ଖାଦ୍ୟ ସୁରକ୍ଷା ଯୋଜନାରୁ ୬୨୩୫ ଜଣ ହିତାଧିକାରୀ ବାଦ୍

Spread the love

ଧର୍ମଶାଳା, ୧୮/୯ (ସନ୍ଧାନ ନିୟୁଜ/ପ୍ରଶାନ୍ତ ସାମଲ) ଧର୍ମଶାଳା ବ୍ଲକରେ ଖାଦ୍ୟ ସୁରକ୍ଷା ଯୋଜନାରୁ ୬୨୩୫ ହିତାଧି କାରୀ ବାଦ ପଡିଛନ୍ତି।ଆରମ୍ଭ ହୋଇଥିବା ଆଧାର କାର୍ଡ ସଂଯୋଗୀକରଣ ପ୍ରକ୍ରିୟାରେ ୬୨୩୫ ଜଣ ହିତାଧିକାରୀ ଆଧାର କାର୍ଡ ଦେଇ ପାରିନଥିଲେ।ଏହି ବ୍ଲକରେ କେନ୍ଦ୍ରୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୪୧ ହଜାର ୩୯ ପରିବାର ୧ ଲକ୍ଷ ୭୩ ହଜାର ୮୨୬ ସଦସ୍ୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୪ ହଜାର ୨୯୬ ପରିବାରରେ ୧୨ ହଜାର ୯୯୩ ସଦସ୍ୟ ସାମିଲ ହୋଇଥିଲେ । ଯୋଗାଣ ବିଭାଗ ପକ୍ଷରୁ ମୋଟ୍ ୧ ଲକ୍ଷ ୮୬ ହଜାର ୮୧୯ ଜଣ ହିତାଧିକାରୀଙଙ୍କୁ କିଲୋପ୍ରତି ୧ ଟଙ୍କା ମୂଲ୍ୟରେ ଚାଉଳ ଓ ଗହମ ଡିଲରଙ୍କ ମାଧ୍ୟମରେ ଯୋଗାଇ ଦିଆଯାଉଥିଲା ।ଏହି ଯୋଜନାରେ ସାମିଲ ହୋଇଥିବା ହିତାଧିକାରୀଙ୍କୁ ଅଗଷ୍ଟ ୩୧ ତାରିଖ ସୁଦ୍ଧା ଆଧାର କାର୍ଡ ସଂଜୋଗ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଥିଲା। ପରେ ଏହି ସମୟ ସୀମା ସେପ୍ଟେମ୍ବର୧୫ କୁ ବୃଦ୍ଧି କରାଯାଇଥିଲା ।ବିଭିନ୍ନ ଜନ ସେବା କେନ୍ଦ୍ରରେ ଆଧାର କାର୍ଡ ଲିଙ୍କି କରାଯାଇଥିଲା।ମାତ୍ର ଏବେ ଏହା ଜନସେବା କେନ୍ଦ୍ର ଗୁଡିକରେ ହେଉନଥିବାରୁ ୬୨୩୫ ଜଣ ହିତାଧିକାରୀ ଆଧାର ଲିଙ୍କି କରି ନପାରି ହଇରାଣ ହେଉଛନ୍ତି।ଖାଦ୍ୟ ସୁରକ୍ଷା ଯୋଜନାରେ ବାଦ୍ ପଡିଥିବା ହିତାଧିକାରୀଙ୍କ ପାଇଁ ଆଧାର ଲିଙ୍କି ସମୟ ସୀମା ବୃଦ୍ଧି କରିବାକୁ ଦାବି ହୋଇଛି ।

Related Posts

About The Author

Add Comment