ଖଣିଜ ସମ୍ପଦ ଥିବା ସତ୍ତ୍ୱେ ବିକାଶ ନାହିଁ

Spread the love

ଯଶିପୁର, ୦୮.୦୨.୨୦୨୧(ସନ୍ଧାନ ନିଉଜ୍/ଲିଙ୍ଗରାଜ ପଣ୍ଡା):- ପ୍ରକୃତି ଦତ୍ତ ଖଣିଜ ସମ୍ପଦଭରା ରାଜ୍ୟର ବୃହତ୍ତ ଜିଲ୍ଲା ଭାବେ ମୟୂରଭଞ୍ଜ ପରିଚିତ ୧୦୦ବର୍ଷରୁ ଊଦ୍ଧ ହେବ ଏହି ଅଞ୍ଚଳ ଲୌହଖଣି ପାଇଁ ପ୍ରସିଦ୍ଧି ଲାଭ କରିଥିଲା । ଏହା ସତ୍ତ୍ବ ମୟୂରଭଞ୍ଜ ଜିଲ୍ଲା ଦୀର୍ଘ ବର୍ଷରୁ ଅବହେଳିତ ହୋଇ ଆସୁଥିବାରୁ ବିକାଶ ଆଶାନୁରୂପକ ହୋଇପାରିନଥିବା ଅଭିଯୋଗ ଉଠିଛି । ଜିଲ୍ଲାର ପାଞ୍ଚପିଢ଼ ଓ ବାମନଘାଟି ଉପଖଣ୍ଡରେ ୧୧ଟି ଲୌହଖଣି ରହିଥିବାବେଳେ କିଛି ଲୌହଖଣି ବନ୍ଦ ଅବସ୍ଥାରେ ରହିଛି କେବଳ ଗୋରୁମହିଷାଣି ଓ ବାଦାମପାହାଡ଼ ଠାରେ ଗୋଟିଏ ଲେଖାଏଁ ବୃହତ୍ତ ଲୌହଖଣି ଚାଲୁଛି। ଦେଶ ସ୍ଵାଧୀନ ହେବାପରେ ସୁଲେଇପାଟ ,ବାଦାମପାହାଡ଼ ଓ ଗୋରୁମହିଷାଣି ଅଞ୍ଚଳରେ ଥିବା ଲୌହଖଣିରୁ ଟାଟା କମ୍ପାନୀ ପ୍ରଚୁର ପରିମାଣର ଲୌହପଥର ଜାମସେଦପୁର ଠାରେ ଥିବା ନିଜ ଇସ୍ପାତ କାରଖାନାକୁ ନେଇ ଏହାକୁ ଉପଯୋଗ କରୁଛି । ଏବଂ ଏହା ପୃଥିବୀର ଏକ ବୃହତ୍ତ ଇସ୍ପାତ ଉତ୍ପାଦନକାରୀ କମ୍ପାନୀ ଭାବେ ପ୍ରତିଷ୍ଠା ଲାଭ କରିପାରିଛି । ଲୌହପଥର  ବଳରେ ଆଜି ଆଧୁନିକ ଟାଟା ସହର ଗଢି ଉଠିଛି । ଲୌହ ପଥରକୁ ବିନିଯୋଗ କରାଯାଇ ଏ ଜିଲ୍ଲାରେ ଲୌ ହ ପଥର ଭିଭିକ ଇସ୍ପାତ କାରଖାନା ବର୍ଭମାନ ପର୍ଯ୍ୟନ୍ତ ପ୍ରତିଷ୍ଠା ହୋଇନପାରିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ । ଅଂଚଳର ବିକାଶ ପାଇଁ ଶିଳ୍ପ ପ୍ରତିଷ୍ଠା ଏକାନ୍ତ ଜରୁରୀ ହୋଇଥିବା ବେଳେ ୨୦ ବର୍ଷ ମଧ୍ୟରେ ମୟୁରଭଞ୍ଜ ଜିଲ୍ଲାରେ ଲୌହପଥର ଭିଭିକ ଇସ୍ପାତ କାରଖାନାଟିଏ ପ୍ରତିଷ୍ଠା ହୋଇନପାରିବାରୁ ଏ ଜିଲ୍ଲା ଅବହେଳିତ ଅବସ୍ଥାରେ ପଡ଼ିରହିଥିବା ଅଭିଯୋଗ ହେଉଛି ।