ଧର୍ମଶାଳା,୦୪/୧୨ (ସନ୍ଧାନ ନିୟୁଜ/ବିମଲ ବେହେରା) ଯାଜପୁର ଜିଲ୍ଲାରେ ସମସ୍ତ ଯୋଜନାରେ ବିପ୍ୟକ ଦିର୍ନିତି ହୋଇଥିବା ବେଳେ ଧର୍ମଶାଳାରେ ମଧ୍ୟ ଦିର୍ନିତି ଚରମ ସୀମାରେ । ବିରୋଧୀ ଦଳର ନିଷ୍କିୟତା ହେତୁ ଏଠାରେ ବେଲଗମା ଅଧିକାରୀ ମାନେ ସରକାରୀ ଅର୍ଥକୁ ଲୁଟି ଚାଲିଛନ୍ତି । ଏଥିରୁ ବାଦ ପଡିନି କ୍ଷେତ୍ରପାଳ ପଂଚାୟତ । ଏହି ପାଂଚୟତରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ପିଓଇ ମନଇଚ୍ଛ ଟଙ୍କା ଲାଂଚ ନେଉଥିବା ବେଳେ ସାଧରଣ ଭାବେ ଗରିବ ଲୋକଙ୍କୁ ଆବାସଗୃହ ନଦେଇ ନିଜର ଲୋକଙ୍କୁ ବିନା ନିୟମରେ ଦେଇଥିବା ନେଇ ବିଡିଓଙ୍କ ନିକଟରେ ଅଭିଯୋଗ ହୋଇଥିଲା । ପରବର୍ତ୍ତୀ ସମୟରେ ପୁଣି ସେହି ଘରକୁ ମଞ୍ଜୁର କରିଦିଆଯାଇ ଥିଲା । ଏପରକି ଏକ ଭିଡିଓ କ୍ଲିପିରେ ନେଇଥିବା ହିତାଧିକାରୀ ମାନେ ପୂର୍ବରୁ ଘର ପାଇଥିବା ଏବଂ ସେମାନଙ୍କ ଦୁଇଭଖରା ଘର ଥିବା କଥା ମାନିଥିବା ବେଳେ କିଭଳି ଏହି ପିଇଓ ସେହ୍ନାମୟୀ ଦାସ ଜଣଙ୍କ ତାଙ୍କୁ ଘର ଯୋଗାଇଦେଇଛି ତାହା ତଦନ୍ତ ସାପେକ୍ଷ । ଏପରିକି ପଂଚାୟତକୁ ଆସୁନଥିବା କିଛି କାର୍ଯ୍ୟ କରୁନଥିବା ନେଇ ପଂଚାୟତର ସରପଂଚ ବହୁ ବିଡିଓଙ୍କ ଭେଟି କହିବା ସହିତ ଏନେଇ ଲିଖିତ ଭାବେ ଜଣାଇଥିଲେ । ତଥାପି ଏଭଳି ଦୁର୍ନିତିଗ୍ରସ୍ତ ପିଇଓ ବିରୁଧରେ କୌଣସି କାର୍ଯ୍ୟନୁଷ୍ଠାନ ନିଆନଯାଇ ତାକୁ କିଭଳି ସୁରକ୍ଷା ଦିଆଯାଉଛି ତାହା ଯେ ଏଥିରେ ବ୍ଲକର ଅଧିକାରୀ ଏବଂ କେତେକ ରାଜନୌତିକ ଅଧିକାରୀ ମାନେ ସମ୍ପୁକ୍ତ ତାହା ଅନୁମେୟ । ଏପରକି ପଂଚାୟତର ପୂବୟତନ ଜିଆରଏସଙ୍କ ସମସ୍ତ ପ୍ରାପ୍ୟକୁ ଆତ୍ମସାତ କରିବା ନେଇ ଏବେ ଜିଆରଏସ ସରପଂଚଙ୍କ ଆଗରେ ଅଭିଯୋଗ କରିଛନ୍ତି । ଏପରକି ଏହାର ସମାଧାନ ନହେଲେ ଏନେଇ ସେ ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ର ଶାସନ ସଚିବଙ୍କୁ ଅଭିଯୋଗ କରିବେ ବୋଲି କହିଛନ୍ତି । ଖାଲି ସେତିକି ନୁହେଁ ବିଜୁ ପକ୍କା ଘର ମଧ୍ୟ ଦୁଇତାଲା ବିଶିଷ୍ଠ ଲୋକଙ୍କୁ ଯୋଗାଇ ଦେଇ ଅହେତୁକ ଅନୁକମ୍ପା ଦେଖାଇଛନ୍ତି ପିିଇଓ ଜଣଙ୍କ । ଯଦି ପ୍ରଶାସନ ଏହା ଉପରେ କାର୍ଯ୍ୟନୁଷ୍ଠାନ ନନିଏ ତେବେ ଖୁବ ଶ୍ରୀଘ ରହିଥିବା ଭିଡିଓ କ୍ଲିପ ଏବଂ ସମସ୍ତ ଡକୁମେଂଟ ଲୋକୟୁକ୍ତ ପାଖରେ ଦିଆଯାଇ ମାମଲା ହେବ ବୋଲି ଜଣାପଡିଛି । ଏପରକି ଆରଟିଆଇଙ୍କୁ ଉଲ୍ଲଘନ କରି ତ୍ରିଲୋଚନ ପାଣି ନାମକୁ ବ୍ୟକ୍ତିଙ୍କୁ କୌଣସି ସୂଚନା ଦିଆଯାଇନଥିବାରୁ ଏନେଇ ସୂଚନା କମିଶନଙ୍କ ପାଖରେ ଅଭିଯୋଗ ହୋଇଛି ।
କ୍ଷେତ୍ରପାଳ ପଂଚାୟରେ ପିଇଓଙ୍କ ଦୂର୍ନିତି ଚରମ ସୀମାରେ… ଗୋଟିଏ ପରିବାରକୁ ଏକାଧିକ ଆବାସ ଗୃହ
|
December 4, 2020 |