ଗଞ୍ଜାମ: ନୂଆଗାଁ ଥାନା ଅଞ୍ଚଳରେ ବୃଦ୍ଧି ପାଉଚି ଅସାମାଜିକ କାର୍ଯ୍ୟକଳାପ

Spread the love

ଗଞ୍ଜାମ, ୨୫/୭ (ସନ୍ଧାନ ନିୟୁଜ ) ଗଞ୍ଜାମ ଜିଲ୍ଲା ଚିକିଟି ଅନ୍ତର୍ଗତ କେ ନୂଆଗାଁ ଥାନା ଅଞ୍ଚଳ ରେ ଦିନକୁ ଦିନ ଅସାମାଜିକ , ମଦ୍ୟପ ଏବଂ ଲୁଟିବା ଭଳି ଘଟଣା ଥମିବାର ନା ନେଉନାହିଁ କେଉଁ ଦିନ କେଉଁ ଯାଗାରେ କିଭଳି ଭାବରେ ଲୁଟ ହେଉଛି ତାହା ଜାଣିବା କଷ୍ଟ କର ହେଉଛି । କେତେ ବେଳେ ଡିକି ଭାଙ୍ଗି ଲୁଟ ହେଉଛି ତ ଆଉ କେବେ ଘର କବାଟ ଭାଙ୍ଗି ଚୋର ମାନେ କଳା କନା ବୁଲାଇ ବାରେ ଚୋରମାନେ ସକ୍ଷମ ହେଉଛନ୍ତି । ଏ ନେଇ ବାରମ୍ବାର ଲୁଟର ଶିକାର ହେଉ ଥିବା ବ୍ୟକ୍ତିମାନେ ଥାନା ରେ ଅଭିଯୋଗ ଦେଇ ଥିଲେ ମଧ୍ୟ କୌଣସି ଆସାନୁ ରୂପକ ଫଳ ପାଇ ନାହାନ୍ତି । ଉକ୍ତ ଘଟଣା ଅନେକ ଦିନ ହେଲା ନୂଆଗାଁ ଥାନା ଇଲାକା ରେ ଘଟଣା ଅନେକ ଦିନ ହେଲା କେ ନୂଆଗାଁ ଥାନା ଇଲାକାରେ ଘଟି ଆସୁଅଛି। ଇତି ମଧ୍ୟରେ ଗତ ୧୨/୦୭/୨୦୧୯ ରିଖରେ ଚିଲାଡ଼ି ଗ୍ରାମର ନମିତା ପ୍ରଧାନ ନାମକ ଏକ ମହିଳା ଟଙ୍କା ଉଠାଇବାକୁ ଚିକିଟି ସ୍ଥିତ ଆନ୍ଧ୍ରବ୍ୟାଙ୍କ ଏଟିଏମ କାଉଣ୍ଟର୍ କୁ ଆସି ଟଙ୍କା ଉଠାଇବା ପରେ ସେଠାରେ ଥିବା ଲୁଟେରା ମାନେ ଉକ୍ତ ମହିଳାଙ୍କ ଏଟିଏମ ଅଦଳ ବଦଳ କରି ଅନ୍ୟ ଏକ ଏଟିଏମ କାର୍ଡ ଦେଇ ଦେଇ ଥିଲେ । ପରେ ସେହି ଦିନ ଠାରୁ ଉକ୍ତ ମହିଳାଙ୍କ ଜମା ଖାତାରୁ ଲୁଟେରା ମାନେ ପ୍ରାୟ ୫୮,୦୦୦ ଟଙ୍କା ଲୁଟିବାରେ ସକ୍ଷମ ହୋଇଛନ୍ତି । ଗତ କାଲି ଉକ୍ତ ମହିଳା ଘର ଖର୍ଚ୍ଚ ପାଈଁ ବ୍ୟାଙ୍କକୁ ଆସି ଟଙ୍କା ଉଠାଇ ପାଈଁ ଆବେଦନ କରିବା ପରେ ଜାଣିବାକୁ ପାଇଲେ ଜେ ତାଙ୍କ ଏକାଉଣ୍ଟରେ ଟଙ୍କା ନାହିଁ। ଉକ୍ତ ମହିଳା ଜଣକ କୌଣସି ପ୍ରକାର ବ୍ୟାଙ୍କ ସେବା ବୁଝି ପାରୁନଥିବା ହେତୁ ଦୀର୍ଘ ଦିନ ପରେ ସେ ଜାଣିବାକୁ ପାଇ ଥିଲେ । ଏ ନେଇ ଆଜି କେ ନୂଆଗାଁ ଥାନା ରେ ଏକ ଲିଖିତ ଅଭିଯୋଗ ଦେଇ ଥିବା ଜଣା ପଡ଼ିଛି।

Related Posts

About The Author

Add Comment