ଖାକିର ଆଉ ଏକ କଳଙ୍କିତ ଅଧ୍ୟାୟ: ନାବାଳିକାକୁ ୪ ଜଣ ପୁଲିସ କମର୍ଚାରୀ ଦୁଷ୍କର୍ମ କରିଥିବା ଅଭିଯୋଗ
ଖାକିର ଆଉ ଏକ କଳଙ୍କିତ ଅଧ୍ୟାୟ: ନାବାଳିକାକୁ ୪ ଜଣ ପୁଲିସ କମର୍ଚାରୀ ଦୁଷ୍କର୍ମ କରିଥିବା ଅଭିଯୋଗ
Manas Kumar Rout |
May 19, 2019 |
ଝାରସୁଗୁଡ଼ା ୧୯/୫ (ସନ୍ଧାନ ନିୟୁଜ) ମହିଳା ମାନଙ୍କ ଉପରେ ହେଉଥିବା ନିର୍ଯ୍ୟାତନା ଗଣଦୁଷ୍କର୍ମକୁ ହ୍ରାସ କରିବାକୁ ବର୍ମା କମିଟି ଏବଂ ସମ୍ବିଧାନରେ ସ୍ୱତନ୍ତ୍ର ଆଇନ ପ୍ରଣୟନ କରାଯିବା ସହ ଏହାକୁ କାର୍ଯ୍ୟକାରୀ କରିବାକୁ ପୁଲିସକୁ ସ୍ୱତନ୍ତ୍ର କ୍ଷମତା ଦିଆଯାଇଛି। ଏତେ ନିୟମ ପରେ ବାଡ ଜଦି କ୍ଷେତଖାଇବ ତାହାଲେ ଦୁଃଖ ବୁଝିବ କିଏ?
ଜଣେ ୧୫ ବର୍ଷ ନାବାଳିକାକୁ ଝାରସୁଗୁଡାର ୪ଜଣ ପୁଲିସ ଗଣଦୁଷ୍କର୍ମ କରିଥିବା ନାବାଳିକା ଜାମସେଦପୁର ଟେଲକୋ ଥାନାରେ ଅଭିଯୋଗ କରିଛି। ନାବାଳିକାର ଅଭିଯୋଗ ପରେ ପୁଲିସ ବିଭାଗରେ ମୃଦୁକମ୍ପନ ହୋଇଥିବା ସୂଚନା ମିଳିଛି। ଟେଲକୋ ଥାନାରେ ଅଭିଯୋଗ ଅନୁଯାୟୀ ପିଡିତାର ବଡ ଭୋଉଣୀ ଓ ଭିଣୋଇ ଦେହବ୍ୟବସାୟରେ ନାବାଳିକାକୁ ଜବରଦସ୍ତ ଲିପ୍ତ କରାଇ କରାଉଥିଲେ। ଏଥିସହ ଝାରସୁଗୁଡ଼ାର ଏକ ହୋଟେଲରେ ଉକ୍ତ ନାବାଳିକାକୁ ଦୀର୍ଘ ୮ ଦିନ ଧରି ୪ ପୁଲିସ କର୍ମଚାରୀ ଦୁଷ୍କର୍ମ କରିଛନ୍ତି। ପିଡିତାର ଅଭିଯୋଗକୁ ଆଧାର କରି ଟେଲକୋ ଥାନା ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି। ଜାମସେଦପୁର ଏସପି ଅନୁପ ବିଥରେ କହିଛନ୍ତି, ଝାରସୁଗୁଡ଼ାରେ ପୁଲିସ୍ କର୍ମଚାରୀ ତାଙ୍କୁ ଦୁଷ୍କର୍ମ କରିଥିବା ପୀଡିତା କହିଛନ୍ତି। ଉକ୍ତ ନାବାଳିକା ପୁଲିସ କମର୍ଚାରୀମାନଙ୍କୁ ଦେଖିଲେ ଚିହ୍ନି ପାରିବ ବୋଲି ବି କହିଛନ୍ତି। ସେ ଯେଉଁ ଯେଉଁ ସ୍ଥାନ କଥା କହିଛନ୍ତି, ସେହି ସବୁ ସ୍ଥାନକୁ ଚିହ୍ନଟ କରାଯାଇ ତଦନ୍ତ କରାଯିବ। ତାଙ୍କ ବୟାନ କୋର୍ଟରେ ଦାଖଲ କରାଯିବ। ତାଙ୍କର ଡାକ୍ତରୀମାଇନା ବି କରାଯିବ। ଅନ୍ୟପଟେ ଝାରସୁଗୁଡ଼ା ଏସପି ଅଶ୍ୱିନୀ କୁମାର ମହାନ୍ତି କହିଛନ୍ତି, ନିର୍ଦ୍ଦିଷ୍ଟ ଭାବେ ଝାରସୁଗୁଡ଼ା ପୁଲିସର ୪ ଜଣ ତାଙ୍କୁ ଦୁଷ୍କର୍ମ କରିଛନ୍ତି ବୋଲି ଅଭିଯୋଗ ହୋଇ ନାହିଁ। ସଂପୃକ୍ତ ନାବାଳିକାଙ୍କୁ ମଇ ୭ତାରିଖରେ ଝାଡ଼ଖଣ୍ଡର ବାଗବେଡ଼ା ପୁଲିସ୍ ଉଦ୍ଧାର କରିଥିଲା। ତାଙ୍କୁ ପୂର୍ବ ସିଂହଭୂମ ଜିଲ୍ଲାର ବାଲ୍ କଲ୍ୟାଣ ସମିତିକୁ ହସ୍ତାନ୍ତର କରାଯାଇଛି।
Related Posts
About The Author