ଜଗତସିଂହପୁର, ୦୪.୦୨.୨୦୨୧(ସନ୍ଧାନ ନିଉଜ୍ ):- ଜଗତସିଂହପୁର ଜିଲ୍ଲା କଟକ-ପାରାଦୀପ ରାସ୍ତା ଜଇପୁର ନିକଟ ଖଣ୍ଡତରିଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ରାସ୍ତାରେ ଠିଆ ହୋଇଥିବା ଏକ ରୋଲରକୁ ଧକ୍କା ଦେଇଥିଲା ବୋଲର । ଏହି ଦୁର୍ଘଟଣାରେ ୮ ବର୍ଷର ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ବେଳେ ବୋଲର ଡ୍ରାଇଭରଙ୍କ ସମେତ ୪ ଜଣ ଗୁରୁତର ହୋଇଛନ୍ତି । ମୃତ ଶିଶୁ ଜଗତସିଂହପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସୂଚନାଯୋଗ୍ୟ ଯେ, କଟକରୁ ଏରସମା କୃଷ୍ଣଚନ୍ଦ୍ରପୁର ପଞ୍ଚାୟତର ଗଙ୍ଗାଧରପୁର ଫେରୁଥିବା ଏକ ବୋଲର ମଙ୍ଗଳବାର ରାତି ପ୍ରାୟ ୧ଟା ୩୦ ସମୟରେ ଖଣ୍ଡତରୀଠାରେ ରାସ୍ତା କଡରେ ଠିଆ ହୋଇଥିବା ରୋଲରକୁ ଧକ୍କା ଦେଇଥିଲା । ସ୍ଥାନୀୟ ଲୋକଙ୍କ ସହଯୋଗରେ ରଘୁନାଥପୁର ପୋଲିସ, ଅଗ୍ନିଶମ ବିଭାଗ ପହଞ୍ଚି ଦୃର୍ଘଟଣାଗ୍ରସ୍ତ ବୋଲର ଭିତରୁ ଗୁରୁତର ଥିବା ଲୋକମାନଙ୍କୁ ବାହାର କରିଥିଲେ। ୧୦୮ ଆମ୍ବୁଲାନ୍ସ ଯୋଗେ ଜଗତସିଂହପୁର ମେଡିକାଲକୁ ପଠାଇଥିଲେ, ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି। କିନ୍ତୁ ଘଟଣାସ୍ଥଳରେ ୮ ବର୍ଷର ଶିଶୁପୁତ୍ରର ମୃତ୍ୟୁ ହୋଇଥିଲା। ଏରସମା ଥାନା କୃଷ୍ଣଚନ୍ଦ୍ରପୁର ପଞ୍ଚାୟତ ଗଙ୍ଗାଧରପୁର ଗ୍ରାମର ବସୁ ସ୍ବାଇଁ ଓରଫ ବସନ୍ତ ସ୍ବାଇଁ, ତାଙ୍କ ସ୍ତ୍ରୀ ଓ ଦୁଇ ପୁଅ ବୋଲେରୋ ଗାଡିରେ ଥିବାବେଳେ ବସୁଙ୍କ ସାନ ପୁଅଙ୍କ ମୃତ୍ୟୁ ଜଣାପଡିଛି। ସ୍ବାମୀ, ସ୍ତ୍ରୀ, ବଡ ପୁଅ ସମେତ ବୋଲେରୋ ଡ୍ରାଇଭର ଗୁରୁତର ଆହତ ହୋଇଥିବା ଜଣାପଡିଛି । ବୋଲେରୋ ମାଲିକ ଓ ଡ୍ରାଇଭର ତିର୍ତ୍ତୋଲ ଥାନା ଅନ୍ତର୍ଗତ ପଣ୍ଡୁଆର ବୋଲି ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରିଛି ।
ଖଣ୍ଡତରିଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା
|
February 4, 2021 |
