ଖଣିଦୁର୍ନିତି ସଂପର୍କରେ ୪ ଦଫା ଦାବିନେଇ ଜିଲ୍ଲାପାଳଙ୍କ ଉଦେଶ୍ୟରେ ସ୍ମାରକପତ୍ର ଦେଲେ ପିସିସି କାର୍ଯ୍ୟକାରି ସଭାପତି

Spread the love

ମାଲକାନଗିରି,୨୪ ।୬ (ସନ୍ଧାନ୍ ନ୍ୟୁଜ୍)-: ଖଣିଦୁର୍ନିତି ଓ ଟେଣ୍ଡେର ଫିକ୍ସିଂ ର ୪ଦଫା ଦାବିପୁରଣ ନେଇ ମାଲକାନଗିରି ଜିଲ୍ଲାପାଳଙ୍କ ଙ୍କ ଉଦେଶ୍ୟରେ ପିସିସି କାର୍ଯ୍ୟକାରି ସଭାପତି ପ୍ରଦୀପ ମାଝୀ,ଜିଲ୍ଲାକଂଗ୍ରେସ କମିଟି ସଭାପତି ଗୋବିନ୍ଦ ପାତ୍ର, ରାମ ପଟନାୟକ ଓ ଅନ୍ୟ କଂଗ୍ରେସ ନେତା କର୍ମୀ ମାନେ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଦାବିଗୁଡିକ ମଧ୍ୟରେ ମୁଖ୍ୟତ ଗତ ମାର୍ଚମାସରେ ବେଆଇନ ଭାବେ ଦିଆଯାଇଥିବା ଖଣିଲିଜକୁ ବାତିଲ କରାଯାଉ ,ଆନ୍ଦ୍ରପ୍ରଦେଶର ଖଣିମାଲିକ ସି.ଏଚ ବେଣୁଗୋପାଳଙ୍କୁ ଉପଜିଲ୍ଲାପାଳ ବେଆଇନ ଭାବେ ଦେଇଥିବା ସଲଭେନ୍ସି ସାର୍ଟିଫିକେଟକୁ ବାତିଲ କରାଯାଉ ,ବେଆଇଭାବେ ଡଙ୍ଗର୨ ଓ ଧାନକିସମ ୨ ଜମିରୁ ସି.ଏଚ ବେଣୁଗୋପାଳଙ୍କ କୋଠା ବାଡି ଓ କନଷ୍ଟ୍ରକ୍ସନ କୁ ଉଛେଦ କରାଯାଉ,ବେଆଇନ ଭାବେ ଜିଲ୍ଲାପାଳ ବ୍ୟବହାରକରୁଥିବା ଏମଜି ହେକ୍ଟର ଗାଡିକୁ ପୁଲିସ କୁ ହସ୍ତାନ୍ତର କରାଯାଉ ,ତୁରନ୍ତ ଏହି ଚାରଟି ଦାବି ପୁରଣ କରାନଗଲେ ଆସନ୍ତା ୪ତାରିଖ ଦିନ କଂଗ୍ରେସ ଦଳ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ତାଲା ପକାଯିବାସହିତ ଜିଲ୍ଲାବନ୍ଦ ଡାକରା ଦିଆଯିବ ବୋଲି ଏହି ସ୍ମାରକପତ୍ରରେ ଉଲେଖ୍ୟ ରହିଛି । ସୁଚନା ଯୋଗ୍ୟ ଯେ ଗତ୨୨ତାରିଖ ଦିନ ମାଲକାନଗରି ଜିଲ୍ଲା କଂଗ୍ରେସ ଭବନଠାରେ ପିସିସି କାର୍ଯ୍ୟକାରି ସଭାପତି ଶ୍ରୀ ମାଝୀ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳଙ୍କ ନାମରେ ଟେଣ୍ଡେର ଫିକ୍ସିଂ ଓ ଖଣିଦୁର୍ନିତିରେ ଲାଚଂକାରବାର ସଂପର୍କରେ ସଙ୍ଗିନ ଅଭିଯାଗ କରିଥିଲେ, ଆନ୍ଦ୍ରପ୍ରଦେଶର ସି.ଏଚ,ବେଣୁଗୋପାଳ ନାମକ ଜଣେ ବ୍ୟକ୍ତି ଙ୍କ ଘରୋଇ କମ୍ପାନୀ ପ୍ରତି ଅନୁକମ୍ପା ଦେଖାଇ ତାଙ୍କ ଠାରୁ କୋଟିଏ ଟଙ୍କା ଓ ଏକ କାର ଉପହାର ନେଇ ଟେଣ୍ଡେର ଫିକ୍ସିଂ କରି ତାଙ୍କ ହତାରେ ଜିଲ୍ଲାର ଖଣିଖାଦନକୁ ଟେକି ଦେଇଛନ୍ତି ବୋଲି ଗଣମାଧ୍ୟମକୁ ସୁଚନା ଦେଇଥିଲେ । ଅପର ପକ୍ଷରେ ଶ୍ରୀ ମାଝୀ ଓ କଂଗ୍ରେସ ଦଳର ଅଭିଯୋଗ କୁ ଜିଲ୍ଲାପାଳ ୟେଦୁଲା ବୀଜୟ ଖଣ୍ଡନ କରିବାସହ ସରକାରି ନିୟମ ଅନୁସାରେ ଟେଣ୍ଡେର ପ୍ରକ୍ରିୟା କରାଯାଇଛି,କୌଣିସ ଟେଣ୍ଡେର ଫିକ୍ସିଂ କିମ୍ବା ଲାଚଂ କାରବାର ହୋଇନାହିଁ ,ଏହା କଂଗ୍ରେସ ଦଳର ମିଥ୍ୟା ଅଭିଯୋଗ ବୋଲି ଗୁଗୁଲ ମିଟ ମାଧ୍ୟମରେ ତାଙ୍କର ପ୍ରତିକ୍ରୀୟା ରଖି ଜିଲ୍ଲାପାଳ ଗଣ ମାଧ୍ୟମକୁ କହିଥିଲେ ।

Related Posts

About The Author

Add Comment