ଖତ ଖାଉଛି କୋଟି କୋଟି ଟଙ୍କାର ସରକାରୀ ଗୃହ, ପ୍ରଶାସନ ପାଖରେ ଯୋଜନା ନାହିଁ

Spread the love

ହାରିଶୁଣି/ କଳାବାଡ଼ିଆ, 15/10 (ସନ୍ଧାନ ନ୍ୟୁଜ୍) :-  ସାରସକଣା ବ୍ଲକ ସ୍ଥିତ ଓଡିଶା ଝାଡ଼ଖଣ୍ଡ ପଶ୍ଚିମବଙ୍ଗକୁ ନିୟନ୍ତ୍ରଣ କରୁଥିବା ବିଗତ ଦିନର ଜାମଶୋଳା ଠାରେ ଆଜି ସରକାରଙ୍କ କୋଟି କୋଟି ଟଙ୍କାର ଭୂସମ୍ପତି ମାଟିରେ ମିଶିବାକୁ ଯାଉଛି । ହେଲେ ଦିଶୁନାହିଁ ଆମ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ପ୍ରକାଶ ଥାଉକି ଏକଦା ଜାମଶୋଳା ତନଫାଟକ ପାଇଁ କେବଳ ଭାରତରେ ନୁହେଁ ବରଂ ବଂଲାଦେଶ, ନେପାଳରେ ବି ମୟୂରଭଞ୍ଜ ଜିଲ୍ଲାର ପରିଚୟ ବେଶ ସୁଦୃଢ଼ ରହିଥିଲା। ଭାରତର ବିଭିନ୍ନ ରାଜ୍ୟର ସାମଗ୍ରୀ ପରିବହନର ମୁଖ୍ୟ ରାସ୍ତା ଏହି ଜାମଶଳା ହୋଇ ରହିଥିଲା । ଏହି ବାଟ ଦେଇ ଯାଉଥିବା ହଜାର ହଜାର ମାଲ ବୋଝେଇ ଯାନକୁ ଲକ୍ଷ୍ୟକରି ତନଖ୍ ଫାଟକ ସ୍ଥାପନ କରାଯାଇଥିଲା । କାଳକ୍ରମେ ଏହାକୁ ନୂତନ ଭାବେ ନିର୍ମାଣ କରାଯାଇ ସୁବ୍ୟବସ୍ଥା ଅନୁଯାଇ ୧୯୯୬ ରୁ ୧୯୯୮ ମସିହାରେ ପୂର୍ବତନ ମନ୍ତ୍ରୀ ବସନ୍ତ ବିଶ୍ବାଳଙ୍କ ଦ୍ବାରା ଉଦଘାଟନ କରାଯାଇଥିଲା । ଯାହାକି ସମୟ କ୍ରମେ ଉକ୍ତ ତନଖୁ ଫାଟକରୁ ପ୍ରତ୍ୟେକ ଦିନ ପାଖାପାଖୁ ୧୫ ରୁ ୨୦ ଲକ୍ଷ ଟଙ୍କା ରାଜସ୍ୱ ସରକାର ପାଉଥିଲେ । ସିଟି ଓ, ଏମ ଭି.ଆଇ, ଫରେଷ୍ଟ ସେଲକୁ ଏବଂ ଅନ୍ୟାନ୍ୟ ବିଭାଗକୁ ମିଶାଇ ଯାହାକି ମାସିକ ୫ କୋଟିରୁ ୮କୋଟି ପର୍ଯ୍ୟନ୍ତ ରହୁଥିଲା । କେବଳ ଏହା ନୁହେଁ ବରଂ ବେଆଇନ ସମସ୍ତ ପରିବହନ ଉପରେ ପ୍ରଶାସନର ନିୟନ୍ତ୍ରଣ ମଧ୍ୟ ରହିଥିଲା । ଯାହାକି ବର୍ତ୍ତମାନ ନିୟନ୍ତ୍ରଣ ବିହୀନ ହୋଇ ବେଧଡକ ପରିବହନ ଚାଲିଛି । ଅନ୍ୟଦିଗରୁ ଦେଖୁଲେ ପାଖାପାଖୁ ୫୦୦୦ରୁ ଉର୍ଣ୍ଣ ପରିବାର ଏହି ଜାମଶୋଳା ତନଖ୍ ଫାଟକ ଉପରେ ନିର୍ଭର କରୁଥିଲେ। ସରକାରଙ୍କ ଅଚାନକ ଜି ଏସ ଟି ଲାଗୁ ନିୟ ପରେ ୫୦୦୦ ପରିବାର ଏବେ ବେସାହାରା