କୋହଲିଙ୍କ ବ୍ୟବହାର ‘ଅପମାନଜନକ’ ଏବଂ ‘ମୁର୍ଖତାପୂର୍ଣ୍ଣ’: ଜନସନ୍‌

Spread the love

ପର୍ଥ,  ୧୯/୧୨ (ସନ୍ଧାନ ନିୟୁଜ) : ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ମିସେଲ ଜନସନ୍‌ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ବ୍ୟବହାରକୁ ନାପସନ୍ଦ କରିଛନ୍ତି। ପର୍ଥ ଷ୍ଟାଡିୟମ୍‌ରେ ନିକଟରେ ଶେଷ ହୋଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ସମୟରେ କୋହଲିଙ୍କ ବ୍ୟବହାର ‘ଅପମାନଜନକ’ ଏବଂ ‘ମୁର୍ଖତାପୂର୍ଣ୍ଣ’ ଥିଲା ବୋଲି ଜନସନ୍‌ କହିଛନ୍ତି। କୋହଲି ଏବଂ ଅଷ୍ଟ୍ରେଲିଆର ଅଧିନାୟକ ଟିମ୍‌ ପେନ୍‌ଙ୍କ ମଧ୍ୟରେ ଶବ୍ଦର ଲଢ଼ାଇ ହୋଇଥିଲା।

ଉତ୍ତେଜନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଅମ୍ପାୟାର କ୍ରିସ ଗଫାନେଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା। ମାତ୍ର ୨ୟ ଟେଷ୍ଟରେ ଅଷ୍ଟ୍ରେଲିଆ ୧୪୬ ରନ୍‌ରେ ବିଜୟୀ ହେବା ପରେ ଉଭୟ ଅଧିନାୟକ ଏହି ମାମଲା ନେଇ କହିଥିଲେ, କୌଣସି ସୀମା ଉଲଂଘନ କରାଯାଇ ନାହିଁ। ମାତ୍ର ଜନସନ୍‌ ଟେଷ୍ଟ ମ୍ୟାଚ ସମୟରେ କୋହଲିଙ୍କ ବ୍ୟବହାରକୁ ନେଇ କଡ଼ା ସମାଲୋଚନା କରିଛନ୍ତି।

ଜନସନ୍‌ ଏକ ସ୍ତମ୍ଭରେ ଲେଖିଛନ୍ତି, ‘ମ୍ୟାଚ ଶେଷରେ ଆପଣ ଜଣେ ଅନ୍ୟର ଆଖିକୁ ଦେଖିବା, ହାତ ମିଶାଇବା ସ୍ଥିତିରୁ ହିଁ ଜଣା ପଡ଼ିଥାଏ ଯେ, ମ୍ୟାଚ ଭଲ ହୋଇଛି।’ ଜନସନ୍‌ କହିଛନ୍ତି, ବିରାଟ କୋହଲି ଏମିତି କରି ନଥିଲେ। ଅଷ୍ଟ୍ରେଲିଆର ଅଧିନାୟକଙ୍କ ସହିତ ହାତ ମିଶାଇ ଥିଲେ କିନ୍ତୁ ବିରାଟଙ୍କ ଆଖି କହୁଥିଲା ସେ ଖୁସି ନଥିଲେ। ମୋ ପାଇଁ ଏହା ଅପମାନଜନକ। ଜନସନ୍‌ ଲେଖିଛନ୍ତି, କୋହଲି ଅଧିକାଂଶ ସମୟରେ ଖେଳାଳିଙ୍କ ଠାରୁ ଦୂରରେ ରହୁଥିଲେ। ଏଥି ପାଇଁ ସେ ଦୂରରେ ରହୁଥିଲେ କାରଣ ସେ ହେଉଛନ୍ତି ବିରାଟ କୋହଲି।

Related Posts

About The Author

Add Comment