ପୁରୀ,୨୮/୦୫ (ସନ୍ଧାନ ନିଉଜ) ପ୍ରେମ ଘରଠାରୁ ଦୁରେଇ ନେଇଥିଲା । କରୋନା ଘରକୁ ଫେରାଇ ଆଣିଛି । କରୋନା ଦୁଇ ଜଣଙ୍କୁ ସାତଜନ୍ମ ପାଇଁ ଏକାକାର କରିଦେଇଛି । ପ୍ରେମ ରାସ୍ତରେ ପରିବାର,ସମାଜ ପ୍ରତିବନ୍ଧକ ଥିଲା,ତେଣୁ ସେମାନେ ଦୁଇ ଜଣ ଲୁଚିକରି ଭିଟାମାଟି ଛାଡିଥିଲେ । କିନ୍ତୁ କରୋନା ଘରକୁ ଫେରିବାକୁ ବାଧ୍ୟ କରିଥିଲା । ଆଉ ସେଇ କରୋନା ପାଇଁ ଉଭୟଙ୍କ ସମ୍ପର୍କକୁ ମିଳିଛି ସାମାଜିକ ସ୍ୱୀକତି । ଲୋକ କହୁଛନ୍ତି..କରୋନା ପାଇଁ ଜିତିଗଲା ପ୍ରେମକ୍ଵାରେଣ୍ଟିନ ସେଣ୍ଟରରେ ପ୍ରେମୀ ଯୁଗଳଙ୍କ ହେଲା ବିବାହ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ନିମାପଡ଼ା ଅଞ୍ଚଳର ଏକ କ୍ଵାରେଣ୍ଟିନ୍ ସେଣ୍ଟରରେ। ଦୁଇ ପ୍ରେମୀ ଯୁଗଳ ହେଲେ ନିମାପଡ଼ା ଅଞ୍ଚଳର ସୌରଭ ଦାସ ଓ ଡେଲାଙ୍ଗ ଅଞ୍ଚଳର ପିଙ୍କି ରାଣୀ ଦାସ। ଗତ ୪ ମାସ ପୂର୍ବେ ଘର ଛାଡ଼ି ଉଭୟ ଗୁଜୁରାଟର ଅହମ୍ମଦାବାଦରେ ରହୁଥିଲେ। ସୌରଭ ଏକ ପ୍ଳାଷ୍ଟିକ କମ୍ପାନିରେ କାମ କରୁଥିଲେ। କରୋନା ଯୋଗୁଁ କମ୍ପାନି ବନ୍ଦ ହୋଇଯିବା ପରେ ଉଭଯ ଅସୁବିଧାରେ ସେଠି ରହୁଥିଲେ। ପରେ ଘରକୁ ଫେରିବାକୁ ନିଷ୍ପତ୍ତି ନେଇଥିଲେ। ଗତ ୧୦ ତାରିଖରେ ଉଭୟ ଅହମ୍ମଦାବାଦରୁ ଫେରି ଉକ୍ତ କ୍ଵାରେଣ୍ଟିନ୍ ସେଣ୍ଟରରେ ରହୁଥିଲେ। ସେମାନଙ୍କ ସ୍ଵାବ ପରୀକ୍ଷା ପରେ ରିପୋର୍ଟ ନେଗେଟିଭ୍ ଆସିଥିଲା। ୧୫ ଦିନ ରହିବା ପରେ କ୍ଵାରେଣ୍ଟିନ ସେଣ୍ଟରରେ ସେମାନଙ୍କର ବିବାହ ହେଲା
Report- ଅଲେଖ ବିଶ୍ବାଳ, ପୁରୀ
