ବଡ଼ଚଣା, ୦୯/୦୬ (ସନ୍ଧାନ ନିଉଜ) ସରୋଜଙ୍କ ଚିକିତ୍ସା ପାଇଁ ନା ଅଛି ନିଜର ସମ୍ବଳ, ନା ଅଛି ସାହସ। ଯାହା କିଛି ଥିଲା ସବୁ ଖର୍ଚ ସରିଲାଣି,ଏମିତି ଦୁଃଖର ସହିତ ଏମିତି କିଛି କହିବା ସହିତ ସହାୟତା ନିବେଦନ କରିଛନ୍ତି ସରୋଜଙ୍କ ବାପା ମୁକୁନ୍ଦ ବେହେରା । ମାରାତ୍ମକ କ୍ୟାନ୍ସର ରୋଗ ସହିତ ଆଜକୁ ଦୀର୍ଘ ଚାରିବର୍ଷ ହେବ ଲଢ଼ୁଛନ୍ତି ୩୫ ବର୍ଷୀୟ ସରୋଜ। ଏହି ଦୁଃଖଦ ଖବର ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାର ବଡ଼ଚଣା ବ୍ଲକ ଅନ୍ତର୍ଗତ ନେଳିଆ ପଞ୍ଚାୟତ ଅଧିନସ୍ଥ ଗ୍ରାମ ନେଳିଆ ଗ୍ରାମର ସରୋଜଙ୍କ ଜୀବନରେ ।
ସରୋଜ ବେହେରା,ପି-ମୁକୁନ୍ଦ ବେହେରା, ଛୋଟିଆ ଚାହା ଦୋକାନ ଟି କରି ଚଳୁ ଥିଲେ, ସେହି ଦୋକାନରୁ ଯାହା ଉପାର୍ଜନ ହୁଏ ସେଥିରୁ ଚଳୁ ଥିଲେ ପରିବାର । ଏପଟେ ପରିବାର କହିଲେ ସ୍ତ୍ରୀ, ଝିଅ ପୁଅ ଦୁଇଟି ସମେତ ବୃଦ୍ଧ ବାପା ବ ୫ ପ୍ରାଣୀ କୁଟୁମ୍ବ କୁ ନେଇ ଦୁଃଖ ସୁଖ ରେ ଚଳୁ ଥିଲେ ସେ। ହଠାତ କିଛି ଦିନ ତଳେ କ୍ୟାନ୍ସରେ ଆକ୍ରାନ୍ତ ହୋଇ ଛନ୍ତି ବୋଲି ଜାଣିବା ପରେ ପରେ କଟକ ସ୍ଥିତ ପଣ୍ଡା କ୍ୟାନ୍ସର ଓ ଆଚାର୍ଯ୍ୟ ହରିହର କ୍ୟାନ୍ସର ମେଡିକାଲ୍ ରେ ଚିକିତ୍ସିତ ହେଉଛନ୍ତି । ବର୍ତ୍ତମାନ ସେ ଘରେ ରହି ଚିକିତ୍ସିତ ହେଉଛନ୍ତି। ରାଜ୍ୟ ବା କେନ୍ଦ୍ର ସରକାରଙ୍କ ର କୌଣସି ବୀମା କାର୍ଡ ନ ଥିବା ବେଳେ ଚିକିତ୍ସା ପାଇଁ ସମସ୍ତଙ୍କୁ ନିବେଦନ କରିଛନ୍ତି । ପରିବାରର ଏକ ମାତ୍ର ରୋଜରାରିଆ ପୁଅ ବାପା ବୋଉ ଙ୍କ ଉପରେ ନଳିତା ବିଡା ହୋଇ ପଡ଼ିଥିଲା ବେଳେ ପରିବାର ଓଳିଏ ଖାଇଲେ ଓଳିଏ ଓପାସ। ଅପର ପକ୍ଷରେ ପୁଅର ଚିକିତ୍ସା ପାଇଁ ଯାଜପୁର ଜିଲ୍ଲା ପାଳଙ୍କ ଦୃଷ୍ଟି ଆକର୍ଷଣ ପାଇଁ ନିବେଦନ କରୁଛନ୍ତି ଗ୍ରାମବାସୀ