କ୍ରୀଡ଼ାର ମହତ୍ତ୍ୱ ଶିଶୁଙ୍କ ବିକାଶ

Spread the love

ଯାଜପୁର ସଦର ୧୦/୧/୨୬  (ସନ୍ଧାନ ନ୍ୟୁଜ) : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ବନ୍ଧଡ଼ିହ ଗ୍ରାମର ପୁରାତନ ଶିକ୍ଷା କେନ୍ଦ୍ର \”ସରସ୍ବତୀ ଶିକ୍ଷା ମନ୍ଦିର \”ର ପଞ୍ଚ ଦଶ ବାର୍ଷିକ କ୍ରୀଡ଼ା ତାରିଖ ୦୮/୦୧/୨୬ ଗୁରୁବାର ସକାଳ ୦୮ଘଟିକା ୪୬ ମିନିଟରେ ଉଦ୍ଘାଟିତ ହୋଇଯାଇଛି । ଉଦ୍ଘାଟନ ଉତ୍ସବରେ ଯାଜପୁର ଜିଲ୍ଲାର ଈ. ଔ. ଚ.ର ସମ୍ପାଦକ ଶ୍ରୀଯୁକ୍ତ ଡ଼ଃ ପ୍ରଫୁଲ୍ଲ ଗିରି ମୁଖ୍ୟ ବିଶିଷ୍ଟ ଅତିଥିଭାବେ ଯୋଗ ଦେଇ ଶୁଭ ଉଦ୍ଘାଟନ କାଟିଥିଲେ । ସେହିପରି ମୁଖ୍ୟ ଅତିଥିଭାବେ ବନ୍ଧଡ଼ିହ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସ୍ୱର୍ଣ୍ଣାଞ୍ଜଳି ଆଚାର‌୍ୟ୍ୟ ପ୍ରଦୀପ ପ୍ରଜ୍ବଳନ କରିବା ସହିତ କ୍ରୀଡ଼ା ମଶାଲ ଧରି କ୍ରୀଡ଼ର ଶୁଭ ଉଦ୍ଘାଟନ କରି କୁନି କୁନି ପିଲାମାନଙ୍କ ଉଦେଶ୍ୟରେ ସଂକ୍ଷିପ୍ତ ଭାଷଣ ପ୍ରଦାନ କରିଥିଲେ । ଯାଜପୁର ଜିଲ୍ଲାର ଦିବ୍ୟାଙ୍ଗ ମାନଙ୍କ କର୍ଣ୍ଣ ଧାରା ତଥା ଯାଜପୁର ଜିଲ୍ଲା ପାରା ସ୍ପୋର୍ଟ୍ସର ସଭାପତି ଶ୍ରୀଯୁକ୍ତ ମଣ୍ଟୁ ଦାସ ଯୋଗଦାନ କରି କୁନି କୁନି ପିଲାମାନଙ୍କୁ କ୍ରୀଡ଼ାର ନୀତି ନିୟମ ପୁଙ୍ଖାନୁପୁଙ୍ଖ ମତ ପ୍ରଦାନ କରିଥିଲେ । ଯାଜପୁର ଜିଲ୍ଲାର ବରୀ ବ୍ଲକ ଅଧିନସ୍ଥ ସରସ୍ବତୀ ବାବା ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଆଚାର‌୍ୟ୍ୟ ଶ୍ରୀଯୁକ୍ତ ଅଜୟ କୁମାର ସାହୁ ପ୍ରଦ୍ବୀପ ପ୍ରଜ୍ବଳନ କରିବା ସହିତ କ୍ରୀଡ଼ା କ୍ଷେତ୍ରରେ ପିଲାମାନେ କିପରି ଉନ୍ନତି କରିବେ ଉଚ୍ଚ କୋଟ୍ଟୀର ଜ୍ଞାନ ପ୍ରଦାନ କରିଥିଲେ । ବିଦ୍ୟାଳୟର ସୁପ୍ରଭା ଗୁରୁମା, ଅଳକା ଗୁରୁମା,ପୂଜାରାଣୀ ଗୁରୁମା,ହରପ୍ରିୟା ଗୁରୁମା, ଶୁଭ ଲଷ୍ମୀ ଗୁରୁମା,ସନ୍ଧ୍ୟା ଗୁରୁମାଙ୍କ ନେତୃତ୍ୱରେ ଗ୍ରାମରେ ମଶାଲ ପରିକ୍ରମା କରାଇ ବିଦ୍ୟାଳୟକୁ ପ୍ରତ୍ୟାଗମାନ କରିଥିଲେ । ଅନିତା ଗୁରୁମା,ମଧୁସ୍ମିତା ଗୁରୁମା, ଦୁର୍ବଶିନୀ ଗୁରୁମା, ଅନୁସୟା ଗୁରୁମା,ପିଲାମାନେ କିପରି ଉତ୍ତମ ରୂପେ କ୍ରୀଡ଼ାରେ ଶାନ୍ତି ଶୃଙ୍ଖଳା ହୋପାରିବ ବିଶେଷ ଭାବେ ଧ୍ୟାନ ଦେଉଥିଲେ । ସେହିପରି ପାୟଲ ପ୍ରିୟଦର୍ଶିନୀ ଗୁରୁମା ପିଲାମାନଙ୍କୁ ଧାଡିରେ ଶୃଙ୍ଖଳାର ପ୍ରହରୀ ଭାବେ ଦାୟିତ୍ୱ ନିଭାଇ ଥିଲେ । କ୍ରୀଡ଼ାର ମହତ୍ୱ ଶିଶୁଙ୍କ ସର୍ବାଙ୍ଗୀନ ଉନ୍ନତି ସହିତ, ସାମାଜିକ, ଶୃଙ୍ଖଳିତ, ସେବା, ଜିତିବାର ଜିଂଜ୍ଞାସା, ଧର‌୍ୟ୍ୟ ଆଦି ଗୁଣ କ୍ରୀଡ଼ାରେ ହିଁ ବିକାଶ ହୋଇଥାଏ । ତେଣୁ ଆଜି ପଞ୍ଚ ଦଶ ବାର୍ଷିକ କ୍ରୀଡ଼ା ହେବାର ଏକ ମାତ୍ର ଲକ୍ଷ ଶିଶୁ ସର୍ବାଙ୍ଗୀନ ବିକାଶ । ଭାରତର ଭାଇ ଭଉଣୀ, ଗୁରୁଜନ, ବୁଦ୍ଧିଜୀବୀ କ୍ରୀଡ଼ାର ବିକାଶରେ ଶିଶୁ ମାନଙ୍କୁ ଆଗେଇ ନେଲେ ରାଜ୍ୟ ଦେଶର ବିକାଶ ଘଟିବ ହିଁ ଘଟିବ ବୋଲି ମଞ୍ଚାସିନ ଅତିଥି ମାନେ ବକ୍ତବ୍ୟ ରଖିଥିଲେ।

Related Posts

About The Author

Add Comment