ଭଦ୍ରକ, ୧୬/୧୧/୨୦ (ସନ୍ଧାନ ନିଉଜ) : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଗୋରା ମାଟି ଗ୍ରାମ ରେ କାଳୀପୂଜା ଦିନ ଏକ ଅଦ୍ଭୂତ ଘଟଣା ଦେଖିବାକୁ ମିଳିଛି। ଗୋରାମାଟି ଖେଳ ପଡ଼ିଆରେ ଏକ ଟ୍ରାଟର ଏକ ନୂତନ ପାର୍କ ନିର୍ମାଣ ଯୋଗୁ ଖେଳ ପଡିଆ ରୁ ମାଟି ଉଠାଉ ଥିବା ସମୟରେ ଟ୍ରା ଟର ଫାଳ ରେ ଏକ ପଥର ବାଜିବା ର ଶବ୍ଦ ଶୁଣାଯାଇଥିଲା। ମାଟି ତଳେ କଣ୍ ଅଛି ବୋଲି ଲୋକେ ଜାଣି ବାକୁ ଯାଇ ସେଠାରେ ଦୁଇ ଫୁଟ ଖୋଲିବା ପରେ ଏକ ଶିବ ଲିଙ୍ଗ ବାହାରି ଥିଲା। ଏକଥା ପ୍ରଚାର ହେବା ପରେ ସଙ୍ଗେ ସଙ୍ଗେ ଏହି ଲିଙ୍ଗକୁ ଦର୍ଶନ କରିବା ପାଇଁ ପାଖ ଗ୍ରାମ ମାନଙ୍କ ରୁ ବହୁତ୍ ଲୋକ ଠୁଳ ହେବା ସହ ଦୀପ ଜାଳି ପୂଜା ଅର୍ଚ୍ଚନା କରାଯାଇଥିଲା। ପାଖା ପାଖି ଗ୍ରାମ ମାନଙ୍କରେ ଏକ ଭକ୍ତି ପୂର୍ଣ୍ଣ ପରିବେଶ ଦେଖିବାକୁ ମିଳିଥିଲା।
*ଖେଳପଡିଆ ରେ ଶିବଲିଙ୍ଗ*
|
November 16, 2020 |