ଖୁବଶୀଘ୍ର ନିପାତ ହେବେ ନୂଆ ଆଇଏସର ମୁଖ୍ୟ

Spread the love

ୱାଶିଂଟନ, ୭/୧୧ (ସନ୍ଧାନ ନିଉଜ) : ବିଶ୍ବର କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସକୁ ନିପାତ କରିବା ପାଇଁ ଆମେରିକା ଯୋରଦାର ପ୍ରୟାସ ଜାରି ରଖିଛି। ନିକଟରେ  ଆମେରିକା ସେନା ଆଇଏସ ମୁଖ୍ୟ ଅବୁ ବକର ଅଲ୍‌-ବାଗଦାଦୀକୁ ନିପାତ କରିଥିଲା। ବାଗଦାଦୀର ମୃତ୍ୟୁ ପରେ ଆଇଏସର ନୂତନ ଉତ୍ତରାଧିକାରୀକୁ ଖୁବଶୀଘ୍ର ନିପାତ କରିବା ପାଇଁ ଆମେରିକାର ଜଣେ ଅଧିକାରୀ ଗୁରୁବାର କହିଛନ୍ତି।

ସୂଚନାଯୋଗ୍ୟ, ୨୮ ଅକ୍ଟୋବରରେ ଆମେରିକା ସେନା ଆଇଏସଆଇଏସ ଆତଙ୍କବାଦୀ ସଙ୍ଗଠନ ଉପରେ ଆକ୍ରମଣ କରି ତାର ମୁଖ୍ୟ ଆବୁ ବକର୍‍ ବାଗଦାଦିକୁ ନିପାତ କରିଥିଲା। ଆମେରିକା ରାଷ୍ଟପତି ଡୋନାଲ ଟ୍ରମ୍ପ ଏନେଇ ଟ୍ୱିଟ୍‍ କରି ସୂଚନା ଦେଇ କହିଥିଲେ ଆମେରିକା ସେନା ବିଶ୍ୱର ୧ନମ୍ବର ଆତଙ୍କୀ ବାଗଦାଦୀକୁ ନିପାତ କରିଛି।

Related Posts

About The Author

Add Comment