କ୍ଷତିପୂରଣ ଓ ଥଇଥାନ ବ୍ୟବସ୍ଥା ଫେଲ୍ ମାରିବା ନେଇ ଅରୁଚିକର ତଥ୍ୟ ପ୍ରକାଶ ଯୋଗୁ ଅସନ୍ତୋଷ

Spread the love

ବାରିପଦା-୨୧/୦୭ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା) ;- ରାଜ୍ୟର ଜଙ୍ଗଲ ପ୍ରଶାସନର ସ୍ୱେଚ୍ଛାକୃତ ପୁନର୍ବସନ ଯୋଜନା ସହ ଜିଲ୍ଲା ପ୍ରଶାସନର ଅଭିସରଣ ଯୋଜନାରେ ଶିମିଳିପାଳ ଜୈବମଣ୍ଡଳ ଅନ୍ତର୍ଗତ ଗୁରଗୁଡିଆ ପଂଚାୟତର ଖେଜୁରୀ ଗ୍ରାମରୁ ୧୧୦ ପରିବାର ଗତ ଜାନୁଆରୀ ୨୪ ତାରିଖରେ ଠାକୁରମୁଣ୍ଡା ଗ୍ରାମର ସେଲେଇବେଡା ଗ୍ରାମରେ ଅବସ୍ଥାନ କରୁଛନ୍ତି । ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଡିଆରଡିଏର ପ୍ରକଳ୍ପ ନିଦେ୍ର୍ଦଶକ ଚଂଚଳ ଋଣ ଉକ୍ତ ଦିନ ଏହି କଲୋନୀକୁ ଉଦ୍ଘାଟନ ପରେ ଅଧିବାସୀଙ୍କ ମୈଳିକ ସୁବିଧା ସୁଯୋଗ ଯୋଗାଇଦେବା ନେଇ ଘୋଷଣା କରିଥିଲେ ।
ଘୋଷଣା ଅନୁଯାଇ ପ୍ରଶାସନ ପରିବାର ପିଛା ୧୦ ଡେସିମିଲ ଜମି ପ୍ରଦାନପରେ ସ୍ୱତନ୍ତ୍ର ବିଜୁ ପକ୍କାଘର,ବିଭିନ୍ନ ଭଡା , ଖାଉଟି କାର୍ଡ ଏବଂ ମନରେଗା କାର୍ଯ୍ୟ ପାଇଁ ଜବକାର୍ଢ ପ୍ରଭୂତି ଯୋଗାଇ ଦିଆଯାଇଥିଲା । ଜିଲ୍ଲା ସ୍ୱେଚ୍ଛାକୃତ ପୁନର୍ବସନ ଯୋଜନାର ଅଧ୍ୟକ୍ଷ ତଥା ଜିଲ୍ଲାପାଳଙ୍କ ନିଦେ୍ର୍ଦଶରେ ଭୂଅର୍ଜନ ଓ ଥଇଥାନ ଅଧିକାରୀ ଗତ ଜୁନ୍ ମାସରେ ପ୍ରତି ପରିବାର ପିଛା ୧୦ ଲକ୍ଷ ଟଙ୍କା ସେମାନଙ୍କ ବ୍ୟାଙ୍କ ଜମା ଖାତାରେ ଜମା କରିଥିଲେ । ଯୋଜନାର ସର୍ତ ଅନୁଯାୟୀ ୧୦ଲକ୍ଷ ଟଙ୍କା ମଧ୍ୟରୁ ୮ଲକ୍ଷ ଟଙ୍କା ସ୍ଥାୟୀ ଜମା ଓ ୨ଲକ୍ଷ ଟଙ୍କା ସେମାନଙ୍କର ସଂଚୟ ଜମାଖାତାରେ ଜମା ରହିବାପରେ ତନ୍ମମଧ୍ୟରୁ ୪୦ ହଜାର ଟଙ୍କା ଜମାଖାତାଧାରୀ ଉଠାଇ ଆବଶ୍ୟକୀୟ ଖର୍ଚ୍ଚ କରିପାରିବେ ଓ ବାକି ୧ଲକ୍ଷ୬୦ହଜାର ଟଙ୍କା ସ୍ଥଳେ ଉପଜିଲ୍ଲାପାଳଙ୍କ ଅନୁମତି ନେଇ ଉଠାଇବା ବ୍ୟବସ୍ଥା କରାଯାଇଥିଲା । ସେମାନେ ଉଠାଇଥିବା ୪୦ ହଜାର ଟଙ୍କାକୁ ଅଧିକାଂଶ ପରିବାରର