ହୋଇଛନ୍ତି । ତେବେ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ଏହି ଯେ  ସରକାରଙ୍କ ଏହି ନିଷ୍କରି ଫଳରେ ଆଜି ସରକାରଙ୍କ ଶହଶହ କୋଟି ଟଙ୍କାର ସମ୍ପରି ମାଟିରେ ମିଶିବାକୁ ଯାଉଛି । ହେଲେ କେନ୍ଦ୍ର ସରକାର କିମ୍ବା ରାଜ୍ୟସରକାର ଏଥିପ୍ରତି ଦୃଷ୍ଟି ନଦେବା ସରକାରଙ୍କ ପାରିବାପଣିଆ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଖତଖାଉଛି ସରକାରୀ ସମ୍ପତି, ଲକ୍ଷା ଲକ୍ଷ ଟଙ୍କାର ସାମଗ୍ରୀ ଚୋରି ହୋଇଛି । ଜାମଶାଳା ଠାରେ ଆନ୍ତରାଜ୍ୟ ତନଖୁ ଫାଟକ ଚାଲିଥିଲା ବେଳେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ପର୍ଯ୍ୟାୟ କ୍ରମେ ଉଚ୍ଚ ପଦସ୍ଥ କର୍ମଚାରୀଠୁ ଆରମ୍ଭ କରି ତୃତୀୟ ଶ୍ରେଣୀ କର୍ମଚାରୀ ଏବଂ ସୁରକ୍ଷାକର୍ମୀଙ୍କ ପାଇଁ ସରକାରୀ ପାଣ୍ଡିରୁ ପାଖାପାଖୁ ୧୦୦ କୋଟି ଟଙ୍କାର ବିଭିନ୍ନ ବିଭାଗୀୟ କାର୍ଯ୍ୟାଳୟ ଏବଂ ଫାଟକ ଗୃହ ନିର୍ମାଣ କରାଯାଇଛି । ଅନ୍ୟପଟେ ପରିବାର ସହିତ ରହିବା ପାଇଁ ୩ଟି ବଡ ଅଟ୍ଟାଳିକା ନିର୍ମାଣ ହୋଇଥିଲା ଯାହା ଭିତରେ ୧୦ଜଣ ସଦସ୍ୟ ରହିବା ଭଳିଆ ଅତିକମରେ ୩୬ଟି କାର ନିର୍ମାଣ କରାଯାଇଥିଲା। ଅର୍ଥାତ ପାଖାପାଖୁ ମୋଟରେ ୭୪ଟି ସାଧାରଣ କର୍ମଚାରୀ ମାନଙ୍କ ପାଇଁ ବଡବଡ କାର କରାଯାଇଥିଲା । ସେହିପରି କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଦୁଇଟି ବଡ କାର୍ଯ୍ୟାଳୟ ୩ ମହାଲା ବିଶିଷ୍ଟ ରହିଛି । ପ୍ରତ୍ୟେକ ଦିନ ହଜାର ହଜାର ଯାନବାହାନ ଏଠାରେ ରହୁଥିବା ହେତୁ ଅନେକ ଶୌଚାଳୟ ଏବଂ ଅନ୍ୟାନ୍ୟ ଗୃହ ପରିତ୍ୟକ୍ତ ଭାବେ ପଡିଛି । ଦୁଃଖର ବିଷୟ ଏହା ୨୦୧୭ ମସିହା ମାର୍ଚ୍ଚ ମାସ ୩୧ ତାରିଖରେ ଜାମଶୋଳାଠାରୁ ତନଟକ ପ୍ରତ୍ୟାହାର କରିନିଆଗଲା । ଯେତେବେଳେକି ସରକାରଙ୍କ ୩କୋଟି ଟଙ୍କାର ମରାମତି କାର୍ଯ୍ୟ ଚାଲୁରହିଥିଲା । ଏହି ତବସ୍ ଫାଟକର ଶେଷ ଏ.ସି.ସି.