ଗଞ୍ଜେଇ ଚାଲାଣ ସମୟରେ ରାସ୍ତାରୁ ଜବତ :୩ ଜଣ ଗିରଫ 

Spread the love
କନ୍ଧମାଳ,୩୧/୫.(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପାଡ଼ିପଙ୍ଗା ଗ୍ରାମରେ ପୋଲିସ ଚଢ଼ାଉ କରି ୧୭ କୁଇଣ୍ଟାଲ ୧୦ କିଲୋ ଗଞ୍ଜେଇ ଜବତ କରିବା ସହିତ ଗଞ୍ଜେଇ କାରବାରରେ ସମ୍ପୃକ୍ତ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ନାମ ସୁମନ୍ତ କହଁର, ପୀତବାସ କହଁର ଏବଂ କୁମର ବେହେରା । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୮୫ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି । ଫିରିଙ୍ଗିଆ ଥାନାଧିକାରୀ ଶ୍ୟାମ ସୁନ୍ଦର ରାଓଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତମାନେ ଗଞ୍ଜେଇକୁ ବାହାରକୁ ଚୋରାଚାଲାଣ କରିବା ପାଇଁ ପାଡ଼ିପଙ୍ଗା ଗ୍ରାମର ଏକ ରାସ୍ତା କଡ଼ରେ ଗଛିତ ରଖିଥିଲେ । ଏ ନେଇ ସେମାନଙ୍କୁ ବିଶେଷ ସୂତ୍ରରୁ ଖବର ମିଳିଥିଲା, ତାପରେ କନ୍ଧମାଳ ଏସ୍‌ ପି ଭିନୀତ ଅଗ୍ରୱାଲଙ୍କ ନିର୍ଦ୍ଦେଶକ୍ରମେ ଫିରିଙ୍ଗିଆ ଥାନାଧିକାରୀ ପି.ଶ୍ୟାମ ସୁନ୍ଦର ରାଓଙ୍କ ସମେତ ଅନ୍ୟ ଥାନା କର୍ମଚାରୀ ସଦଳେବଳେ ସେହି ଗ୍ରାମକୁ ଯାଇଥିଲେ ଏବଂ ଗଞ୍ଜେଇ ଗଛିତ ଥିବା ଜାଗାରେ ପହଞ୍ଚିଥିଲେ । ସେଠାରେ ଗଞ୍ଜେଇକୁ ବସ୍ତା ବସ୍ତା କରି ରଖାଯାଇଥିବା ସମସ୍ତ ଗଞ୍ଜେଇକୁ ଜବତ କରିଥିଲେ । ଘଟଣା ସ୍ଥଳରୁ ସମସ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିଲେ । ଏନେଇ ଏକ ମାମଲା ୬୪/୨୧ ରେ ରୁଜୁକରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଥିବା ନେଇ ଫିରିଙ୍ଗିଆ ଥାନା ଅଧିକାରୀଙ୍କ ସୂତ୍ରରୁ ଜଣାପଡିଛି ।

Related Posts

About The Author

Add Comment