ସଦସ୍ୟ ଘରୋଇ ଋଣ କରି ମୋଟରସାଇକେଲ ନେଇଥିବା ଯୋଗୁ ମାସିକ କିସ୍ତି ଦେବା ପାଇଁ ବ୍ୟାଙ୍କ ଟଙ୍କା କାଢିନପାରି ଉପଜିଲ୍ଲାପାଳଙ୍କ ଠାରୁ ଅନୁମତି ନେବା ବଦଳରେ ସିଧାସଳଖ ଜିଲ୍ଲାପାଳଙ୍କ ନିକଟକୁ ଯାଇଥିବା ଜଣାଯାଇଥିଳା । ଜିଲ୍ଲାପାଳଙ୍କ ନିକଟରେ ସେମାନଙ୍କ ଅଭଯୋଗକୁ ଭିତିକରି ବିଡିଓ ,ତହସିଲଦାର, ବନଖଣ୍ଡ ଅଧିକାରୀ ,ଉପଜିଲ୍ଲାପାଳ ,ରେଞ୍ଜ ଅଧିକାରୀ ପ୍ରମୁଖଙ୍କ ଠାରୁ ସତ୍ୟାସତ୍ୟ ଅନୁସନ୍ଧାନ ନକରି ଏକ ନିର୍ଦ୍ଦିଷ୍ଟଋଣ ମାଧ୍ୟମରେ କ୍ଷତିପୂରଣ ଦେବାର ଓ ଥଇଥାନ ବ୍ୟବସ୍ଥା ଫେଲ ସମ୍ପର୍କିତ ବିଭ୍ରାନ୍ତିକର ଖବର ପ୍ରକାଶକୁ ସ୍ଥାନୀୟ ପ୍ରଶାସନିକ ଅଧିକାରୀଗଣ ନାପସନ୍ଦ କରିଛନ୍ତି । କଲୋନିବାସୀଙ୍କୁ କର୍ମସଂସ୍ଥାନ ଯୋଗାଇବା ଉଦେ୍ଦଶ୍ୟରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଗଠନ କରାଯିବା ପରେ ସେମାନେ ଶାଳପତ୍ର ଖୋଲିଦୋନା ପ୍ରସ୍ତୁତ କରି ରୋଜଗାର କ୍ଷମ ହୋଇପାରିଥିବାବେଳେ ସ୍ଥାନୀୟ ଡିଆରଡିଓ ସଂସ୍ଥା ପକ୍ଷରୁ ସେମାନଙ୍କୁ ଟସର ଚାଷ ସମ୍ବନ୍ଧରେ ପ୍ରଶିକ୍ଷଣ ଦିଆଯିବା ବ୍ୟବସ୍ଥା ହୋଇଛି । ଜବକାର୍ଡ ଧାରୀଙ୍କୁ ମନରୋଗା କାର୍ଯ୍ୟରେ ନିୟୋଜିତ କରାଇପାରିଲେ ସେମାନେ କର୍ମଠ ହୋଇପାରିବେ ବୋଲି ରେଞ୍ଜଅଧିକାରୀ ପ୍ରକାଶ କରିଛନ୍ତି । ଶିମିଳିପାଳ ଜୈବମଣ୍ଡଳ ମଧ୍ୟରେ ରହୁଥିବା ଅଧିବାସୀଗଣ ସ୍ୱାଧୀନତାର ୭୩ ବର୍ଷ ବିତିଯାଇଥିଲେ ମଧ୍ୟ ଗମନା ଗମନ ,ପାନୀୟଜଳ ,ସ୍ୱାସ୍ଥ୍ୟ,ଶିକ୍ଷା, ବିଦୁ୍ୟତ ଆଲୋକ ପ୍ରଭୂତିରୁ ବଂଚିତ ହୋଇଥିବା ବେଳେ ପ୍ରଶାସନର ସହଯୋଗ ସେମାନେ ସମାଜର ମୁଖ୍ୟସ୍ରୋତକୁ ଆସିବାରେ ସ୍ୱତପ୍ରବୃତ ଇଚ୍ଛାପ୍ରକଟ କରୁଥିବା ବେଳେ ସେମାନଙ୍କୁ ନେଇ ରାଜନୀତି କରିବା ଓ ବିଭ୍ରାନ୍ତିକର ଖବର ପ୍ରକାଶନକୁ ନେଇ ସ୍ଥାନୀୟ ପରିବେଶବିତ ମହଳରେ ଅସନ୍ତୋଷ ପ୍ରକାଶ ପାଇଛି ।

Related Posts

About The Author

Add Comment