ଖଣି ମାଫିଆ ମହମ୍ମଦ ତବରେଜ ଗିରଫ

Spread the love

ଭୁବନେଶ୍ବର, ୨୯/୧୦ (ସନ୍ଧାନ ନିଉଜ) : ମୋଷ୍ଟ ୱାଣ୍ଟେଡ୍ ପଥର ଖଣି ମାଫିଆ ମହମ୍ମଦ ତବରେଜକୁ ଖୋର୍ଦ୍ଧା ପୁଲିସ ଗିରଫ କରିଛି। ଖଣି ମାଫିଆ ମହମ୍ମଦ ତବରେଜ ଥାଇଲାଣ୍ଡ ଖସି ଯିବାକୁ ଉଦ୍ୟମ କରୁଥିବା ବେଳେ କୋଲକାତା ବିମାନ ବନ୍ଦରରୁ ପୁଲିସ ଗିରଫ କରିଛି। ଗିରଫ ପରେ ଭୁବନେଶ୍ୱର ଏସଟିଏଫ ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣିଛି। ସେ ଗତ କିଛିଦିନ ହେଲା ଫେରାର ଥିବା ବେଳେ ତା ନାମରେ ଲୁକଆଉଟ ସର୍କୁଲାର ଜାରି ହୋଇଥିଲା। ସୂଚନାଯୋଗ୍ୟ, ଗତ କିଛି ଦିନ ପୂର୍ବେ ଅନ୍ୟ ଜଣେ ପଥର ମାଫିଆ ପ୍ରକାଶ ରାଉତରାୟକୁ ମଧ୍ୟ ପୁଲିସ ଗିରଫ କରିଥିଲା।

Related Posts

About The Author

Add Comment