ତାରିଖ ୦୩/୦୯/୨୦(ସନ୍ଧାନ ନିଉଜ\ଅରୁଣ ରଣା):
୧-ଚାଇନା ଉପରେ ଭାରତର ଦ୍ୱିତୀୟ ସର୍ଜିକାଲ ଷ୍ଟ୍ରାଇକ୍ । ପବଜି ସମେତ ୧୧୮ ଚାଇନା ଆପ୍ ଉପରେ କଟକଣା ଲଗାଇଲା ଭାରତ, ଦେଶରେ ୧୭କୋଟି ଲୋକ ଇନଷ୍ଟଲ୍ କରିଥିଲେ ପବଜି ଆପ୍ ।
୨-ରାଜ୍ୟରେ ୟୁରିଆ ସାର ଅଭାବ ନାହିଁ, ଚାଷୀଙ୍କୁ ପର୍ଯ୍ୟାପ୍ତ ଯୋଗାଇବାକୁ ନିଷ୍ପତ୍ତି ହୋଇଛି: କୃଷି ସଚିବ।
୩-ୟୁଜି, ପିଜି ପରୀକ୍ଷା ପାଇଁ ସମୟ ମାଗିଲେ ସରକାର,ପରୀକ୍ଷା ଶେଷ କରିବାର ସମୟ ସୀମା ସେପ୍ଟେମ୍ବର ୩୦ ପରିବର୍ତ୍ତେ ଅକ୍ଟୋବର ୧୦ ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ୟୁଜିସି ସଚିବଙ୍କୁ ନିବେଦନ କରିଛନ୍ତି।
୪-ରାଜ୍ୟରେ ଖୋଲିବ ରେଷ୍ଟୁରାଣ୍ଟ ଓ ବାର, ମିଳିଲା ଅନୁମତି
୫–ସେପ୍ଟେମ୍ବର ୭ରୁ ପୁନଃଚଳାଚଳ ଆରମ୍ଭ କରୁଥିବା ମେଟ୍ରୋ ରେଳ ସେବା ଲାଗି ‘ଏସ୍ଓପି’ ଜାରି କଲେ କେନ୍ଦ୍ର ସରକାର ।
୬-ବଢିଲା କୁଳପତିଙ୍କ କାର୍ଯ୍ୟକାଳ, ଏବେ ସବୁ ବିଶ୍ଵ ବିଦ୍ୟାଳୟ ପାଇଁ ଗୋଟିଏ ଆଇନ, ଉଚ୍ଛେଦ ହେଲା ରେଭେନ୍ସା ବିଶ୍ଵ ବିଦ୍ୟାଳୟ ଆକ୍ଟ
୭-ଐତିହ୍ୟ କ୍ୟାବିନେଟରେ ୭ଟି ପ୍ରସ୍ତାବକୁ ମଞ୍ଜୁରୀ: ଭର୍ଚୁଆଲ ହେବ ରାଜ୍ୟ ସଂଗ୍ରହାଳୟ, ବଢିଲା ପୁରସ୍କାର ରାଶି, ଗୋପବନ୍ଧୁଙ୍କ ଜନ୍ମସ୍ଥାନର କରାଯିବ ବିକାଶ
୮-କ୍ୟାବିନେଟରେ ବଡ଼ ନିଷ୍ପତ୍ତି । କୃଷି କ୍ୟାବିନେଟରେ ଚାଷୀଙ୍କୁ ଋଣ ଦେବା ଉପରେ ଗୁରୁତ୍ୱ, ଐତିହ୍ୟ କ୍ୟାବିନେଟରେ ଓଡିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତାକୁ ସିପାରିଶ ।
୯-ମୟୁରଭଞ୍ଜ ଜିଲା, ବଡ଼ସାହି ବ୍ଲକ ଅଧୀନ ପ୍ରତାପପୁର ପଞ୍ଚାୟତର ବରପଡା ଗ୍ରାମର ୪ଜଣ ଶିଶୁ ୟୁରିଆ ସାର ଖାଇ ଗୁରୁତର ଅସୁସ୍ଥ ହୋଇଛନ୍ତି ।
୧୦-ବିକଶିତ ହେବ ସୁଆଣ୍ଡୋ; ଗୋପବନ୍ଧୁଙ୍କ ଜନ୍ମପୀଠର ବିକାଶ ପାଇଁ ୧୧ କୋଟିର ବ୍ୟୟ ଅଟକଳ
୧୧-ସିଙ୍ଗଲ୍ ୱିଣ୍ଡୋରେ ୩୨୦୫ କୋଟି ନିବେଶ ପ୍ରସ୍ତାବ ମଞ୍ଜୁର, ୨୪୯୪ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
୧୨-୨୮ଟି ଗୁଡ଼ସ ସେଡ୍ର ଆଉଟସୋସିଂ କରିବ ପୂର୍ବତଟ ରେଳପଥ।
୧୩-ମୁମ୍ବାଇ ଇଣ୍ଡିଆନ୍ସକୁ ଝଟ୍କା: ଆଇପିଏଲ୍ ଖେଳିବେନି ମାଲିଙ୍ଗା
୧୪-ପ୍ରସିଦ୍ଧ ପତ୍ରିକା ଫର୍ଚ୍ୟୁନ୍ ୨ ଜିଓ ବୋର୍ଡ ଡାଇରେକ୍ଟର ଆକାଶ ଅମ୍ବାନୀ ଏବଂ ଅମ୍ବାନୀଙ୍କୁ ‘୪୦ ଅଣ୍ଡର ୪୦’ ତାଲିକାରେ ସ୍ଥାନ ଦେଇଛି।
୧୫-ପୂର୍ବତୋର ରାଜ୍ୟରେ ଚଳିବନି ଚୀନର ଚାଲାକି, ଅରୁଣାଚଳ ପ୍ରଦେଶରେ ସୈନ୍ୟ ସଂଖ୍ୟା ବଢାଇଲା ଭାରତ।


