ଭୁବନେଶ୍ୱର, ୦୯/୦୨/୨୦ (ସନ୍ଧାନ ନିଉଜ) : ଗାଈ କ୍ଷୀର ତୁଳନାରେ ଗୋମୂତ୍ରରେ ରହିଛି ଅଧିକ ପୋଷକ ତତ୍ତ୍ୱ। କ୍ଷୀରରେ ୫୧୦୦ ପୋଷକ ତତ୍ତ୍ୱ ଥିବାବେଳେ ଗୋମୂତ୍ରରେ ୫୬୦୦ ପୋଷକ ତତ୍ତ୍ୱ ରହିଛି। ମଧ୍ୟପ୍ରଦେଶ ଜୁନାଗଡ଼ସ୍ଥିତ କୃଷି ବିଶ୍ୱ ବିଦ୍ୟାଳୟ ପକ୍ଷରୁ କରାଯାଇଥିବା ଏକ ଗବେଷଣା ରିପୋର୍ଟରେ ଏହା ପ୍ରକାଶ ପାଇଛି।
ଜୈବିକ ଚାଷ ବିଶେଷଜ୍ଞ ରମେଶ ଭାଇ ରୁପାରେଲିୟା ସୂଚନା ହେଲା ଗୋବର ଓ ଗୋମୂତ୍ରରୁ ହେଉଥିବା ଆୟ କ୍ଷୀର ବିକ୍ରିରୁ ହେଉଥିବା ଆୟ ତୁଳନାରେ ୧୦ ଗୁଣା ଅଧିକ। ତେଣୁ ଗାଈ ପାଳନ କରୁଥିବା ଲୋକେ ଜୈବିକ ଚାଷକୁ ଗୁରୁତ୍ୱ ଦେବା ଆବଶ୍ୟକ। ଜୈବିକ ସାର ପ୍ରୟୋଗ କରି ଉତ୍ପାଦନ କରାଯାଉଥିବା ଖାଦ୍ୟଶସ୍ୟରେ ଅଧିକ ପରିମାଣର ସ୍ଵାସ୍ଥ୍ୟ ଉପଯୋଗୀ ପୋଷକ ତତ୍ତ୍ୱ ରହିଥାଏ।


