କ୍ୟାପିଟାଲ ହସ୍ପିଟାଲରେ ମାଡୁଛି କରୋନା: ୩୦ରୁ ଅଧିକ କର୍ମଚାରୀ ପଜିଟିଭ୍ ଚିହ୍ନଟ

Spread the love
ଭୁବନେଶ୍ୱର, ୧୩/୦୧/୨୦୧୨ (ସନ୍ଧାନ ନିଉଜ): ଭୁବନେଶ୍ୱର କ୍ୟାପିଟାଲ ହସ୍ପିଲାରେ ମାଡିବାରେ ଲାଗିଛି କରୋନା । ହସ୍ପିଟାଲର ଡାକ୍ତର ଓ ନର୍ସଙ୍କ ସହିତ ଅନ୍ୟ କର୍ମଚାରୀମାନେ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏବେ ସୁଦ୍ଧା ୩୦ରୁ ଅଧିକ କୋରାନେର ସଂକ୍ରମିତ ହୋଇଛନ୍ତି । ଏନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

ନିର୍ଦ୍ଦେଶକଙ୍କ କହିବା ଅନୁସାରେ, ସେହିପରି କେତେକ ଗୁରୁତ୍ୱପୂର୍ଣ୍ଣ ବିଭାଗର ଡାକ୍ତର ଓ କର୍ମଚାରୀମାନେ ଅଧିକ ସଂଖ୍ୟରେ ସଂକ୍ରମିତ ହୋଇଛନ୍ତି । ସଂକ୍ରମିତମାନେ ସମସ୍ତେ ସଙ୍ଗରୋଧରେ ରହିଛନ୍ତି । ସେହିପରି ଗୋରୀ ସେବା ବାଧାପ୍ରାପ୍ତ ହେବାର ନାହିଁ ।

ଯେଉଁ ବିଭାଗର ଡାକ୍ତର ଏବଂ କର୍ମଚାରୀମାନେ ସଂକ୍ରମିତ ହେବେ ସେମାନେ ସଙ୍ଗରୋଧରେ ରହିବେ । ସେମାନଙ୍କ କାମ ଅନ୍ୟମାନଙ୍କ ଦ୍ୱାରା କରାଯାଉଛି । କେବଳ ଜରୁରୀ ଅପରେସନ କରାଯିବ । ମାତ୍ର ସଂକ୍ରମଣ ରୋକିବାକୁ ଅଧିକ ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି ।

Related Posts

About The Author

Add Comment