ତିହିଡି: 9/1 (ସନ୍ଧାନ ନ୍ୟୁଜ୍/ପ୍ରଶାନ୍ତ ବାରିକ୍) ଦୀର୍ଘ ୧୦ମାସ ପରେ ଗତ ଆଠ ତାରିଖ ଠାରୁ ଖୋଲିଛି ସ୍କୁଲ । ତାହା ପୁଣି କେବଳ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ । ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଖାଦେଇଛି ପ୍ରବଳ ଉତ୍ସାହ । ଦୀର୍ଘ ମାସପରେ ସ୍କୁଲକୁ ଆସୁଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଅନେକ ଉତ୍ସାହ । ସରକାର ଙ୍କ ର କୋଭିଡ୍ ନୀୟକୁ ଆଖିଆଗରେ ରଖି ପ୍ରଥମେ ଦଶମ ଶ୍ରେଣୀ ର ଛାତ୍ର ଛାତ୍ରୀ ମାନଙ୍କୁ ମୁହଁରେ ମାସ୍କ ଏବଂ ସାମାଜକ ଦୂରତା ରେ ବସି ପାଠ ପଢ଼ିବାକୁ ଅନୁମତି ମିଳିଥିଲା। ବହୁ ଦିନ ପରେ ଏକା ରଙ୍ଗ ଡ୍ରେସ୍ ପିନ୍ଧି ରାସ୍ତା ରେ ସ୍କୁଲ ଯିବା ସହିତ ସାଙ୍ଗ ସାଥୀ ଙ୍କ ସହ ମିଶି ବୁଲିବା ଯୋଗୁ ବହୁତ୍ ଖୁସି ଜଣା ପଡୁଛନ୍ତି କିନ୍ତୁ ଅଳ୍ପ ସମୟ ଭିତରେ ବହି ଶେଷ କରିବାକୁ ଟିକେ ଅସୁବିଧା ହେବା ଜଣାଇଛନ୍ତି। ଛାତ୍ର ଛାତ୍ରୀ କହିବା ଅନୁଯାୟୀ କେବେ ସ୍କୁଲ ଖୋଲିବ ଓ ଶିକ୍ଷାଦାନ ହେବ ସେନେଇ ଆମେ ଚିନ୍ତାରେ ଥିଲୁ । ଯାହା ହେଉ ସ୍କୁଲ ଖୋଲିବାପରେ ଆମେ ପୁଣି କ୍ଲାସ ଆରମ୍ଭ କରିଛୁ ତାହା ଆମକୁ ବେଶ ଆନନ୍ଦ ଦେଉଛି ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି । ଛାତ୍ର ଛାତ୍ରୀ ଙ୍କ ମୁହଁରେ ମାସ୍କ ଏବଂ ସାମାଜିକ ଦୂରତା ପ୍ରତି ସ୍କୁଲ୍ ପ୍ରଶାସନ ଦୃଷ୍ଟି ଦେବା ନିତ୍ୟାନ୍ତ ଆବଶ୍ୟକ। କିଭଳି ଆଗାମୀ ଦିନରେ କେହି ସଂକ୍ରମିତ ହେବେ ନାହିଁ ।
ଖୋଲିଲା ସ୍କୁଲ୍। ଉତ୍ସାହ ରେ ଛାତ୍ର ଛାତ୍ରୀ
|
January 9, 2021 |