ଖଳା କାର୍ଯ୍ୟକୁ କେନ୍ଦ୍ରକରି ୬ ଆହାତ ୩ ଗିରିଫ

Spread the love

ଯାଜପୁର ସଦର,(ସନ୍ଧାନ ନିଉଜ) ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ କୋରେଇ ନିର୍ବାଚନ ମଣ୍ଡଳୀ ନିକଟସ୍ଥ ବଡ଼କଇଁଚି ପଂଚାୟତର କଇଁଚିଶାସନ ଗ୍ରାମରେ ମନରେଗା ଯୋଜନାରେ କାମ କରାଯାଇଥିବା ଏକ ଖଳା କାମକୁ କେନ୍ଦ୍ରକରି ଦୁଇ ଗୋଷ୍ଠିଙ୍କ ମଧ୍ୟରେ ବଚସା ହେବାରୁ ଏହା ଉଗ୍ର ରୁପ ଧାରଣ କରିଥିଲା । ଏହି ଘଟଣାରେ ୬ ଜଣ ଆହାତ ହୋଇଥିବା ବେଳେ, ଏହି ଘଟଣାକୁ ନେଇ କୁଆଖିଆ ଥାନାରେ ଅଭିଯୋଗ ହେବାରୁ କୁଆଖିଆ ପୋଲିସ ୩ଜଣଙ୍କୁ ଗିରଫ କରି ଯାଜପୁର କୋର୍ଟକୁ ଚାଲାଣ କରି କୁଆଖିଆ ଥାନା ଅଧିକାରୀ ମନୋଜ କୁମାର ସ୍ୱାଇଁ ଉଭୟ ପକ୍ଷର ଆସାମୀ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଚି । ଏହି ଗ୍ରାମର ତୋଟାଛକ ନିକଟରେ ମହାତ୍ମାଗାନ୍ଧି ଜାତୀୟ କର୍ମନିଯୁକ୍ତି ଯୋଜନାରେ ଏକ ଖଳା କରାଯିବା ପାଇଁ ଜାଗା ଚିହ୍ନଟ କରାଯାଇଥିଲା । ଏହି ଗ୍ରାମର ଏକ ପୋଖରୀ ଗ୍ରାମବାସୀ କାମ କରୁଥିବା ସେହି ପୋଖରୀ ନିକଟରେ ଏକ ଖଳା କରାଯିବା ପାଇଁ ଅନ୍ୟ ଏକ ଗୋଷ୍ଠି ମେଣ୍ଟାଲ ପକାଇଥିବା ବେଳେ, ଅପର ଗୋଷ୍ଠୀ ଟ୍ରାକ୍ଟରରେ ମେଣ୍ଟାଲ ଆଣି କାମ ପାଇଁ ଆଣିଥିବା ବେଳେ, ଏହାକୁ ଅନ୍ୟଗୋଷ୍ଠିର ଲୋକମାନେ ବିରୋଧ କରିଥିଲେ । ଅନ୍ୟଗୋଷ୍ଠିର ବିଜେଡ଼ିର ଅଶୋକ ମଲ୍ଲିକ ଉପରେ ସେହି ଗ୍ରାମର ବୋହୁ ଲୋକ ଆକ୍ରମଣ କରିବାରୁ ଅଶୋକ ଗୁରୁତର ଆହତ ହୋଇଥିଲା । ଅଜୟ ସାହୁ, ପୁର୍ଣ୍ଣଚନ୍ଦ୍ର ସାହୁ, ପ୍ରଶାନ୍ତ ମଲ୍ଲିକ ଏମାନଙ୍କ ଉପରେ ଆକ୍ରମଣ ହୋଇଥିବା ଜଣାଯାଇଛି । ଅଶୋକ ମଲ୍ଲିକଙ୍କ ସମର୍ଥକଙ୍କ ଆକ୍ରମଣରେ ସେହି ଗ୍ରାମର ନାରାୟଣ ମଲ୍ଲିକ(୫୦), ମନୋଜ ମଲିକ(୩୦) ଆହାତ ହୋଇଥିବା ନେଇ କୁଆଖିଆ ଥାନାରେ ଅଭିଯୋଗ ହୋଇଛି । ଆହତ ହୋଇଥିବା ବ୍ୟକ୍ତି ମାନଙ୍କୁ ମଧୁବନ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିବା ବେଳେ, ଗୁରୁତର ହୋଇଥିବା ଲୋକମାନଙ୍କୁ କଟକ ମେଡିକାଲକୁ ପଠାଇ ଦିଆଯାଇଚି । କୁଆଖିଆ ଥାନା ପକ୍ଷରୁ ତଦନ୍ତ କରାଯାଇ ଏସ୍‌.ଆଇ. ପ୍ରଶାନ୍ତ ଦାସ ତଦନ୍ତ କରୁଥିବା ବେଳେ, ଅପର ପକ୍ଷର ବିଶ୍ୱନାଥ ବାରିକ(୬୦), ଦୁର୍ଗାପ୍ରଶାଦ ପଣ୍ଡା ଏବଂ ନିମାଇଁ ଦାସଙ୍କୁ ଗିରଫ କରି ଯାଜପୁର କୋର୍ଟକୁ ଚାଲାଣ କରିଚି । ଏହି ସଙ୍ଘର୍ଷ ଘଟଣାରେ ନାରାୟଣ ମଲ୍ଲିକ ୧୧ ଜଣଙ୍କ ନାମରେ, ଅଶୋକ ମଲ୍କିକ ୧୬ ଜଣଙ୍କ ନାମରେ କୁଆଖିଆ ଥାନାରେ ଏତଲା କରିଛନ୍ତି । ଏହି ଦୁଇ ଗୋଷ୍ଠି ବିଜେଡ଼ି ଶାସକ ଦଳର ଲୋକମାନେ ବୋଲି ଜଣାଯାଇଚି ।

Related Posts

About The Author

Add Comment