୨୦୦୦ମସିହାଠାରୁ ଓଡ଼ିଶା ସରକାର ଶିୟନକୁ ଗୁରୁତ୍ବ ଦେଇ ବହୁ ଇସ୍ପାତ କାରଖାନା ଓ ତାପଜ ବିଦ୍ୟୁତ ପ୍ଲାଣ୍ଟ ପାଇଁ କେତେକ କମ୍ପାନୀ ସହ ଏମ୍‌ଓୟୁ ସ୍ବାକ୍ଷର କରିଥିବା ବେଳେ ପୁଣି କେତେ ଗୁଡିଏ ପ୍ରାଣ୍ଟରୁ ଉତ୍ପାଦନ ମଧ୍ୟ ହୋଇସାରିଲାଣି ମାତ୍ର ମୟୂରଭଞ୍ଜ ଭଳି ଜିଲ୍ଲାରେ ଅମାପ ପରିମାଣର ଲୌହପଥର ଗଚ୍ଛିତ ଥିବା ସତ୍ତେ ଜିଲ୍ଲାରେ ଇସ୍ପାତ କାରଖାନାଟିଏ ହୋଇପାରିନାହିଁ ।୧୧ଟି ଲୁହାଖଣିରୁ ବ୍ୟାପକ ପରିମାଣର ଲୌହପଥର ଉତ୍ତୋଳନ ହୋଇ ରାଜ୍ୟ ଓ ରାଜ୍ୟ ବାହାରେ ବିକ୍ରି କରାଯାଇ କମ୍ପାନୀ ମାଲିକମାନେ ମାଲାମାଲ ହୋଇଛନ୍ତି । ଅପରପକ୍ଷରେ ଜିଲ୍ଲାରେ ଇସ୍ପାତ କାରଖାନା ପ୍ରତିପ୍ତା ପାଇଁ ତିଳେ ହେଲେ ଆଗ୍ରହ ପ୍ରକାଶ ନ କରିବା ଜିଲ୍ଲାବାସୀଙ୍କୁ ବ୍ୟଥିତ କରିଛି । ଶିଳ୍ପ କାରଖାନା ପ୍ରତି ଷ୍ଠା ହୋଇନପାରିବାରୁ ବହୁ ଶିକ୍ଷିତ ବେକାର ଯୁବକ ଯୁବତୀ କର୍ମ ସଂସ୍ଥାନ ହରାଇଛନ୍ତି । ଏପରି ସ୍ଥଳେ ଭଂଜଭୂମିରେ ସରକାରଙ୍କ ପକ୍ଷରୁ ଇସ୍ପାତ କାରଖାନା ପ୍ରତିଷ୍ଠା ନିମନ୍ତେ କେବେ ଦୃଷ୍ଟି ପଡିବ ବୋଲି ସାଧାରଣରେ ଆଲୋଚନା ହେଉଛି । ଜିଲ୍ଲାରେ ଉତ୍ପାଦିତ ଲକ୍ଷ ଲକ୍ଷ ଟନ୍‌ ଲୁହାପଥରକୁ ବିନିଯୋଗ କରାଯାଇ ଜିଲ୍ଲାରେ ଏକ ଇସ୍ପାତ କାରଖାନା ପ୍ରତିଷ୍ଠା ନିମନ୍ତେ ସରକାର ଅବିଳମ୍ବେ ପଦକ୍ଷେପ ଗ୍ରହଣ କରନ୍ତୁ । ଫଳରେ ଜିଲ୍ଲାରେ ଲୋକଙ୍କ ଉନ୍ନତି ହେବା ସହ ମୟୂରଭଞ୍ଜ ଏକ ସ୍ଵତନ୍ତ୍ର ସ୍ଥାନ ପାଇପାରନ୍ତା ଏବଂ ଅର୍ଥ ନୈତିକ ପ୍ରଗତିରେ ବିଶେଷ ସହାୟକ ହୁଅନ୍ତୁ ବୋଲି ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି ।

Related Posts

About The Author

Add Comment