ଗଂଜାମ ଜିଲ୍ଲା: ନେହେରୁ ଯୁବ କେନ୍ଦ୍ର ତରଫରୁ ବର୍ଷାଜଳ ସଂରକ୍ଷଣ ସଚେତନତା କାର୍ଯ୍ୟକ୍ରମ 

Spread the love
ବୁଗୁଡ଼ା:୨୫/୨ : ଭାରତ ସରକାରଙ୍କ ଯୁବ ବ୍ୟାପର ଓ କ୍ରୀଡ଼ାମନ୍ତ୍ରାଳୟ ଆନୁକୂଲ୍ୟରେ ଗଂଜାମ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ତରଫରୁ ମଙ୍ଗଳ ବାର ଦିନ ଏକ ଜାତୀୟ ଜଳ ସଂରକ୍ଷଣ ସଚେତନତା କାର୍ଯ୍ୟକ୍ରମ ବୁଗୁଡ଼ା ଠାରେ ଅନୁଷ୍ଠିତ ହୋଇଯାଇଛି।
 ଏହି କାର୍ଯ୍ୟକ୍ରମରେ ସ୍ୱେଚ୍ଛାସେବୀ ସସ୍ମିତା କୁମାରୀ ସାହୁ ଅତିଥିମାଙ୍କର ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଭାବେ ଜଳ ବିଭାଗର ଶ୍ରୀଯୁକ୍ତ ସନ୍ତୋଷ କୁମାର ଗୌଡ଼ ସମ୍ମାନୀତ ଅତିଥି ଭାବରେ ମହାମାୟୀ ଉଚ୍ଚ ବିଦ୍ୟାଳୟ ତାଳସାକର କ୍ରୀଡ଼ା ଶିକ୍ଷକ ଶ୍ରୀ ବି.ଗୋପାଳ ପାତ୍ର ଓ ବୁଗୁଡ଼ା ଏନ ଏ ସି ବିଭାଗର ଶ୍ରୀ ରମେଶ ଚନ୍ଦ୍ର ସାହୁ ପ୍ରମୁଖ ଯୋଗଦାନ ଦେଇ ବର୍ଷାଜଳ  ସଂରକ୍ଷଣର ଆବଶ୍ୟକତା ଓ ଉପକାରୀତା ସମ୍ପର୍କରେ ଆଲୋକପାତ କରିଥିଲେ,ଏବଂ ବୃକ୍ଷହିଁ ଜୀବନ ଓ ଜଳହିଁ ଜୀଵନ ର ମହତ୍ତ୍ଵ ବିଷୟରେ ବୁଝାଇଥିଲେ। ଏହି କାର୍ଯ୍ୟକ୍ରମ ରେ ମା’ ତାରିଣୀ ଯୁବକ ସଂଘର ୧୬ ଜଣ ସଦ୍ୟସ ଉପସ୍ଥିତ ଥିଲେ। ବର୍ଷାଜଳ କିପରି ଯତ୍ନ ନେବା ଏବଂ ଏହାର ଅପବ୍ୟବହାର ନ କରିବା ପ୍ରତ୍ୟେକ ଜଳବିନ୍ଦୁ ର ସଦବ୍ୟବହାର କରିବା ସେ ଉପରେ ସଚେତନ କରିବାପାଇଁ ଉପସ୍ଥିତ ସମସ୍ତ ସଦସ୍ୟ ଶପଥ ପାଠ କରିଥିଲେ ।
    ପରିଶେଷରେ ସମସ୍ତ ଅତିଥିମାଙ୍କୁ ସ୍ୱେଚ୍ଛାସେବୀ ସସ୍ମିତା କୁମାରୀ ସାହୁ ଧନ୍ୟବାଦ  ପ୍ରଦାନ କରିଥିଲେ। ସମସ୍ତ କୋଭିଡ୍19 ପାଳନ କରାଯାଇଥିଲା ।

Related Posts

About The Author

Add Comment