ଖାଦାନକୁ ବିରୋଧ କରି ନଅ ପଂଚାୟତର ଲୋକେ ଏକାଠି ହେଲେ

Spread the love

ଧର୍ମଶାଳା, ୨୩/୧୧ (ସନ୍ଧାନ ନିୟୁଜ/ମାନସ ରାଉତ) ଜୀବନ ନେଉଛି ୱାଗନ ହୋଲ । ବ୍ଲାଷ୍ଟିରେ ଦୋହଲୁଛି ପୁରା ଅଂଚଳ । ରାସାୟନିକ ପଦାର୍ଥର ବ୍ୟବହାର ଯୋଗୁ ଦୁଷିତ ହେଉଛି ଭୁତଳ ଜଳ । ଖାଦାନରୁ ପାଣି ବାହାର କରିବା ଦ୍ୱାରା ପାଚେଲା ଧାନ କିଆରୀରେ ପାଣୀ ମାଡି ଅମଳ ହୋଇ ପାରୁନାହିଁ ସୁନାର ଫସଲ । ଏ ଭଳି ଅନେକ ଅଭିଯୋଗ ବାଢି ଧର୍ମଶାଳା ବ୍ଲକ ୧୧ନଂ ଜୋନର ୯ପଂଚାୟତର ସାଧାରଣ ଲୋକେ ଶନିବାର ସକାଳ ୯ଟା ସମୟରେ ତାଳଜଙ୍ଗ ଠାରେ ଏକତ୍ରିତ ହୋଇଥିଲେ । ଅଭିଯୋଗ ଥିଲା ଏହି ଅଂଚଳରେ ଥିବା ବିଛାଖଣ୍ଡି ଓ ପୋତୁଅ ପାହାଡରେ ଆଜକୁ କିଛି ଦିନ ଧରି ବେଆଇନ ୱାଗନ ହୋଲ କରାଯାଇ ବ୍ଲାଷ୍ଟିଂ କରାଯାଉଛି । ଘଟଣା ଧର୍ମଶାଳା ତହସିଲ ଅନ୍ତର୍ଗତ ବିଛାଖଣ୍ଡି ଓ ପୋତୁଅରେ ଦିନକୁ ଦିନ ବଢିଛାଲିଛି । ବିଛାଖଣ୍ଡିରେ ବେଆଇନ ୱାଗନ ହୋଲର ଦୃଢ ପ୍ରତିବାଦ କରିବାକୁ ଯାଇ ଅଂଚଳବାସି ଆଜି ଶହଶହ ସଂଖ୍ୟାରେ ଏକଜୁଟ ହୋଇ ବେଆଇନ କାର୍ଯ୍ୟକୁ ବିରୋଧ କରିବାକୁ ନିଷ୍ପତି ନିଆଯିବା ପରେ ପାହାଡ ଅଭିମୁଖେ ଯାଇଥିଲେ । ପୋତୁଅ ପାହାଡରେ ଜ୍ଞାନ ରଂଜନ ମହାପାତ୍ର(ସିଲୁ)ଙ୍କ ଲିଜରେ ୱାଗନ ବ୍ଲାଷ୍ଟିଂ କରାଯାଉଥିବା ଦେଖିବାକୁ ମିଳିଥିଲା । ଲୋକମାନେ ସେଠାରେ ପହଞ୍ଚô ପାଲ ପକାଇ ଖାଦାନ ସମ୍ମୁଖରେ ଧାରଣାରେ ବସିଥିଲେ । ଉପସ୍ଥିତ ଲୋକମାନେ ୱାଗନ ବ୍ଲାଷ୍ଟିର କୁପ୍ରଭାବ ଉପରେ ଆଲୋଚନା କରିବାକୁ ଯାଇ ଚାଷ ଓ ଚାଷୀର ସମସ୍ୟା ଉପରେ ପ୍ରଶ୍ନ ଉଠାଇଥିଲେ । ଯେଉଁ ଜଙ୍ଗଲକୁ ଆଖପାଖ ଅଂଚଳର ୭ଟି ଗାଁର ଲୋକମାନେ ବନ ସୁରକ୍ଷା କମିଟି କରି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ସୁରକ୍ଷା ଦେଇ ଆସୁଥିଲେ ତାହ ଆଜି ଧ୍ୱଂସାଭିମୁଖି । ଏଠାରେ ଏ ସବୁ ବ୍ୟତିକ୍ରମ ହୋଇ ୱାଗନ ହୋଲ କରାଯାଉଛି । ଏହାର ପ୍ରତିବାଦରେ ଅଂଚଳର ଚାରୋଟି କମିଟି ନଅ ପଂଚାୟତର ଲୋକପ୍ରତିନିଧି ଓ ସ୍ଥାନୀୟ ଜନସାଧାରଣ ଶୃଙ୍ଖଳୀତ ଭାବରେ ଖାଦାନକୁ ଯାଇ ପ୍ରତିବାଦ କରିବେ ବୋଲି ପ୍ରସ୍ତାବ ଗ୍ରହଣ କରାଯିବା ପରେ ଖାଦାନ ଅଭିମୁଖେ ଯାତ୍ରା କରିଥିଲେ । ସେଠାରେ କୌଣସି ପ୍ରକାର ବିଶୃଙ୍ଖଳିତ ଆଚରଣକୁ ବରଦାସ୍ତ ନକରିବାକୁ କମିଟି ପକ୍ଷରୁ ନିଷ୍ପତି ନିଆଯାଇଥିଲା । ପୁର୍ବରୁ ଏସମ୍ବନ୍ଧରେ ଥାନା, ତହସିଲ, ଜିଲାପାଳଙ୍କୁ ଲିଖିତ ଅଭିଯୋଗ କରାଯାଇଛି ବୋଲି କମିଟିର ସଦସ୍ୟମାନେ କହଥିଲେ । ଆଜି ମଧ୍ୟ ଥାନାଧିକାରୀଙ୍କୁ ଏ ବିଷୟରେ ଅବଗତ କରାଯାଇଛି । ବୋର ହୋଲ ପ୍ରଭାବରେ ତାଳଜଙ୍ଗ ଗାଁରେ ୮ରୁ ଦଶ ଜଣ ଭେଣ୍ଡିଆ ମୃତ୍ୟୁବରଣ କରିସାରିଛନ୍ତି । ଘଟଣା ସ୍ଥାଳରେ ଖାଦନରେ ୮୦ଫୁଟରୁ ଅଧିକ ଗଭୀରତାର ଖାତ ହୋଇଥିବା ଦେଖାଯାଇଛି । ଅସୁରକ୍ଷିତ ଭାବରେ ଖାଦାନରେ କାର୍ଯ୍ୟ କରାଯାଉଥିବା ଲୋକମାନେ ଅଭିଯୋଗ କରିଥିଲେ । ଆଜିର ଏହି ଆନେ୍ଦାଳନର ଶତାଧିକ ଲୋକମାନଙ୍କ ସହିତ ଅଂଚଳର ମୁରବି ତଥା ଉପଦେଷ୍ଟାମଣ୍ଡଳୀର ସଦସ୍ୟ ଧବଳେଶ୍ୱର ପ୍ରଧାନ, ଶୁକାନ୍ତ ଦାସ, ରବିନ୍ଦ୍ର ସାହୁ, ସରପଞ୍ଚ ଅନୁକୂଳି ସାମଲ, ଅଞ୍ଜିରା ସରପଞ୍ଚ ବିଦ୍ୟାଧି ସେଠୀ, ରେଖିଦେଇପୁର ସରପଂଚ ଅରୁଣ ପରିଡା, ରମାକ୍ାନ୍ତ ବାଉଳ, ଶରତ କୁମାର ସେଠି, ଅଂଚଳ ସ୍ୱାଇଁ, ଅକ୍ଷୟ ବିଶ୍ୱାଳ, ଅଶୋକ କୁମାର ମଲ, ପ୍ରମୋଦ ମିଶ୍ର, ମର୍ଜିତାପୁର ସରପଞ୍ଚ ସୁବାସ ସାହୁ, ବ୍ଲକ ସେଯାଜକ ବିକାଶ ଦାସ, ଶୁଧାଂଶୁ ନାୟକ, ସତ୍ୟାନନ୍ଦ ପାଣୀ ପ୍ରମୁଖ ଭାଗନେଇ ଏହାର ଦୃଢ ବିରୋଧ କରିବା ଶହ ପ୍ରଶାସନକୁ ନିନ୍ଦା କରିଥିଲେ । ଆଗାମି ଦିନରେ ଯଦି ଏହା ଉପରେ ରୋକ ଲଗା ନଯାଏ ତେବେ ଆଗାମି ଦିନରେ ରାଜରାସ୍ତା ଘେରାଉ ହେବ, ଜିଲାପାଳ ଅଫିସ ଘେରାଉ କରାଯିବ ବୋଲି ମତ ପ୍ରକାଶ ପାଇଥିଲା ।

Related Posts

About The Author

Add Comment