ଗଂଗାଧରପୁର ଗ୍ରାମବାସୀଙ୍କ ଦରିଦ୍ର ନାରାୟଣ ସେବା

Spread the love

ଭଦ୍ରକ, ୧୮/୧୧ (ସନ୍ଧାନ ନିଉଜ) : ଭଦ୍ରକ ଗ୍ରାମାଂଚଳଥାନା ଅଧିନସ୍ଥ ଖଣ୍ଡତଡ଼ା ପଂଚାୟତର ବିଜୟଗଂଗାଧରପୁର ଗ୍ରାମବାସୀଙ୍କ ପକ୍ଷରୁ ଆଜି ଦରିଦ୍ର ନାରାୟଣ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକରେ ଗ୍ରାମବାସୀଙ୍କୁ ଆଜି ପ୍ରଶଂସାର ସୁଅ ଛୁଟିଛି । ଗ୍ରାମବାସୀଙ୍କ ମଧ୍ୟରେ ମୁଖ୍ୟ ଆୟୋଜକ ପରେଶ ଚନ୍ଦ୍ର ପଣ୍ଡା ସମସ୍ତ କାର୍ଯ୍ୟକ୍ରମର ମୁଖ୍ୟ ଦାୟିତ୍ୱ ଲିଭାଇଛନ୍ତି । ହାତରୁ ଖର୍ଚ୍ଚ କରି ଅନ୍ଧ,ମୁକ,ବଧିର ପିଲାମାନଙ୍କ ମୁହଁରେ ହସଫୁଟାଇଛନ୍ତି । ଭଦ୍ରକ ଜିଲ୍ଳା ଏବଂ ବାହାର ଜିଲ୍ଲାରୁ ଭିନ୍ନକ୍ଷମ ସଂପର୍କିତ ପିଲାମାନଙ୍କୁ ଏହି ବିଜୟ ଗଂଗାଧରପୁର ଗ୍ରାମର ବଟେଶ୍ୱର ମନ୍ଦିରକୁ ଅଣାଯାଇଥିଲା । ସକାଳ ୯ଟା ସୁଧା ଶତାଧିକ ପିଲା ରୁଣ୍ଡ ହୋଇଥିଲେ । ବହୁ ଅଭିଭାବକ ଓ ବୁଦ୍ଧିଜୀବୀ ମଧ୍ୟ ସେବା ମନୋବୃତି ନେଇ ସେଠାରେ ପହଂଚିଥିଲେ । ସମସ୍ତ ପ୍ରକାର ବାଦ୍ୟ ସରଞ୍ଜାମ ଅଣାଯାଇ ପ୍ରସ୍ତୁତି ଶେଷ ହୋଇଥିଲା । ବାଦ୍ୟ ନୃତ୍ୟ ଆରମ୍ଭ ହୋଇଥିବା ବେଳେ କୁନି କୁନି ପିଲାମାନେ ନୃତ୍ୟ ଗୀତରେ ମଜ୍ଜି ଯାଇଥିଲେ । ପୁଣି ସେଠାରେ ନୂତନ ବସ୍ତ୍ର ବଂଟନ କରାଯାଇଥିଲା । ଶେଷରେ ପିଲାମାନଙ୍କୁ ସୁମିଷ୍ଟ ଭୋଜନରେ ଆପାୟିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପାଖଆଖର ବହୁ ଲୋକ ସାମିଲ ହୋଇଥିଲେ । ଏହି ଗ୍ରାମର ଅନ୍ୟତମ ଆୟୋଜକ ଭାବେ ବିନୋଦ ବିହାରୀ ନାୟକ, ସୁବାଷ ପ୍ରଧାନ, ସୁବାଷ ରାଉତ, ପ୍ରଦୀପ୍ ରାଉତ, ଦେବାଶିଷ ପ୍ରଧାନ, ଅଭୟ ପରିଡ଼ା, ଶତ୍ରୁଜିତ୍ ନାୟକ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Related Posts

About The Author

Add Comment