ଗଙ୍ଗାଧର ମେହେର ଜୟନ୍ତୀ ଉପଲକ୍ଷେ ନଭ ସଂଚାର ଅନୁଷ୍ଠିତ

Spread the love

ଭୁବନେଶ୍ୱର, ୦୪/୦୮/୨୦୨୦ (ସନ୍ଧାନ ନିଉଜ) ଗତ ୦୩ ଅଗଷ୍ଟ ୨୦୨୦ ଥିଲା ଶ୍ରାବଣ ପୂର୍ଣ୍ଣିମା ପରି ଏକ ପବିତ୍ର ତିଥି, ପବିତ୍ର ସମ୍ପର୍କର ଦିନ l ଯେଉଁ ତିଥିରେ କି ବିଶ୍ଵ ଚେତନାର କବି ସ୍ଵଭାବ କବି ଗଙ୍ଗାଧର ମେହେର ଙ୍କ ଆବିର୍ଭାବ ହୋଇଥିଲା l ଯୁବା ପ୍ରକାଶନ ସଂସ୍ଥା (ଡିଜିଟାଲ ନେଟୱାର୍କ) ପକ୍ଷରୁ ଏକ ନଭ ସଂଚାର ଅନୁଷ୍ଠିତ ହୋଇଥିଲା, ତାଙ୍କ ଜୟନ୍ତୀ ଓ ସାହିତ୍ୟକୁ ନେଇ l ଉକ୍ତ ନଭ ସଂଚାର ରେ ଓଡ଼ିଶା, ଝାରଖଣ୍ଡ, ପଶ୍ଚିମବଙ୍ଗର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗଦେଇଥିଲେ ଲ ଉକ୍ତ ନଭ ସଂଚାର ରେ ଗଙ୍ଗାଧର ମେହେର ଜୟନ୍ତୀ ଓ ଆଲୋଚନା ବିଷୟରେ ସୂଚନା ସହ ସ୍ଵାଗତ କରି ଅତିଥି ପରିଚୟ ଦେଇଥିଲେ ଯୁବା ପ୍ରକାଶନ ସଂସ୍ଥା ର ସଦସ୍ୟ ସତନ କୁମାର ବାଗ |,  ଆଲୋଚକ ଭାବରେ ଯୋଗଦାନ କରିଥିଲେ ଡ. ଗୋପୀନାଥ ବାଗ, ସହକାରୀ ପ୍ରଫେସର, ସମ୍ବଲପୁର ବିଶ୍ଵ ବିଦ୍ୟାଳୟ ଯିଏ କି ଆଲୋଚନା କରିଥିଲେ – ‘ସାମ୍ପ୍ରତିକ କାଳ ଓ ଗଙ୍ଗାଧର – ସୃଷ୍ଟିର ପ୍ରାସଙ୍ଗିକତା’ ଏବଂ ଡ. ମନୋଜ କୁମାର ପଣ୍ଡା, ଅଧ୍ୟକ୍ଷ, ସୂରଜମାଳ ମହାବିଦ୍ୟାଳୟ ଯାହାର ବିଷୟ ଥିଲା – ‘ଆଜିର ସମୟ ଓ କବି ଗଙ୍ଗାଧର’ l ସଭା ପରିଚାଳନା ଦାୟିତ୍ଵ ତୁଲାଇଥିଲେ ଅଧ୍ୟାପକ ଅଖିଳ ବିଶ୍ଵାଳ, ସରକାରୀ ମହିଳା ମହାବିଦ୍ୟାଳୟ, ସମ୍ବଲପୁର l ଶେଷରେ ଧନ୍ୟବାଦ ଦେଇଥିଲେ ଯୁବା ପ୍ରକାଶନର ସଦସ୍ୟା, ଉତ୍ତର ଓଡ଼ିଶା ବିଶ୍ଵବିଦ୍ୟାଳୟର ଗବେଷକ,  ସ୍ଵର୍ଣ୍ଣ ପ୍ରଭା ଖଟୁଆ,  l

Related Posts

About The Author

Add Comment