ଖଟିଆରେ ବୁହା ହେଲେ ଗର୍ଭବତୀ !

Spread the love
ସୁନ୍ଦରଗଡ଼/ ରାଉରକେଲା, ୯/୧/୨୦୨୦ (ସନ୍ଧାନ ନିୟୁଜ): ସରକାର ବିକାଶର କଥା କହୁଥିବା ବେଳେ ଏହାର ବାସ୍ତବିକତାର ଚିତ୍ର ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲାରେ । ଗାଁକୁ ରାସ୍ତା ନଥିବା ଯୋଗୁଁ ଖଟରେ ବୁହା ହୋଇ ୨ କିଲୋମିଟର ଆଣିଲା ପରେ ଆମ୍ବୁଲାନ୍ସରେ ମେଡିକାଲ ଆସିଲେ ଜଣେ ଗର୍ଭବତୀ ମହିଳା ।ଲେଫ୍ରିପଡା ବ୍ଲକ ହାତୀଟୁକୁ ଗାଁର ଜଣେ ଗର୍ଭବତୀ ମହିଳା ଏମ୍ବ୍ରିତା ଆଇନ୍ଦ ଗୁରୁବାର ସକାଳେ ଘରେ ରୋଷେଇ କରୁଥିବା ବେଳେ ଡିବିରିରୁ ତାଙ୍କ ପଣତରେ ନିଆଁ ଲାଗିଯାଇଥିଲା । ସେହି ନିଆଁରେ ଏମ୍ବ୍ରିତାଙ୍କ ଗୋଡ ପୋଡିଯିବା ପରେ ତାଙ୍କୁ ଘର ଲୋକେ ଉଦ୍ଧାର କରି ମେଡିକାଲ ନେବା ପାଇଁ 102 ଆମ୍ବୁଲାନ୍ସ ଡାକିଥିଲେ । ତେବେ ସେହି ଗାଁକୁ ଯିବା ପାଇଁ ରାସ୍ତା ନଥିବା ବେଳେ ଚଲା ବାଟ ମଝିରେ ଏକ ନାଳ ମଧ୍ୟ ପଡେ । ତେଣୁ ଆମ୍ବୁଲାନ୍ସ ସେହି ଗାଁକୁ ପହଞ୍ଚି ନପାରି ନିକଟ ଗାଁରେ ଅଟକି ଯାଇଥିଲା । ବାଧ୍ୟ ହୋଇ ଘର ଲୋକ ଏବଂ ସେଠାକାର ସମିତି ସଭ୍ୟ BREAKING ଗର୍ଭବତୀ ମହିଳାଙ୍କୁ ଦୁଇ କିଲୋମିଟର ରାସ୍ତା ଖଟିଆରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ । ଲେଫ୍ରିପଡା ବ୍ଲକର ସରଫଗଡ଼ ପଞ୍ଚାୟତ ଉପାନ୍ତ ଅଞ୍ଚଳ ହୋଇଥିବା ବେଳେ ଏମିତି ଅନେକ ଗାଁକୁ ଆଜି ବି ରାସ୍ତା ଟିଏ ନାହିଁ ।//Report- S Nayak

Related Posts

About The Author

Add Comment