ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କରୋଡ଼ା ସରପଞ୍ଚ ଉଷାନ୍ତ କୁମାର ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

Spread the love

ଗଞ୍ଜାମ, ୧୨/୭ (ସନ୍ଧାନ ନିଉଜ) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କରୋଡ଼ା ସରପଞ୍ଚ ତଥା ବିଜେଡି ନେତା ଉଷାନ୍ତ କୁମାର ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଉଷାନ୍ତଙ୍କ ନୀଳାଦ୍ରିବିହାରରେ ଥିବା ବାସଭବନ, ଗ୍ୟାରେଜ, ନବରଙ୍ଗପୁର ଗ୍ରାମର ପୈତୃକ ଘର, ରାଜପୁର ଗ୍ରାମରେ ଥିବା ଘର, ପୁଞ୍ଜିକୟା ଛକରେ ଥିବା ଅର୍ଦ୍ଧନିର୍ମିତ ୩ ମହଲା ଘର ସମେତ ସମୁଦାୟ ୬ଟି ସ୍ଥାନରେ ବ୍ରହ୍ମପୁର ଭିଜିଲାନ୍ସ ଟିମ୍‌ ପକ୍ଷରୁ ଚଢ଼ାଉ କରାଯାଇଛି। ଉଷାନ୍ତ ୨୦୦୪ ରୁ ୨୦୦୮ ସରପଞ୍ଚ, ୨୦୦୮ ରୁ ୨୦୧୨ ସମିତି ସଭ୍ୟ ଥିବାବେଳେ ତାଙ୍କ ସ୍ତ୍ରୀ ସୁକାନ୍ତି ସାହୁ ୨୦୧୨ ରୁ ୨୦୧୭ ସରପଞ୍ଚ ଦାୟିତ୍ୱରେ ଥିଲେ। ସରପଞ୍ଚ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ପକ୍ଷରୁ ଜାରି କରାଯାଇଥିବା ତଲାସୀ ୱାରେଣ୍ଟ ବଳରେ ଏହି ଚଢ଼ାଉ କରାଯାଇଥିବା ଭିଜିଲାନ୍ସ ଅଧିକ୍ଷକ ମାୟାଧର ସ୍ବାଇଁ କହିଛନ୍ତି।

Related Posts

About The Author

Add Comment