ଖାଦାନ ସମ୍ମୁଖରେ ୯ ପଂଚାୟତ ବାସୀଙ୍କ ଧାରଣା

Spread the love

ଧର୍ମଶାଳା , ୨୭/୧୧ (ସନ୍ଧାନ ନିଉଜ) : ଧର୍ମଶାଳା ତହସିଲ ଅନ୍ତର୍ଗତ ବିଛାଖଣ୍ଡି, କଳାପଥର ପାହାଡରୁ ୱାଗନ ବ୍ଲାଷ୍ଟିଂ ବନ୍ଦ କରିବାକୁ ୯ ପଂଚାୟତର ଅଧିବାସୀ ଶନିବାର ପୂର୍ବାହ୍ନରେ ଖାଦାନ ସମ୍ମୁଖରେ ଧାରଣାରେ ବସିଥିଲେ । ଏନେଇ ପୂର୍ବରୁ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷଙ୍କ ଚରଣ ସିଂ ମୀନାଙ୍କୁ ଲିଖିତ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଆଧାରରେ ଆରକ୍ଷୀ ଅଧ୍ୟକ୍ଷଙ୍କ ଲିକ୍ ଥିବା ବିଛାଖଣ୍ଡି ପାହାଡରୁ ୱାଗନ ବ୍ଲାଷ୍ଟିଂ ବନ୍ଦ କରିବାକୁ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଜଣାପଡିଛି । ସେଥିନେଇ ଶନିବାର ପୂର୍ବାହ୍ନରେ ୯ ପଂଚାୟତର କେତେକ ଲୋକ ଏହାର ପ୍ରତିବାଦରେ ଧାରଣାରେ ବସିଥିଲେ । ପଂଚାୟତ ଗୁଡିକ ଚକ୍ରଧରପୁର, ଅଞ୍ଜିରା, ମଧୁସୂଦନପୁର, ରେଖିଦେଇପୁର, କବାଟବନ୍ଧ, ମର୍ଜିଦାପୁର, ରାଇଛନ୍ଦା । ୱାଗନ୍ ବ୍ଲାଷ୍ଟିଂ ଫଳରେ ନିକଟବର୍ତୀ ଅଂଚଳରେ ମୃଦୁଭୂମିକମ୍ପ ସୃଷ୍ଟି ହେଉଥିବାରୁ ଘର କାନ୍ଥ ଫାଟୁଥିବା ଦେଖିବାକୁ ମିଳୁଛି । ସେହିପରି ବ୍ଲାଷ୍ଟିଂ ସମୟରେ ପଥରଖଣ୍ଡ ଛିଟିକି ବିଭିନ୍ନ ସ୍ଥାନରେ ପଡିଥାଏ । ପାଖରେ ଥିବା ସ୍କୁଲ୍ରେ ପଥର ପଡୁଥିବା ଲୋକମାନେ ଅଭିଯୋଗ କରିଛନ୍ତି । ପ୍ରଦୂଷଣ ମଧ୍ୟ ୱାଗନ ବ୍ଲାଷ୍ଟିଂ ଦ୍ୱାରା ବହୁ ପରିମାଣରେ ସୃଷ୍ଟି ହୋଇଛି । ଏହାଦ୍ୱାରା ସ୍ଥାନୀୟ ଲୋକମାନେ ପ୍ରଭାବିତ ହେବା ସହିତ ବିଭିନ୍ନ ରୋଗର ଶୀକାର ହେଉଛନ୍ତି । ପଥର ବୋଝେଇ ହାଇୱା ଓ ଟିପର ଗ୍ରାମ ରାସ୍ତା ଦେଇ ଯାଉଥିବାରୁ ରାସ୍ତାଗୁଡିକ ମରଣଯନ୍ତାରେ ପରିଣତ ହେଉଛି । ପଥର ଗୁଣ୍ଡ ପଡି କୂଅ, ପୋଖରୀ ପାଣି ଦୂଷିତ ହେଉଛି । ଗୋରୁ ଗାଈ ସମେତ ଲୋକମାନେ ଭୟଙ୍କର ଶବ୍ଦରେ ପ୍ରଭାବିତ ହେଉଛନ୍ତି । ଏଭଳି ଅନେକ ସମସ୍ୟା ଭିତରେ ସ୍ଥାନୀୟ ଲୋକମାନେ ଶଡୁଥିବା ଦେଖିବାକୁ ମିଳୁଛି । ଏହାର ପ୍ରତିକାର ଦିଗରେ ସ୍ଥାନୀୟ ତହସିଲ କିମ୍ବା ଜିଲ୍ଲା ପ୍ରଶାସନ କୈାଣସି ପଦକ୍ଷେପ ନେଉନାହାନ୍ତି । ଯାହାଦ୍ୱାରା ପଥର ମାଫିଆ ମାନେ କ୍ରିୟାଶୀଳ ହୋଇ ବେଆଇନ ଭାବେ ୱାଗନ ବ୍ଲାଷ୍ଟିଂ କରି ଶହ ଶହ ଟ୍ରିପ୍ କଳାପଥର ପରିବହନ କରୁଛନ୍ତି । ଏଥିପ୍ରତି ଯାଜପୁର ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ଦୃଷ୍ଟି ଦେଲେ ୱାଗନ ବ୍ଲାଷ୍ଟିଂ ବନ୍ଦ ହୋଇପାରିବ ବୋଲି ଅଂଚଳର ମୁରବୀ ତଥା ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ଧବଳେଶ୍ୱର ପ୍ରଧାନ , ଶ୍ରୀକାନ୍ତ ଦାଶ, ରବିନ୍ଦ୍ର ସାହୁ, ସରପଂଚ ଅନୁକୂଳି ସାମଲ, ଅଞ୍ଜିରା ସରପଂଚ ଦିବ୍ୟାଧି ସେଠୀ , ରେଖିଦେଇପୁର ସରପଂଚ ଅରୁଣ ପରିଡା, ରମାକାନ୍ତ ରାଉଳ, ଶରତ କୁମାର ସେଠୀ, ଅକ୍ଷୟ ବିଶ୍ୱାଳ, ଅଶୋକ କୁମାର ମହାନ୍ତି, ପ୍ରମୋଦ ମିଶ୍ର, ମର୍ଜିଦାପୁର ସରପଂଚ ସୁଜାତା ସାହୁ, ବ୍ଲକ୍ ପ୍ରଯୋଜକ ବିକାଶ ଦାସ, ସୁଧୀର ନାୟକ, ସତ୍ୟାନନ୍ଦ ପାଣି, ଦିଲ୍ଲୀପ ରାଉତ, ପ୍ରମୋଦ ମିଶ୍ର ପ୍ରମୁଖ ଆଶା ପ୍ରକଟ କରିଛନ୍ତି ଯଦି ଏଥିପ୍ରତି ପ୍ରଶାସକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରେ ତେବେ ୯ ପଂଚାୟତର ଅଧିବାସୀ ରାଜରାସ୍ତାକୁ ଅବରୋଧ କରିବା ଜିଲ୍ଲାପାଳକଙ୍କ କାର୍ଯ୍ୟାଳୟ ବନ୍ଦ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ତହସିଲଦାର ସରୋଜକୁମାର ପଣ୍ଡା ପଚାରିବାରୁ ଏହି ଘଟଣାକୁ ସେ ଗମ୍ଭୀର ସହ ନେଇଛନ୍ତି ।

Related Posts

About The Author

Add Comment