ବାରିପଦା,ବିଶୋଇ,୧/୯/୨୦(ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା): ଅନ୍ଧାର ଯୋଗୁ ଚିସ ଗଦା ଉପରେ ବାଇକ୍ ଚଢ଼ିଯିବାରୁ ଖସି ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ବିଶୋଇ ଥାନା ଅନ୍ତର୍ଗତ ମଣଦା ଫାଣ୍ଡି ଅଧୀନ ୪୯ ନମ୍ବର ମୁମ୍ବାଇ-କୋଲକାତା ଜାତୀୟ ରାଜପଥ ପାଟବିଲା ଛକ ନିକଟରେ ଏହି ଅଘଟଣ ଘଟିଛି । ମୃତ ଯୁବକ ଜଣଙ୍କ ପ୍ରହଲ୍ଲାଦ ନାଏକଙ୍କ ପୁଅ ଶିବ ଚରଣ ନାଏକ(୪୫)। ଏନେଇ ଏକ ୮/୨୦ରେ ଏକ ମାମଲା ରୁଜୁ ହୋଇଛି ।
ରାତି ପ୍ରାୟ ୮ଟା ସମୟରେ ବାଇକ୍ ଯୋଗେ ଶିବ ତାଙ୍କ ଘର ବନେଇକଳାରୁ ନୂଆଗାଁ ଯାଉଥିଲେ । ରାସ୍ତା ନିର୍ମାଣ ପାଇଁ ଏଲଆଣ୍ଡଟି କମ୍ପାନୀ ରାସ୍ତାକଡ଼ରେ ପଥର ଚିପସ୍ ଗଦା କରିଥିବା ବେଳେ ଅନ୍ଧାର ଯୋଗୁଁ ଶିବଙ୍କ ବାଇକ୍ ଉକ୍ତ ଗଦା ଉପରେ ଚଢ଼ି ଯିବାରୁ ସେ ଭାରସାମ୍ୟ ହରାଇ ଖସି ପଡ଼ିଥିଲେ। ତଳେ ପଡ଼ିଯାଇ ଘଟଣାସ୍ଥଳରେ ହିଁ ଶିବଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ ମୃତକଙ୍କ ପରିବାର ଲୋକେ ଉକ୍ତ କମ୍ପାନୀର ୪ ଲେନ୍ ରାସ୍ତାର ମନ୍ଦିର ନିର୍ମାଣ ସହିତ ବିଭିନ୍ନ ଖାମଖୁଆଲିକୁ ଦାୟୀ କରିଥିଲେ ।କ୍ଷତିପୂରଣ ଦାବିରେ ମୃତକଙ୍କ ପରିବାର ଲୋକେ ୪୯ ନଂ ଏନଏଚ ୧୨ ଘଣ୍ଟା ଧରି ଭାରୀଯାନ ଏନ୍ଏଚ୍ରେ ଅଟକି ରହିଥିଲା।ଅବରୋଧ କରିଥିଲେ । ଫଳରେ ଶହଶହ ମଣଦା ଫାଣ୍ଡି ଅଧିକାରୀ ଉମେଶଚିନ୍ଦ୍ର ନାୟକ ଘଟଣାସ୍ଥଳରେ ପହଞ୍ଚି ବୁଝାଶୁଝା କରିବାକୁ ଚେଷ୍ଟା କରିଥିଲେ ସୁଦ୍ଧା କୌଣସି ସମାଧାନ ହୋଇନଥିଲା । ସକାଳ ୯ଟା୪୫ରେ ବିଶୋଇ ଥାନା ଅଧୁକାରୀ ଫଣୀନ୍ଦ୍ର ଭୂଷଣ ନାଏକ, ତହସିଲଦାର ଚନ୍ଦ୍ରଶେଖର ଗୋରେଇ ଘଟଣାସ୍ଥଳରେ ପହଞ୍ଚି ମୃତ ପରିବାରକୁ ରେଡ଼କ୍ରସ୍ ପାଣ୍ଠିରୁ ୫ ହଜାର ଟଙ୍କା ପ୍ରଦାନ କରିଥିଲେ । ଏବଂ ୭ଦିନ ମଧ୍ୟରେ ଉକ୍ତ କମ୍ପାନୀର ଅଧୁକାରଙ୍କୁ ଡକାଇ ରାସ୍ତାର ଦୂରାବସ୍ଥା ଓ କ୍ଷତିପୂରଣ ସମ୍ପର୍କରେ ଆଲୋଚନା କରିବେ ବୋଲି