ଯାଜପୁର, ୧୨/୨/୨୦ (ସନ୍ଧାନ ନିଉଜ) : ଶିଳ୍ପ ରାଜଧାନୀ କହିଲେ ଅତ୍ୟୁକ୍ତି ହେବ ନାହିଁ। ଯାଜପୁର ଜିଲ୍ଲାର ଚଣ୍ଡିଖୋଲରୁ ଡୁବୁରି ମଧ୍ୟରେ ୩୫ କିମିରେ ଘୋର ପ୍ରଦୂଷଣ ବଳୟ ସୃଷ୍ଟି ହୋଇଛି। ଦୀର୍ଘ ବର୍ଷ ଧରି ଅନେକ ଛୋଟ ବଡ଼ ଶିଳ୍ପ ଓ ମାଳ ମାଳ କ୍ରସର ସହ ବେଆଇନ କଳାପଥର ପାହାଡ଼ ଖାଦାନରୁ ବହୁଳ ମାତ୍ରାରେ ଧୂଆଁର କ୍ରସର ଧୂଳି ଉଡ଼ି ପବନରେ ସମଗ୍ର ଗାଁରେ ରହିଥିବା ଗ୍ରାମବାସୀ ଏହି ଧୂଳି ଓ ଧୂଆଁରେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁରେ ପଡୁଛନ୍ତି। ଡୁବୁରୀରେ ଥିବା ଶିଳ୍ପ ସହ ଧର୍ମଶାଳାର ସମସ୍ତ କ୍ରସର ଗୁଡ଼ିକରୁ ଧୁଳି ଧୁଆଁରେ ଜନସାଧାରଣ ଅତିଷ୍ଟ ହେଉଛନ୍ତି। ପ୍ରଦୂଷଣ ବିଭାଗ ଓ ପ୍ରଶାସନ ସବୁ ଜାଣି ଉକ୍ତ ସଂସ୍ଥାର ମାଲିକ ସହ ଅସାଧୁ ଭାବେ ଉକ୍ତ ମାଲିକ ଓ କମ୍ପାନୀ ମାନଙ୍କୁ ଅହେତୁକ ଅନୁକମ୍ପା ଦେଖାଇ ଅନେକ ବେଆଇନ ସଂସ୍ଥାକୁ ସହଯୋଗ କରୁଛନ୍ତି ବୋଲି ଅଭିଯୋଗ କରୁଛନ୍ତି ।ଏହାର ଉଚ୍ଚ ସ୍ତରୀୟ ତଦନ୍ତ ଲାଗି ଦାବି ହେଉଛି।
କ୍ରସର ଧୂଳି ଧୂଆଁ ରେ ଜନ ଜୀବନ ହନ୍ତ ସନ୍ତ
|
February 12, 2020 |
