ଚାନ୍ଦବାଲି: 14/03 (ସନ୍ଧାନ ନ୍ୟୁଜ୍): ଚାନ୍ଦବାଲି ବ୍ଲକ ଅଧିନସ୍ଥ ନାନ୍ଦପୂର୍ ପଞ୍ଚାୟତ କୋଇଲେଖା ଗ୍ରାମରେ ଜଣେ ବ୍ୟକ୍ତି ବିଗତ କିଛି ଦିନ ହେଲା କୋଇଲେଖା ଗ୍ରାମ ନିକଟସ୍ଥ ଏକ ଖେଳ ପଡିଆ ର କିଛି ଅଂଶ କୁ ଜବରଦସ୍ତ ମାଟି ପକାଇ ନିଜ ଅକ୍ତିଆର ରେ ରଖିଛନ୍ତି। ଉକ୍ତ ଗ୍ରାମର କେତେକ ବୟସ୍କ ବ୍ୟକ୍ତି ଙ୍କ ସହ ଯୁବକ ମାନେ ଏହାକୁ ପ୍ରତିବାଦ କରିବାରୁ ଉକ୍ତ ଖେଳ ପଡିଆ ମଧ୍ୟରୁ ମାଟି ଉଠାଇ ନେବାକୁ ଜବରଦଖଲ କାରି ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ କିଛି ମାସ ଅତିବାହିତ ହେଲା ପରେ ମଧ୍ୟ ଉକ୍ତ ସ୍ଥାନରୁ ମାଟି ଉଠାଇବା ପରିବର୍ତ୍ତେ ଜବରଦଖଲ କାରି ପଡିଆକୁ ଲାଗି ନିଜସ୍ଵ ଜାଗାରେ ଘର ତୋଳିବା ଆରମ୍ଭ କରାଯାଇଛି। ଉକ୍ତ ଖେଳ ପଡିଆ ରେ ପ୍ରତି ବର୍ଷ କ୍ରିକେଟ୍ ଟୁର୍ଣା ମ୍ୟାଚ୍ ହୋଇଥାଏ। ଏବଂ ଏହା ବ୍ୟତୀତ କୋଇଲେଖା ପ୍ରାଥମିକ ବିଦ୍ୟାଳୟ ଟି ଖେଳ ପଡିଆ କୁ ଲାଗିରହିଥିବାରୁ ଛୋଟ ଛୋଟ ପିଲା ମାନେ ମଧ୍ୟ ଉକ୍ତ ପଡ଼ିଆରେ ଖେଳ କୁଦ କରିଥାନ୍ତି। ଯଦି ଆସନ୍ତା ଭାବିଷତ ରେ ଏହା ର କୌଣସି ସମାଧାନ ନ ହୁଏ ତେବେ ପ୍ରତିବାଦ ଜାରି ରହିବା ସହ ନ୍ୟାୟ ପାଇଁ ସ୍ଥାନୀୟ ପ୍ରଶାସନ ପାଖରେ ଦ୍ବାରସ୍ଥ ହେବେ ବୋଲି ଉକ୍ତ ଗ୍ରାମର ଯୁବଗୋଷ୍ଟି ଚେତାବନୀ ଦେଇଛନ୍ତି।
ଖେଳ ପଡିଆକୁ ଜବରଦଖଲ ଅଭିଯୋଗ
|
March 14, 2021 |