ଖାଇ ଭିତରକୁ ବସ୍‌ ଖସି ପଡ଼ିବାରୁ ୨୫ ମୃତ, ୩୫ ଗୁରୁତର

Spread the love

ଚଣ୍ଡିଗଡ଼, ୨୦/୬ (ସନ୍ଧାନ ନିୟୁଜ) : ହିମାଚଳପ୍ରଦେଶରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ରାଜ୍ୟର କୁଲୁ ଜିଲ୍ଲାରେ ଗୁରୁବାର ଏକ ଯାତ୍ରୀବାହୀ ବସ୍‌ଟି ଖାଇକୁ ଖସି ପଡ଼ି ଏକ ଭୟାବହ ଦୁର୍ଘଟଣାର ସାମ୍ନା କରିଛି। ବସ୍‌ରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ୨୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୫ ଜଣ ଗୁରୁତର ଆହତ ହୋଇଛନ୍ତି।

କୁଲୁସ୍ଥିତ ବଞ୍ଜର ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ରହିଛି। ଏହି ଦୁର୍ଘଟଣା ଘଟିବା ପରେ ଉଦ୍ଧାରକାର୍ଯ୍ୟ ଆରମ୍ଭ ହୋଇଛି।

ବସ୍‌ଟିରେ ସମୁଦାୟ ୫୦ ଜଣ ଯାତ୍ରୀ ଥିଲେ। ବସ୍‌ଟି ବଞ୍ଜରରୁ ଗଡ଼ଗୁସାହାଣି ଅଞ୍ଚଳକୁ ଯାତ୍ରା କରୁଥିବା ବେଳେ ଅଧା ବାଟରେ ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା।

Related Posts

About The Author

Add Comment