ଗଞ୍ଜାମ: ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର କର୍ମଚାରୀ

Spread the love

ଗଞ୍ଜାମ ,୧୫/୧୨(ସନ୍ଧାନ ନିୟୁଜ)  ଗଞ୍ଜାମ ଜିଲ୍ଲା ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଜଣେ କର୍ମଚାରୀ ଶୁକ୍ରବାର ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। କର୍ମଚାରୀ ଜଣକ ହେଲେ ସ୍ବାସ୍ଥ୍ୟ କେନ୍ଦ୍ରର ବିପିଏମ୍‌ ନିରଞ୍ଜନ ରେଡ୍ଡୀ। ସୂଚନା ଅନୁଯାୟୀ,  ସାହାସପୁର ଗ୍ରାମର ବନିତା ନାୟକ ଆଶାକର୍ମୀ ପାଇଁ ଆବେଦନ କରି ସାକ୍ଷାତକାର ଦେଇ ସଫଳ ହୋଇଥିଲେ। ପରେ ନିଯୁକ୍ତି ପତ୍ର ପାଇଁ ସ୍ବାସ୍ଥ୍ୟ କେନ୍ଦ୍ରର ବିପିଏମ୍‌ଙ୍କୁ ସାକ୍ଷାତ କରିବାରୁ ୨୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। ଏନେଇ ଆଶାକର୍ମୀ ବ୍ରହ୍ମପୁରସ୍ଥିତ ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ। ପୂର୍ବପ୍ରସ୍ତୁତି ଅନୁଯାୟୀ ଶୁକ୍ରବାର ଅପରାହ୍ନରେ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ଆଶାକର୍ମୀ ଜଣକ ପହଞ୍ଚତ୍ଥିଲେ। ନିଯୁକ୍ତି ପତ୍ର ପାଇଁ ୨ହଜାର ଟଙ୍କା ଆଶାକର୍ମୀଙ୍କ ଠାରୁ ନେଇ ବିପିଏମ୍‌ ରେଡ୍ଡୀ ପକେଟରେ ରଖିଲାବେଳେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ୪ଜଣିଆ ଭିଜିଲାନ୍ସ ଟିମ୍‌ ତାଙ୍କୁ ଗିରଫ କରିଥିଲେ। ଅଧିକ ତଦନ୍ତ ପାଇଁ ନିରଞ୍ଜନଙ୍କୁ ବ୍ରହ୍ମପୁର କାର୍ଯ୍ୟାଳୟକୁ ନିଆଯାଇଥିବା ଜଣାପଡିଛି

Related Posts

About The Author

Add Comment