ରାଉରକେଲା, ୨୯/୧୨ (ସନ୍ଧାନ ନିଉଜ) : ରାଉରକେଲା ଷ୍ଟିଲ ପ୍ଲାଟ ନିକଟ ଥାନା ଅନ୍ତର୍ଗତ ଗୋପବନ୍ଧୁ ପାଲି ରାସ୍ତାର ବିଏସଏନଏଲ ଚୌକ ଠାରେ ଗଞ୍ଜେଇ ଚାଲାଣ ସମୟରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ସୁରେଶ କୁମାର ଶାହା, ନରେଶ କୁମାର ରାମ, ସୁରେଶ ମାହାତୁ। ଏହି ୩ ଜଣଙ୍କ ନିକଟରୁ ୯ କେଜି ଗଞ୍ଜେଇ , ଏକ କାର, ୩ଟି ମୋବାଇଲ ଫୋନ, ନଗଦ ୫ ହଜାର ଟଙ୍କା ଜବତ କରିଛି। ବିଏସଏନଏଲ ଚୌକରେ ଏକ କାରରେ ଗଞ୍ଜେଇ ଚାଲାଣ ନେଇ ଶନିବାର ପୁଲିସ ଖବର ପାଇଥିଲା। ଏହାପରେ ପୁଲିସ ଉକ୍ତ ସ୍ଥାନରେ ପହଞ୍ଚି ଗଞ୍ଜେଇ ସହ ସେମାନଙ୍କୁ ଗିରଫ କରିଥିଲା। ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ରାଉରକେଲା ଏସପି ଶିବା ଶୁଭ୍ରମଣି ସୂଚନା ଦେଇଛନ୍ତି।
ଗଞ୍ଜେଇ ଚୋରା ଚାଲାଣ ଘଟଣାରେ ୩ ଗିରଫ
|
December 30, 2019 |