‘ଗଜ’ ରିଲିଫ୍‌: ତାମିଲନାଡୁକୁ ୩୫୩ କୋଟି ଟଙ୍କାର ସହାୟତା ମଞ୍ଜୁର କଲା କେନ୍ଦ୍ର

Spread the love

ନୂଆଦିଲ୍ଲୀ,୦୧/୧୨,(ସନ୍ଧାନ ନିୟୁଜ) : ଗତ ମାସ ବାତ୍ୟା ‘ଗଜ’ ପ୍ରଭାବରେ ହୋଇଥିବା କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ତାମିଲ୍‌ନାଡୁକୁ ୩୫୩.୭୦ କୋଟି ସହାୟତା ରାଶି ପ୍ରଦାନ କରିଛନ୍ତି। ଶୁକ୍ରବାର ଅନୁଷ୍ଠିତ ହୋଇଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ଗୃହ ମନ୍ତ୍ରୀ ରାଜନାଥ ସିଂହ ତାମିଲନାଡୁ  ଷ୍ଟେଟ୍‌ ଡିଜାଷ୍ଟର୍‌ ରେସ୍‌ପଣ୍ଡ୍‌ ଫଣ୍ଡ୍‌(ଏସ୍‌ଡିଆର୍‌ଏଫ୍‌)କୁ  ଦ୍ୱିତୀୟ କିସ୍ତି ଅର୍ଥ ଦେବା ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ତାମିଲନାଡୁରେ ହୋଇଥିବା ଗଜ ପ୍ରଭାବରେ ପ୍ରଭାବିତ ହୋଇଥିବା ଲୋକମାନଙ୍କ ସହାୟତା ଲାଗି ଏହି ରିଲିଫ୍‌ ରାଶି ପ୍ରଦାନ କରାଯାଇଛି। ଇଣ୍ଟର୍‌-ମିନିଷ୍ଟ୍ରିଆଲ୍‌ ସେଣ୍ଟ୍ରାଲ୍‌ ଟିମ୍‌(ଆଇଏମ୍‌ସିଟି)ର ଅନ୍ତିମ ରିପୋର୍ଟକୁ ଭିତ୍ତିକରି ଏସ୍‌ଡିଆର୍‌ଏଫକୁ ଶେଷ ସହାୟତା ରାଶି ମଞ୍ଜୁରୀ ମିଳିଛି ।

ଉଲ୍ଲେଖଯୋଗ୍ୟ, ଗତ ନଭେମ୍ବର ୧୫ ତାରିଖ ରାତିରୁ ନେଇ ୧୬ ତାରିଖ ସକାଳ ମଧ୍ୟରେ ତାମିଲ୍‌ନାଡୁ ଭୟାନକ ବାତ୍ୟା-ଝଡ଼ ‘ଗଜ’କୁ ସାମ୍ନା କରିଥିଲା। ରାଜ୍ୟର ୧୬ଟି ଜିଲ୍ଲା ଏହି ବାତ୍ୟା ପ୍ରଭାବରେ ବହୁଳ ମାତ୍ରାରେ ପ୍ରଭାବିତ ହୋଇଥିବା ସୂଚନା ରହିଛି। ନଭେମ୍ବର ୨୩-୨୭ ତାରିଖ ମଧ୍ୟରେ ଆଇଏମ୍‌ସିଟି ପ୍ରଭାବିତ ଅଞ୍ଚଳକୁ ବୁଲି ଦେଖିଥିଲା। ବାତ୍ୟା ପର ପରିସ୍ଥିତି ସହ ମୁକାବିଲା କରିବା ପାଇଁ ସେ ସମୟରେ ରାଜ୍ୟକୁ କେନ୍ଦ୍ର ସରକାର ପ୍ରଥମ କିସ୍ତିରେ ସହାୟତା ଯୋଗାଇ ଦେଇଥିଲେ।

Related Posts

About The Author

Add Comment