ଟି ରହିଲେ କୁଳମଣି ଭୋଇ, ଯିଏକି ପ୍ରତ୍ୟାହାର ହେବା ସମୟରେ ହିଁ ପ୍ରମୋଶନ ପାଇ ପଳାଇଯାଇଥିଲେ ଏବଂ ତାଙ୍କ କାର୍ଯ୍ୟଭାରକୁ ସମ୍ଭାଳିଥିଲେ ସି ଟି.ଓ ଭରତ ଦହୁର1  ଦେଖୁଦେଖୁ ସମସ୍ତ କାର୍ଟର ଗୁଡିକରୁ ସ୍ଥାନୀୟ ଲୋକେ ଓ କିଛି ଚୋର ଲାଗିଥିବା ଲୁହା ନିର୍ମିତ ସମସ୍ତ ଗ୍ରିଲ, କବାଟ ତାଡି ନେଇଥିଲେ । ଏବେ ବିଶାଳ ଜାଗାରେ ନିର୍ମିତ ଏହି କୋଠା ଓ କର୍ମଚାରୀମାନଙ୍କ ପାଇଁ ନିର୍ମିତ କୋଠା ଗୃହ ଭୂତକୋଠି ପାଲଟିଛି । ଯେଉଁ ଜାମଶାଳାରେ ରାତି ତମାମ ଆଲୋକମାଳା ଜଳି ଦିନର ଭ୍ରମ ସୃଷ୍ଟି କରୁଥିଲା ସେହି ଜାମଶାଳାରେ ଏବେ ଦିନବେଳେ ବି ଭୟର ବାତାବରଣ ସୃଷ୍ଟି ହେଉଛି । ସାଧାରଣ ଲୋକ ଠାରେ ଠିଆ ହେବାପାଇଁ ଅସୁରକ୍ଷିତ ମଣୁଛି । ବିଭିନ୍ନ କୋଠରୀରେ ବେଆଇନ କାର୍ଯ୍ୟ ଚାଲୁଛି ଓ ନିଶାସେବନ ବେଶ ଚାଲିଛି । ତେବେ ପୂର୍ବ ଏସିସିଟି କୁଳମଣି ଭୋଇଙ୍କ ସରକାରଙ୍କୁ ଚିଠି କରିବା ପରେ ଏବେ ଉକ୍ତ ସ୍ଥାନରେ ପୋଲିସ ତରଫରୁ । ଏକ ଫାଣ୍ଡି ସ୍ଥାପନ କରାଯାଇଥିବା ଜଣାଯାଇଛି । ତେବେ ବିଶାଳଏ ଜାଗାରେ କିଛି ପୋଲିସଙ୍କ ଉପସ୍ଥିତି ସମୁଦ୍ରକୁ ଜାହାଜ ପରି ହୋଇଛି । ତେବେ ସରକାର ଓ ପ୍ରଶାସନ ବିଭିନ୍ନ ସମୟରେ ବିଭିନ୍ନ ଯୋଜନା କଥା କହୁଥିବା ବେଳେ ସମସ୍ତ ସୁବିଧା ରହି ମଧ୍ୟ ଉକ୍ତ ସ୍ଥାନକୁ ସରକାର ଓ ପ୍ରଶାସନ ଅଣଦେଖା କରିବା ସରକାରୀ ବ୍ୟବସ୍ଥାକୁ ହୁଗୁଳା କରୁଥିବା ପ୍ରମାଣିତ କରୁଛି । ଯେଭଳି ସୁବିଧା ରହିଛି, ଘରଠାରୁ ଆରମ୍ଭ କରି, ପାନୀୟଜଳ, ଖେଳପଡିଆ ରାସ୍ତା ଏହାକୁ ସରକାର ଅଣଦେଖା ନକରି କେନ୍ଦ୍ରୀୟ ବିଦ୍ୟାଳୟ ପରି କୌଣସି ପ୍ରକଳ୍ପ ଯଦି ଆରମ୍ଭ କରିପାରନ୍ତେ ତାହାଲେ ସରକାରଙ୍କ ଏସମତିର ସୁବିନିଯୋଗ  ହେବାସହ ଅଂଚଳର ବିକାଶ ହୋଇପାରନ୍ତା ଏବଂ ୮ ତିନିରାଜ୍ୟର ସୀମାନ୍ତରେ ରହି ଏସ୍ଥାନ ପୂ  ମୟୂରଭଞ୍ଜ ଜିଲ୍ଲାର ପରିଚୟ ସୃଷ୍ଟି କରିପାରନ୍ତା ।

Related Posts

About The Author

Add Comment