କ୍ୟାନସର ସଚେତନତା କର୍ମଶାଳା ଅନୁଷ୍ଠିତ

Spread the love

ରାଉରକେଲା, ୧୦/୧୦ (ସନ୍ଧାନ ନିଉଜ/ଏସ ନାୟକ) : ଇସ୍ପାତ ଜେନେରାଲ ହସ୍ପିଟାଲ,କ୍ୟାନସର ଚେତନା କେନ୍ଦ୍ର ଓ ଉତ୍କଳମଣୀ ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ସେକ୍ଟର ୨୨ ସାରନଗରୀ ଡ଼ାକ୍ତରଖାନାରେ କ୍ୟାନସର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସେକ୍ଟର ୨୨ଡ଼ାକ୍ତରଖାନାର ଇନଚାର୍ଜ ଇନ୍ଦ୍ରାଣୀ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି କର୍ମଶାଳାରେ ଆଇଜିଏଚର ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡ଼ାକ୍ତର ସୁଧାଂଶୁ ଶେଖର ପତି ମୁଖ୍ୟଅତିଥି,ସହ ନିର୍ଦ୍ଦେଶକ ତରୁଣକାନ୍ତି ମିଶ୍ର ସମ୍ମାନୀତ ଅତିଥି,ଡ଼ାକ୍ତର ରାହାସ ବିହାରୀ ମହାପାତ୍ର ମୁଖ୍ୟବକ୍ତା ଓ ଟ୍ରଷ୍ଟର ସମ୍ପାଦକ ଅରୁଣ କୁମାର ପରିଡ଼ା ଓ ମିହିର କୁମାର ସାହୁ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ । କ୍ୟାନସର  ଚେତନା କେନ୍ଦ୍ରର ଟ୍ରଷ୍ଟି  କୁଂଜ ବିହାରୀ ରାଉତଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଡ଼ା.ପତି କହିଲେ ଯେ କର୍କଟ ବା କ୍ୟାନସର ରୋଗର  କାରଣ ସାଧାରଣତଃ  ପ୍ରଦୂଷଣ ,ଅନିୟମିତତା,ଖାଦ୍ୟପେୟ ଓ ଜୀବନାଚାର୍ଯ୍ୟା ଉପରେ ନିର୍ଭର କରିଥାଏ । କ୍ୟାନସର ନିରାକରଣ କରିବାଦୁର୍ବିସହ,ତେବେ ସବୁଠାରୁ ବଡ଼ ହେଉଛି ସୁରକ୍ଷା । ପ୍ରକୃତି ସହିତ ନିଜର ଜୀବନକୁ ଜଡ଼ିତ କଲେ ଆମେ ସୁସ୍ଥ ଓ ନିରାପଦରେ ରହିପାରିବା । ସମ୍ମାନୀତ ଅତିଥି ଡ଼ା.ମିଶ୍ର କହିଲେ ଯେ ଆମ ହାତରେ ସବୁ ଅଛି । ଆମେ ଚାହିଁଲେ କ୍ୟାନସର ହେବାକୁ ଦେବା ନାହିଁ । ଏଥିପାଇଁ ସେ ସଚେତନତା ଓ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ । ମୁଖ୍ୟବକ୍ତା ଡ଼ା.ମହାପାତ୍ର ନିଜ ବକ୍ତବ୍ୟରେ କହିଲେ ଯେ ଭାରତରେ ପ୍ରତ୍ୟେକ ବର୍ଷ ମୁତ୍ୟୁମୁଖରେ ପଡ଼ୁଛନ୍ତି । ଆଧୁନିକ ଜୀବନଚର୍ଯ୍ୟା କ୍ୟାନସରର ଅନ୍ୟତମ କାରଣ,ତେଣୁ ଆଧ୍ୟାତ୍ମିକ ଚେତନା ସହ ନିଜସ୍ୱ ଇଛାତଥା ସଚେତନତା ଆପଣାଇବା ନିହାତୀ ଜରୁରୀ । କ୍ୟାନସର ଚେତନା କେନ୍ଦ୍ରର ପ୍ରତିଷ୍ଠାତା ମିହିର କୁମାର ସାହୁ ନିଜର କ୍ୟାନସର ପୀଡ଼ିତ ଜୀବନ ଓ ସେଥିରୁ କିପରି ସେ ନିଜକୁ ସୁରକ୍ଷା ଦେବାରେ ପ୍ରୟାସ କରୁଛନ୍ତି ସେ ଅନୁଭବକୁ ବଖାଣି ଥିଲେ । ସମ୍ପାଦକ ଶ୍ରୀ ପରିଡ଼ା ପ୍ରାରମ୍ଭରେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମାନସୀ ସାହୁ,ଗୈରାଙ୍ଗ ଦାଶ,ଧନେଶ୍ୱର ସାହୁ,ଶଶିକଳା ସାହୁ,ଚିତ ରଂଜନ ନନ୍ଦ,ଦେବେନ୍ଦ୍ର ସାହୁ,ମୁରଲୀ ଗୈଡ଼,.଼ଶିବ ଶଙ୍କର ନାୟକ ସମେତ ଶତାଧିକ ବ୍ୟକ୍ତି ଉପସ୍ଥିତ ଥିଲେ । ଶେଷରେ ଟ୍ରଷ୍ଟର ସମ୍ପାଦିକା ସଚଳା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Related Posts

About The Author

Add Comment