଆଇ ଆର. ମୁଣ୍ଡାରୀଙ୍କ ସହ ସଦଳବଳ ପାଟ୍ରୋଲିଂ କରୁଥିବା ସମୟରେ 40କିଲୋ 700ଗ୍ରାମ  ଗଞ୍ଜେଇ ସହ ଟାଟା ଇଣ୍ଡିଗୋ କାରନଂ. OD-02R-9397 କୁ ଜବତ କରି ତିନି ଜଣକୁ ଗିରଫ ସହ  କୋର୍ଟ ଚାଲାଣ କରିଛି  l ଗିରଫ ମାଫିଆଙ୍କ ମଧ୍ୟରୁ କଟକ  ସାଲେପୁର ଥାନାରେ କାର୍ଯ୍ୟରତ ହୋମଗାର୍ଡ କ୍ଷୀରୋଦ କୁମାର ସାହୁ ହୋଇଥିବା ବେଳେ ବାଲିସୁଗା ଗାଁ ର ପୂର୍ଣ୍ଣ ଚନ୍ଦ୍ର ମଲିକ ଓ ମାଦିନାଟ ଗାଁ ର ଶଶୀ ମଲିକ ବୋଲି ଥାନା ଅଧିକାରୀ ପ୍ରଶାନ୍ତ ବେହେରା ସୂଚନା ଦେଇଛନ୍ତି l ଏନେଇ ବାଲିଗୁଡା ଥାନା ରେ କେଶ ନଂ 15/21 ରେ ମାମଲା ରୁଜୁ ହୋଇଛି ଏସ ଆଇ ଦୀପକ ରାଉତ ମାମଲା ର ତଦନ୍ତ କରୁଥିବା ଜଣାପଡିଛି l

Related Posts

About The Author

Add Comment