ଗଛରେ ଧକ୍କା ହୋଇ ଟ୍ରାକ୍ଟର ଇଞ୍ଜିନ୍ ଦୁଇଫାଳ , ୨ଫାଳ, ୨ଗୁରୁତର

Spread the love

ଶାଳଚୁଆ, ୧୨.୦୨.୨୦୨୧(ସନ୍ଧାନ ନିଉଜ୍):- ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ନୁଦଡ଼ିହା-ପେଡ଼ାଡ଼ିହା ରାସ୍ତାର କାଳିଆଷୋଳ ନିକଟରେ ଏକ ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ ହେବାରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ମୁତାବକ, ଗତକାଲି ରାତିରେ ଓଡି୧୧ଜି-୯୧୩୩ ନମ୍ବର ବାଲି ବୋଝେଇ ଟ୍ରାକ୍ଟର ନୁଦଡ଼ିହା-ପେଡ଼ାଡିହା ରାସ୍ତାରେ ଯିବା ସମୟରେ ଡ୍ରାଇଭର ଭାରସାମ୍ୟ ହରାଇ ଏକ ଗଛରେ ଧକ୍କା କରିଥିଲେ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ,ଘଟଣାସ୍ଥଳରେ ଟ୍ରାକ୍ଟରର ଇଞ୍ଜିନ୍ ୨ ଖଣ୍ଡ ହୋଇଯିବା ସହ ସେଥିରେ ଚାପି ହୋଇ କପ୍ତିପଦା ବ୍ଳକ ଜାମୁଡ଼ିହା ଉଠାଣି ସାହିର କାଳିଆ ମାଙ୍କିଡ଼ିଆ (୩୦) ଓ ମିଟୁ ମାଙ୍କିଡ଼ିଆ (୨୫)ଙ୍କର ମୃତ୍ୟୁ ହୋଇଯାଇଥିଲା। ସେମାନଙ୍କ ସହ ଟ୍ରାକ୍ଟରରେ ଥିବା ଜଗା ମାଙ୍କିଡ଼ିଆ (୨୭) ଓ ଲିଦୁ ମାଡ଼ିଆ (୨୮) ମୁମୂର୍ଷ ଅବସ୍ଥାରେ ସେଠାରେ ପଡ଼ିରହିଥିଲେ। ଖବର ପାଇ କପ୍ତିପଦା ଉପଖଣ୍ଡ ପୁଲିସ ଅଧିକାରୀ କେଦାରନାଥ ସାହୁ, କପ୍ତିପଦା ଥାନା ଅଧିକାରୀ ସଞ୍ଜୟ କୁମାର ପ୍ରଧାନ ଘଟଣାସ୍ଥଳରୁ ମୃତାହତଙ୍କୁ ଉଦ୍ଧାର କରି ବାରିପଦା ଡାକ୍ତରଖାନା ପଠାଇଥିଲେ । ଏ ନେଇ କପ୍ତିପଦା ଥାନା କେସ୍ ନଂ ୪୫/୨୧ରେ ଏକ ମାମଲା ରୁଜୁ ହୋଇଛି।

                      

Related Posts

About The Author

Add Comment