ଗଂଜାମ, ୦୧/୧୧ (ସନ୍ଧାନ ନିୟୁଜ) ଗଂଜାମ ଖଲ୍ଲିିକୋଟ ଠାରେ ଶୁକ୍ରବାର ଅପରାହ୍ନ ୨ ଟା ବେଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ସୂର୍ଯ୍ୟମଣି ମୁନି ଏବଂ ତାଙ୍କର ଘର କୋଦଳା ହଜ ସାହି ବୋଲି ଜଣାପଡିଛି। ମୃତ ଯୁବକ ଜଣକ କୌଣସି କାମରେ ବାଇକ୍ ଯୋଗେ ଖଲ୍ଲିିକୋଟ ଯାଇଥିବା ବେଳେ ଖଲ୍ଲିିକୋଟ ମୁଖ୍ୟ ରାସ୍ତାରେ ଭୂବନେଶ୍ବର ଯାଉଥିବା ଯାତ୍ରୀବାହୀ ବସ୍ ବାଲୁକେଶ୍ଵର ସହ ଧକ୍କା ହୋଇଥିଲା। ପ୍ରତ୍ଯକ୍ଷଦର୍ଶୀକଂ କହିବା ଅନୁସାରେ ଯୁବକ ଜଣକ ବସ୍ ର ଚକା ତଳେ ପଡି ଯାଇଥିଲେ। ଘଟଣା ସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା। ଏଭଳି ଘଟଣା ପରେ ଉତ୍ଯକ୍ତ ଜନତା ଖଲ୍ଲିିକୋଟ ମୁଖ୍ୟ ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଘଟଣା ସ୍ଥଳରେ ଖଲ୍ଲିିକୋଟ ପୋଲିସ ଓ ପହଞ୍ଚି ଶବକୁ ଜବତ କରି ବ୍ଯବଚ୍ଛେଦ ନିମନ୍ତେ ପଠାଇଥିବା ଜଣାପଡିଛି।
ଖଲିକୋଟରେ ର୍ମନ୍ତୁଦ ସଡକ ଦୁର୍ଘଟଣା, ବସ୍ ଚକା ତଳେ ପଡି ବାଇକ୍ ଆରୋହୀର ମୃତ୍ୟୁ
|
November 2, 2019 |