ଗଂଜାମ ପୋଲିସ ଏନକାଉଂଟରରେ ୨ ଅପରାଧି ଆହତ

Spread the love

ଗଂଜାମ, ୨୬/୧୦ (ସନ୍ଧାନ ନିୟୁଜ) ଗଂଜାମ ପୋଲିସ୍ ର ଏନକାଉଂଟରରେ ୨ ଜଣ ଦୁର୍ଦ୍ଧାନ୍ତ ଅପରାଧି ଆହତ ହୋଇଛନ୍ତି । ଚମାଖଣ୍ଡି ଥାନା ଅନ୍ତର୍ଗତ କଣମଣା ଗାଁ ନିକଟରେ ଏହି ଏନକାଉଂଟର ହୋଇଛି । ଆହତ ୨ ଦୁର୍ଦ୍ଧାନ୍ତ  ଅପରାଧି ହେଉଛନ୍ତି ଗଂଜାମ ପୋଲସରର ମନୋଜ ସାହୁ ଓ ଖୋର୍ଦ୍ଧା କାଇପଦରର ବିଶ୍ୱଜିତ ବାରିକ ।  ସେମାନଙ୍କ ନିକଟରୁୁ ୨ ଟି ପିସ୍ତଲ, ୪ ରାଉଣ୍ଡ ଗୁଳି , କାର ଓ ନଗଦ ଦେଢ଼ଲକ୍ଷ ଟଙ୍କା ଜବତ କରାଯାଇଛି । ଉଭୟ ଚମାଖଣ୍ଡି ପେଟ୍ରୋଲ ଟାଙ୍କି ଡ଼କାୟତିରେ ସମ୍ପୃକ୍ତ ଥିଲେ ବୋଲି ପୋଲିସ୍ ପ୍ରକାଶ କରିଛି । ଆହତ ଦୁଇ ଅପରାଧିଙ୍କୁ ଏମକେସିଜି ମେଡ଼ିକାଲ କଲେଜ ହସପିଟାଲ ରେ ଭର୍ତି କରାଯାଇଛି

Related Posts

About The Author

Add Comment