ଗଞ୍ଜାମ,୨୮/୧୨ (ସନ୍ଧାନ ନିୟୁଜ) ଆସିକା ବ୍ଲକ ଜୟପୁର ପଚାଂୟତ ଜୟପୁର ଗ୍ରାମରେ ପ୍ରଭାକର ଲେଙ୍କାଙ୍କ ସ୍ତ୍ରୀ ପାଣ୍ଡି ଲେଙ୍କାଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଦାରିଦ୍ର ସିମାରେଖା ତଳେ ରହୁଥିବା ପ୍ରଭାକର ଦିର୍ଘ ୨ ବର୍ଷ ହେଲା ଚିକିତ୍ସା ପାଇଁ ବାରଦ୍ୱାରା ଶୁଣ୍ଡି ପିଣ୍ଡା ହୋଇ ସ୍ତ୍ରୀ ଚିକିତ୍ସା ପାଇଁ ଗୁହାରୀ କରିଛନ୍ତି । ପାଚଂ ପ୍ରାଣିକୁ ନେଇ ସୁଖର ସଂସାର ଏବେ ଭାଙ୍ଗି ପଡିଛି । ସ୍ତ୍ରୀର ଆରୋଗ୍ୟ ପାଇଁ ଭଗବାନଙ୍କ ଆଶା ଓ ଭରସାରେ ଚାହିଁ ରହିଛନ୍ତି । ସେପଟେ ଦୁଇ ଝିଅ ଓ ପୁଅର ଭବିଷ୍ୟତ ଓ ସ୍ତ୍ରୀ ଚିକିତ୍ସା ପାଇଁ ସମସ୍ତ ଶକ୍ତି ସାମର୍ଥ ଖଟାଇ ଚାଲିଛନ୍ତି ପ୍ରଭାକର ଲେଙ୍କା । ଜୟପୁର ଗ୍ରାମରେ ପ୍ରଭାକର ଲେଙ୍କା ବୟସ ୪୩ ଓ ସ୍ତ୍ରୀ ପାଣ୍ଡି ଲେଙ୍କା ସହିତ ଦୁଇ ଝିଅ ଓ ଗୋଟିଏ ପୁଅକୁ ନେଇ ସୁଖର ସଂସାର ଥିଲା । ନିଜର ତିନି ଭରଣ ଜମିକୁ ନେଇ ଚାଷ କରିବା ସହିତ ଦିନ ମଜୁରୀ ଖଟି ତିନି ହାତ ଓସାର ଘରେ ପରିବାରର ପେଟ ପୋଷଣ ବେଶ ଆନନ୍ଦରେ ଚଳୁଥିଲା । ହଠାତ ସ୍ତ୍ରୀ ପାଣ୍ଡିର ମୁଣ୍ଡ ବ୍ୟଥା ହେଲା । ପ୍ରଥମେ ସ୍ଥାନୀୟ ମେଡିକାଲ ସାଙ୍ଗକୁ ବ୍ରହ୍ମପୁର ଏକ ପ୍ରାଇଭେଟ ମେଡିକାଲକୁ ଚିକିତ୍ସା ପାଇଁ ନେଇଥିଲେ । ସେଠାରେ ସ୍କାନ ପରିକ୍ଷା ପାଇଁ ପରାମର୍ଶ ମିଳିବା ପରେ ଜଣା ପଡିଥିଲା ଅସଲ ରୋଗ କଥା । ଗରିବ ସାଙ୍ଗକୁ ଟଙ୍କା ଯୋଗାଡ କରିବା କାଠିକର ପାଠ ଥିଲା ପ୍ରଭାକର ପାଇଁ । ସେଥିପାଇଁ କମ ଖର୍ଚ୍ଚ ଲାଗିବ ବୋଲି ନିଜ ସମ୍ପର୍କୀୟଙ୍କ ସାହାଯ୍ୟରେ ଭୁବନେଶ୍ୱର ଏଆଇଆଇଏମସ ମେଡିକାଲକୁ ଯାଇଥିଲେ । ସେଠାରେ ଚିକିତ୍ସା ଆରମ୍ଭ ପାଇଁ ଦୁଇ ମାସ ସମୟ ଲାଗିବ ବୋଲି ସୂଚନା ପାଇଥିଲେ । ସେତେବେଳକୁ ସ୍ତ୍ରୀର ଅବସ୍ଥା ସଙ୍କଟାପନ୍ନ ଥିଲା । ସେଠାରୁ ଫେରି ଭୁବନେଶ୍ୱର କେୟାର ମେଡିକାଲରେ ଚିକିତ୍ସା ଆରମ୍ଭ କରି ଅପେରେସନ ହୋଇଥିଲା । ଏହାର କିଛି ଦିନ ପରେ ପୁଣି ଅସୁସ୍ଥ ଅନୁଭବ କରିବାରୁ ପୁଣି କେୟାର ମେଡିକାଲକୁ ଯାଇଥିଲେ । ସେଠାରେ ଡାକ୍ତର ପୁଣି ଅପରେସନ କରିବାକୁ ହେବ ବୋଲି କହିଥିଲେ । ଏତିକି ବେଳକୁ ପ୍ରଭାକର ନିଜ ଜମି ବାଡି ବିକି ଚିକିତ୍ସା କରିବା ସହିତ ସାହି ପଡିଶାରେ ମଧ୍ୟ ଧାର ଉଦ୍ଧାର କରିଥିଲେ । ବର୍ତମାନ ସ୍ତ୍ରୀ ପାଣ୍ଡି ଲେଙ୍କା ଅବସ୍ଥା ଅତି ଶୋଚନୀୟ ହୋଇ ପଡିଛି . । ପୁଣି ଅପରେସନ ପାଇଁ ପ୍ରଚୁର ପରିମାଣର ଟଙ୍କା ଆବଶ୍ୟକ ହୋଇଛି । ଏବେ ପ୍ରଭାକର ଚିନ୍ତାରେ ଭାଙ୍ଗି ପଡିବା ସହିତ କିପରି ନିଜ ସ୍ତ୍ରୀ ଚିକିତ୍ସା ଆଉ ଦୁଇ ଝିଅ ଓ ଗୋଟିଏ ପୁଅର ଭବିଷ୍ୟତ ଗଢିବେ ବୋଲି କହିଛନ୍ତି । ତାଙ୍କର ମାନସିକ ଅବସ୍ଥା ଭାଙ୍ଗି ଚୁରମାର ହୋଇଯାଇଛି । ସ୍ତ୍ରୀ ଚିକିତ୍ସା ପାଇଁ ସ୍ଥାନୀୟ ନେତା ଓ ପ୍ରଶାସନ ନିକଟକୁ ଯାଇଥିଲେ । କିନ୍ତୁ କୈାଣସି ସରକାରୀ ସାହାଯ୍ୟ ସହାନୁଭୁତି ମିଳିନଥିବା ଜଣାଇଛନ୍ତି । ଭଗବାନ କାହିଁକି ଏପରି ଦଣ୍ଡ ଦେଲେ ବୋଲି ବାଷ୍ପରୁଦ୍ଧ କଣ୍ଠରେ ପ୍ରଭାକର କୁହନ୍ତି । ସେପଟେ ପ୍ରଭାକରଙ୍କୁ ସରକାରୀ ଆର୍ଥିକ ସହାୟତା ଯୋଗାଇବା ଦେବା ପାଇଁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି । କେହି ସହୃଦୟ ବ୍ୟକ୍ତି ତାଙ୍କୁ ସାହାଯ୍ୟ କରିଲେ ତାଙ୍କ ପରିବାର ପୁଣି ସୁଖ ସଂସାର ପାଇପାରିବ ବୋଲି ଆଶା ରଖିଛନ୍ତି ପ୍ରଭାକର ଲେଙ୍କା ।
ଗଞ୍ଜାମ: ବ୍ରେନ ଟ୍ୟୁମର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ
|
December 28, 2018 |
