ଗଛରେ ଝୁଲିପଡିଲେ ପ୍ରେମୀଯୁଗଳ, ମନ୍ଦିରରେ ବିବାହ ପରେ ଆତ୍ମହତ୍ୟା

Spread the love

ବାରିପଦା, ୩୧/୧୨/୨୦୨୦(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା): ଗଛରୁ ଯୁବକ ଓ ଯୁବତୀଙ୍କ ଝୁଲନ୍ନା ମୃତଦେହ ଠାବ । ମାଲକାନଗିରି ସଦର ମହକୁମା ସ୍ଥିତ ଏ-୪୨ ଗାଁରେ ଘଟିଛି ଘଟଣା । ମୃତ ଯୁବକ ଏମ୍‌ଭି-୯ ଅଞ୍ଚଳର ହୋଇଥିବା ବେଳେ ଯୁବତୀ ଜଣଙ୍କ ଏମ୍‌ଭି-୪୨ ଅଞ୍ଚଳର ବୋଲି ଜଣାପଡିଛି । ମାଲକାନଗିରି ସଦର ମହକୁମାସ୍ଥିତ ଏମ୍‌ଭି-୪୨ ଗାଁରେ ଅଭାବନୀୟ ଘଟଣା ଘଟିଛି । ସ୍ଥାନୀୟ ଲୋକେ ଗାଁ ନିକଟରେ ଥିବା ଏକ ଗଛରେ ଉଭୟ ଯୁବକ ଓ ଯୁବତୀଙ୍କ ମୃତଦେହ ଝୁଲୁଥିବାର ଦେଖୁବାକୁ ପାଇଥିଲେ । ଏହାପରେ ସାରା ଗାଁରେ ଖବର ପ୍ରଚାରିତ ହୋଇଯାଇଥିଲେ । ଏନେଇ ଗାଁଲୋକେ ପୋଲିସକୁ ଖବର ଦେଇଛନ୍ତି । ତେବେ ମିଳିଥୁବା ଖବର ଅନୁଯାୟୀ, ଉଭୟ ଯୁବକ ଓ ଯୁବତୀଙ୍କ ମଧ୍ୟରେ ପ୍ରେମ ସଂପର୍କ ଚାଲୁରହିଥିଲା । ଏପରିକି ଦୁହେଁ ମନ୍ଦିରରେ ବାହା ହୋଇ ଆତ୍ମହତ୍ୟା କରିଥିବା ମଧ୍ୟ ସନ୍ଦେହ କରାଯାଉଛି । ଉଭୟ ପ୍ରେମ ବ୍ୟାପାରକୁ ନେଇ ଆତ୍ମହତ୍ୟା କରିଥିବା ଆଶଙ୍କା କରାଯାଉଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ‌ ଆତ୍ମହତ୍ୟା ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କଲେ ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି ସ୍ଥାନୀୟଲୋକ ଆଶା ରଖିଛନ୍ତି । ପ୍ରକୃତରେ ଏହା ହତ୍ଯା ନା ଆତ୍ମହତ୍ୟା ତାହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ ।

Related Posts

About The Author

Add Comment