ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ: କିଏ ମାରିବ ବାଜି

Spread the love

ଗଞ୍ଜାମ ୧୪ /୩ (ସନ୍ଧାନ ନିୟୁଜ): ନିର୍ବାଚନ ତାରିଖ ଘୋଷଣା ହେବା ପରେ ସବୁଠି ନିର୍ବାଚନୀ ହାୱା ପ୍ରବଳ ବେଗରେ ବହୁଛି । ମାଳ ମାଳ ଆଶାୟୀ ପ୍ରାର୍ଥୀମାନେ ପାର୍ଟି ଟିକେଟ ପାଇଁ ଦଳର ହାଇକମାଣ୍ଡଙ୍କ ନିକଟରେ ଆସି ଡେରା ପକାଉଛନ୍ତି । ସବୁଠି ଚାଲିଛି ଟିକେଟ ପାଇଁ ଦଳୀୟ କନ୍ଦଳ । ତେବେ ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ବିଧାନସଭା ଆସନ ପାଇଁ ଗଣ୍ଡା ଗଣ୍ଡା ଆଶାୟୀ ପ୍ରାର୍ଥୀ ସବୁଦଳରେ ରହିଛନ୍ତି । ତେବେ ଏଠାରେ ବିଜେଡିର ଦବଦବା ରହିଥିବାରୁ ଏଠାରେ ବିଜେଡି ଟିକଟେ ଆଶାରେ ବହୁ ଆଶାୟୀ ପ୍ରାର୍ଥୀ । ଟିକେଟ ପାଇବା ଆଶାରେ ପ୍ରାର୍ଥୀମାନେ ନବୀନ ନିବାସରେ ଧାଡିରେ ଠିଆ ହୋଇଥିବା ଦେଖିବାକୁ ମିଳଛି ।

ଏବେ ଏଠାରେ ବିଜେଡି ବିଧାୟକ ଭାବରେ ପୂର୍ଣ୍ଣଚନ୍ଦ୍ର ସେଠୀ କାମ କରିଆସୁଛନ୍ତି । କିନ୍ତୁ ନିର୍ବାଚନ ମଣ୍ଡଳୀରେ ବିଧାୟକ ମନଇଛା କାମ କରି ଆସୁଛନ୍ତି । ସେ ନିଜ ଷ୍ଟାଇଲରେ କାମ କରୁଥିବାରୁ ଜିଲ୍ଲାର ଅନ୍ୟ ବିଧାୟକଙ୍କର ସେ ଟାର୍ଗେଟ ହୋଇଛନ୍ତି । ଖଲ୍ଲିକୋଟ ଆସନରୁ ୭ଥର ଜିତିଥିବା ରାଣୀ ଭି.ସୁଜ୍ଞାନ ଦେଓଙ୍କ ଏହି ନିର୍ବାଚନ ମଣ୍ଡଳୀରେ ଭଲ ଦବଦବା ରହିଛି । ଏହି ଆସନଟି ୨୦୦୯ରୁ ଜନଜାତିଙ୍କ ଆସନ ହେବା ପରେ କବିସୂଯ୍ୟ ନଗର ଆସନରୁ ପ୍ରତିନିଧିତ୍ୱ କରି ଆସୁଛନ୍ତି ରାଣୀ । ତେବେ ରାଣୀଙ୍କ ସହିତ ପୂର୍ଣ୍ଣଙ୍କର ଅହିନକୂଳ ସମ୍ପର୍କ ରହିଛି ବୋଲି ନିର୍ବାଚନ ମଣ୍ଡଳୀରେ ଚର୍ଚ୍ଚା ହେଉଛି । ତେବେ ପୂର୍ଣ୍ଣଙ୍କର ଅଧିକାଂଶ ବିରୋଧୀ ନିର୍ବାଚନ ମଣ୍ଡଳୀରେ ରହିଛନ୍ତି ।

ଏଣୁ ଚଳିତ ବର୍ଷ ତାଙ୍କର ଦଳୀୟ ଟିକେଟ କଟିପାରେ ବୋଲି ଶୁଣିବାକୁ ମିଳୁଥିବା ବେଳେ ଦଳରେ ବହୁ ଆଶାୟୀ ପ୍ରାର୍ଥୀ ରହିଛନ୍ତି । ଏହି ନିର୍ବାଚନ ମଣ୍ତଳୀରୁ ବିଜେଡି ଏକାଧିକ ଆଶାୟୀ ରହିଥିଲେ ହେଁ ଶିକ୍ଷାଗତ ଯୋଗ୍ୟତାକୁ ମାପକାଠି ଧରାଗଲେ ସମସ୍ତ ଆଶାୟୀ ସ୍ଥାନୀୟ ବିଧାୟକଙ୍କ ସହ ତୁଳନୀୟ ନୁହନ୍ତି। ତଥାପି, ବିଜେଡିରୁ ଦୈତାରୀ ବେହେରା ଓ ସଞ୍ଜୟ ସେଠୀ ଆଶାୟୀ ରହିଛନ୍ତି। ସେହିପରି ବିଜେପିରୁ ଅବସରପ୍ରାପ୍ତ ବିଚାରପତି ଶତ୍ରୁଘ୍ନ ନାୟକ, ଭାରତୀ ବେହେରା ଏବ˚ ୨୦୦୯ରେ ବିଜେପିରୁ ଏହି ନିର୍ବାଚନ କ୍ଷେତ୍ରରୁ ପ୍ରାର୍ଥୀ ହୋଇଥିବା ମୀନା ଟହଲ ଆଶାୟୀ ଅଛନ୍ତି। କ˚ଗ୍ରେସରୁ ଗତଥର ନିର୍ବାଚନ ଲଢିଥିବା ପାଣ୍ତବ ଜାଲି, ଭୋକଲି ସେଠୀ ଓ ଅବସରପ୍ରାପ୍ତ ଉପ ଶ୍ରମ ଅଧିକାରୀ ଦୀନବନ୍ଧୁ ଅଧିକାରୀ ଆଶାୟୀ ରହିଛନ୍ତି।ସବୁଦଳରେ ଭଲ ପ୍ରାର୍ଥୀଥିବାରୁ ଏଠାରେ ଖୁଲମଖୁଲା ଲଢ଼େଇ ହେବ ବୋଲି ଆଶା କରାଯାଇଛି ।

Related Posts

About The Author

Add Comment